ପେଜ୍-ଥ୍ରୀ

ରିଲିଜ୍ ଅପେକ୍ଷାରେ ‘କଳଙ୍କ’

ଶୁଭ୍ ଭାରତ ଟାଇମ୍ସ, ୧୮/୩ (ବ୍ୟୁରୋ)- ଏପ୍ରିଲ ୧୭ରେ ରିଲିଜ୍ ହେବାକୁ ଯାଉଛି ଅଭିଷେକ ବର୍ମନ ନିର୍ଦ୍ଦେଶିତ ମଲ୍ଟିଷ୍ଟାରର୍ ଫିଲ୍ମ “କଳଙ୍କ”। ଏହି ଫିଲ୍ମକୁ ୨୦୧୯ର ସବୁଠାରୁ ବଡ ଫିଲ୍ମରେ ଗଣାଯାଉଥିବା ବେଳେ ଏବେ ସୁଦ୍ଧା ଏହାର ଟ୍ରେଲର୍ ରିଲିଜ୍ ହୋଇନି।

ମଲ୍ଟିଷ୍ଟାରର୍ ଫିଲ୍ମ “କଳଙ୍କ”ର ଲୁକ୍ ପୋଷ୍ଟର୍ ଓ ଟିଜର୍ ପରେ ନିକଟରେ ଫିଲ୍ମର ଏକ ଗୀତ ‘ଘର୍ ମୋରେ ପରଦେଶୀୟା’ ରିଲିଜ୍ କରାଯାଇଛି। ଆଲିଆ ଭଟ୍ଟଙ୍କ ଆକ୍ଟିଙ୍ଗ୍ ସ୍କିଲ୍ ସମସ୍ତେ ଦେଖିଛନ୍ତି। ମାତ୍ର ଫିଲ୍ମର ଏହି ଗୀତ ତଥା ରେମୋ ଡି ସୌଜାଙ୍କ କୋରିଓଗ୍ରାଫିରେ ଆଲିଆ ଏଥିରେ ନିଜର ଡ୍ୟାନ୍ସିଂ ଟ୍ୟାଲେନ୍ସି ବି ଦେଖାଇଛନ୍ତି। ସଙ୍ଗୀତକାର ପ୍ରିତମଙ୍କ ନିର୍ଦ୍ଦେଶନାରେ ଗୀତଟିକୁ ଗାଇଛନ୍ତି ଶ୍ରେୟା ଘୋଷାଲ୍ ଓ ବୈଶାଳୀ ମାଡେ ଏବଂ ଗୀତ ସଂଯୋଜନା କରିଛନ୍ତି ଅମିତାଭ୍ ଭଟ୍ଟାଚାର୍ଯ୍ୟ।

ଘର୍ ମୋରେ ପରଦେଶୀୟା’ରେ ଆଲିଆ ‘କଥକ’ ଭଳି ଏକ କ୍ଳାସିକାଲ୍ ଡ୍ୟାନ୍ସ କରୁଥିବା ଦେଖାଯାଇଛି। ଭେଟେରାନ୍ ମାଧୁରୀ ଦିକ୍ଷିତ ଓ ଆଲିଆଙ୍କର ଯୁଗଳବନ୍ଦୀରେ ଦର୍ଶକ, ପ୍ରଶସଂକଙ୍କ ନଜର ଲାଗିଯିବ ବୋଲି ଚର୍ଚ୍ଚା ହେଉଛି। ଗୀତଟି ବିଶେଷ କରି ମାଧୁରୀ ଦିକ୍ଷିତଙ୍କ ଦକ୍ଷତା ଆଧାରରେ ପୂର୍ଣ୍ଣାଙ୍ଗ ରୂପ ଦିଆଯାଇଛି। ଗୀତର ବିଭିନ୍ନ ଦୃଶ୍ୟରେ ମାଧୁରୀ, ଆଲିଆ ଓ ବରୁଣ ଧାବନ ନିଜ ନିଜ କମାଲ୍ ଦେଖାଇଛନ୍ତି।

ଆଲିଆ ଭଟ୍ଟ, ମାଧୁରୀ ଦିକ୍ଷିତ ଓ ବରୁଣ ଧାବନ ଅଭିନୀତ ‘ଘର୍ ମୋରେ ପରଦେଶୀୟା’ ପୂର୍ବର ଅନେକ ରେକର୍ଡ ଭାଙ୍ଗିଥିବା ଆଇକନିକ୍ ସଙ୍ଗ୍ ‘ପିଙ୍ଗା’, ‘ଡୋଲା ରେ ଡୋଲା’ ଓ ‘ଦୀଓାନୀ- ମସ୍ତାନୀ’ ଭଳି ଲୋକପ୍ରିୟ ଗୀତ ତୁଳନାରେ କିଛି କମ୍ ନୁହେଁ ବୋଲି କୁହାଯାଉଛି। ଗୀତର ଭିଡିଓ ଦେଖି ଆପଣ ମଧ୍ୟ ନିଜ ମତାମତ ରଖିପାରିବେ।

COURTESY – ZEE MUSIC

ଆଲିଆ ଭଟ୍ଟ ଓ ବରୁଣଙ୍କୁ ନେଇ ନିର୍ମିତ ‘କଳଙ୍କ’ ନିଶ୍ଚିତରୂପେ ଦର୍ଶକଙ୍କ ଭରପୁର ସାଟିସଫେକସନ୍ ଦେବ ବୋଲି ପ୍ରଡକସନ୍ ହାଉସ୍ ଆଶା ରଖିଛି। ଆଗରୁ ଦୁହେଁ ‘ଷ୍ଟୁଡେଣ୍ଟ ଅଫ୍ ଦ ଇୟର୍’ ଫିଲ୍ମ ଯୋଗେ ବଲିଓଡ୍’ରେ ଡେବ୍ୟୁ ରଖିଥିଲେ। ପରେ ‘ବଦ୍ରୀନାଥ କି ଦୁଲହନିୟା’ ଓ ‘ହମ୍ପ୍ଟି ଶର୍ମା କି ଦୁଲହନିୟା’ ଆଦି ତିନୋଟି ଫିଲ୍ମରେ ଏକାଠି ଅଭିନୟ କରିଛନ୍ତି।

କଳଙ୍କ’ରେ ଆଲିଆ ‘ରୂପ୍’ ଓ ବରୁଣ ‘ଜଫର୍’ ଭୂମିକା ତୁଲାଇଛନ୍ତି। ଏହା ହିନ୍ଦୁ- ମୁସଲମାନ ସମ୍ପ୍ରଦାୟର ଦୁଇ ଦାୟାଦଙ୍କ ମଧ୍ୟରେ ନିବିଡ ପ୍ରେମ ସମ୍ବନ୍ଧ ଉପରେ ଆଧାରିତ। ଯାହା ପବିତ୍ର ‘ଇଦ୍’ ଅବକାଶରେ ରିଲିଜ୍ ହୋଇ ଧମାଲ କରିବ। ଆଲିଆ, ବରୁଣଙ୍କ ସମେତ ସଞ୍ଜୟ ଦତ୍ତ, ମାଧୁରୀ ଦିକ୍ଷିତ୍, ଆଦିତ୍ୟ ରାୟ କପୁର ଓ ସୋନାକ୍ଷୀ ସିହ୍ନା ମଧ୍ୟ ଲିଡ୍ ରୋଲ୍’ରେ ଆସୁଛନ୍ତି। ବର୍ଷର ସବୁଠାରୁ ବଡ ଫିଲ୍ମର ଆଖ୍ୟା ଦିଆଯାଉଥିବା ଏହି ଫିଲ୍ମର ଟ୍ରେଲର୍ ଏଯାଏଁ ରିଲିଜ୍ ନହେବା ଘଟଣା ଦର୍ଶକଙ୍କ ଉତ୍କଣ୍ଠା ଦ୍ବିଗୁଣିତ କରିଛି।

Leave a Reply

Your email address will not be published. Required fields are marked *