ମହାନଗର

ମାତ୍ରାଧିକ ଫାଇନ୍ ଆଦାୟକୁ ବିରୋଧ କଲେ ବିଧାୟକ ସୁର ରାଉତରାୟ

ମାତ୍ରାଧିକ ଫାଇନ୍ ଆଦାୟକୁ ବିରୋଧ କଲେ ବିଧାୟକ ସୁର ରାଉତରାୟ > ଶୁଭ୍ ଭାରତ ଟାଇମ୍ସ, ୫/୦୩- ଗୁଜୁରାଟ, ୱେଷ୍ଟ ବେଙ୍ଗଲ ଭଳି ଅନେକ ରାଜ୍ୟ କେନ୍ଦ୍ର ସରକାରଙ୍କ ଟ୍ରାଫିକ୍ ନିୟମକୁ ପ୍ରତ୍ୟାଖ୍ୟାନ କରିଛନ୍ତି। କିନ୍ତୁ ଓଡ଼ିଶାରେ ନବୀନ ସରକାର ଟ୍ରାଫିକ୍ ଉଲଘଂନ ଆଳରେ ମାତ୍ରାଧିକ ଫାଇନ୍ ଆଦାୟ କରିଚାଲିଛି ବୋଲି ପ୍ରତିବାଦ କରିଛନ୍ତି କଂଗ୍ରେସ ଦଳର ଅନ୍ୟତମ ମଙ୍ଗୁଆଳ ତଥା ଜଟଣୀ ବିଧାୟକ ସୁରେଶ ରାଉତରାୟ। ଶ୍ରୀ ରାଉତରାୟଙ୍କ ଅନୁସାରେ ଦେଶରେ ନିର୍ବାଚନ ସରିବା କ୍ଷଣି ମୋଦି ସରକାର ଆଇନ ଲାଗୁ କଲେ। ବିଜେପି ଶାସିତ ଅନେକ ରାଜ୍ୟ ଏହି ଆଇନକୁ ପ୍ରତ୍ୟାଖ୍ୟାନ କରିଥିବାବେଳେ ନବୀନ ସରକାର ପୋଲିସ୍ ମାଧ୍ୟମରେ ଗାଡିଚାଳକଙ୍କୁ ଲୁଟିବା ଆରମ୍ଭ କରିଛନ୍ତି। ଦୈନିକ କୋଟି କୋଟି ଟଙ୍କା ଆଦାୟ ଚାଲିଛି। ହେଲେ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀ ଏହି ନିୟମରୁ ବାଦ୍ ପଡୁଛନ୍ତି କିପରି ବୋଲି ସେ ମିଡିଆ ସାମ୍ନାରେ ପ୍ରଶ୍ନ ଉଠାଇଛନ୍ତି । ଯଦିଓ ମଦୁଆ ଗାଡିଚାଳକଙ୍କ ପାଇଁ ଆଇନ ଠିକ୍ ଅଛି, ହେଲେ ବିନା ହେଲମେଟ୍ ଚାଳକଙ୍କ ଠାରୁ ଶହେ ଟଙ୍କା ଆଦାୟ କରାଯାଉ ବୋଲି ସେ ଦାବି କରିଛନ୍ତି > Log In: www.suvbharattimes.in / twitter.com/@suvbharat_times / linkedin.com/in/suvbharat-times

Leave a Reply

Your email address will not be published. Required fields are marked *