
Suvbharat Times/ Bhubaneswar http://www.suvbharattimes.in/ 07012021- କେଜିଏଫ୍ ଚାପ୍ଟର-୨ ପାଇଁ ଦର୍ଶକ ପାଗଳ। ଗତବର୍ଷ ରିଲିଜ୍ ହୋଇଥାନ୍ତା କେଜିଏଫ୍ ଚାପ୍ଟର-୨ । କିନ୍ତୁ କୋଭିଡ୍ ନାଇଁଣ୍ଟିନ ମହାମାରୀ ପାଇଁ ରିଲିଜ୍ ଅଟକି ଯାଇଛି। କେଜିଏଫ୍ ଚାପ୍ଟର-୧ରେ ୮୦ କୋଟି ଖର୍ଚ୍ଚ ହୋଇଥିଲା, ଚାପ୍ଟର-୨ର ବଜେଟ୍ ଶହେ କୋଟି। କନ୍ନଡ ସିନେମା ଇତିହାସରେ ଏହା ସବୁଠାରୁ ମହଙ୍ଗା ଏବଂ ପ୍ରଥମ ଶହେ କୋଟି ବଜେଟର ମୁଭି।

Twitter/ https://twitter.com/Suvbharat_Times / Linkedin/www.linkedin.com/in/editor.suvbharattimes
http://www.suvbharattimes.in/ ବ୍ଲକ୍ ବଷ୍ଟର୍ କେଜିଏଫ୍ ଚାପ୍ଟର-୧ର ସିକ୍ୱେଲ୍ ଚାପ୍ଟର-୨ । ୨୦୧୮ରେ ପର୍ଦାରେ ଆସିଥିବା କେଜିଏଫ୍-୧ର ଅପୂର୍ବ ସଫଳତା ପରେ ୨୦୧୯ ମାର୍ଚ୍ଚରେ କେଜିଏଫ୍ ଚାପ୍ଟର-୨ର ପ୍ରିନ୍ସିପାଲ୍ ଫଟୋଗ୍ରାଫି ଆରମ୍ଭ ହେଇଥିଲା। ପ୍ରଶାନ୍ତ ନୀଲ୍ ନିର୍ଦ୍ଦେଶିତ ଚାପ୍ଟର-୨ର ମୁଖ୍ୟ ନାୟକ ୟଶ୍।

Twitter/ https://twitter.com/Suvbharat_Times / Linkedin/www.linkedin.com/in/editor.suvbharattimes
http://www.suvbharattimes.in/ କେଜିଏଫ୍-୨ ପର୍ଯ୍ୟାୟ କ୍ରମେ ହିନ୍ଦୀ, ମାଲାୟାଲମ୍, ତାମିଲ, ଏବଂ ତେଲୁଗୁ ଭାଷାରେ ନାମିତ ହେବ। ନିର୍ଦ୍ଦେଶକ ପ୍ରଶାନ୍ତ ନୀଲ୍, ଚାପ୍ଟର-୨ରେ କିଛି ଟୁଇଷ୍ଟ୍ ଦେବା ପାଇଁ ବଲିଉଡ୍ ଷ୍ଟାର ସଂଜୟ ଦତ୍ତଙ୍କୁ ବ୍ରେକ୍ ଦେଲେ। ଦୁର୍ଭାଗ୍ୟବଶତଃ କେଜିଏଫ୍-୨ର ଲିଡ୍ ରୋଲ୍ ଅଧିରା ଭୂମିକାରେ ଥିବା ସଂଜୟଙ୍କ ସ୍ୱାସ୍ଥ୍ୟ ସମସ୍ୟା ଯୋଗୁ ସୁଟିଂରେ ବିଳମ୍ବ ଘଟିଲା।

Twitter/ https://twitter.com/Suvbharat_Times / Linkedin/www.linkedin.com/in/editor.suvbharattimes
http://www.suvbharattimes.in/ କେଜିଏଫ୍-୨ କିଭଳି ବକ୍ସ ଅଫିସ୍ ରେକର୍ଡ ଭାଙ୍ଗିବ ସେଥିପାଇଁ ପ୍ରଶାନ୍ତ ନୀଲ୍ ଉଦ୍ୟମ କରିଛନ୍ତି। ପ୍ରଥମ ରାଉଣ୍ଡ ସୁଟିଂ ପରେ ବେଙ୍ଗାଲୁର ସହର ସନ୍ନିକଟ କୋଲାର ଗୋଲ୍ଡ ଫିଲ୍ଡ ସିଆନାଇଡ୍ ପାହାଡରେ ମୁଭି’ର ଏକ ଛୋଟ ଅଂଶ ସୁଟିଂ ହୋଇଥିଲା। ଜାନୁୟାରୀ ୭ରେ କେଜିଏଫ୍-୨ର ଟିଜର ରିଲିଜ୍ ପରେ ଏବେ ଦର୍ଶକ ଆଶାବାଦୀ ଏବଂ ଖୁବଶୀଘ୍ର ପର୍ଦାରେ ସିନେମା ଦେଖିବାକୁ ଚାହିଁରହିଛନ୍ତି। ।

Twitter/ https://twitter.com/Suvbharat_Times / Linkedin/www.linkedin.com/in/editor.suvbharattimes

