ଜାତୀୟ

ପର୍ଯ୍ୟାପ୍ତ ସୁନାର ଭଣ୍ଡାର କେ.ଜି.ଏଫ୍‌

ଶୁଭ୍ ଭାରତ ଟାଇମ୍ସ http://www.suvbharattimes.in/ ପ୍ରେକ୍ଷାଳୟରେ ଆଶାତୀତ ରୋଜଗାର କରିଛି କେ.ଜି.ଏଫ୍‌। ଭାରତରେ ମହଜୁଦ୍ ସୁନା ଖଣି ଉପରେ ପର୍ଯ୍ୟବସିତ କେ.ଜି.ଏଫ୍ ସିନେମାରୁ ଦର୍ଶକ ଭରପୁର ମଜା ନେଇଛନ୍ତି। ସିନେମା ରିଲିଜ୍ ପରେ ଅନେକଙ୍କ ପ୍ରଶ୍ନ, ସତରେ କଣ ଆମ ଦେଶରେ ଗୋଲ୍ଡ ଫିଲ୍ଡ ଥିଲା, ନା ଏହା କୌଣସି କାଳ୍ପନିକ କାହାଣୀ! ମାତ୍ର, ଏହା ସତ୍ୟ ଯେ, କେ.ଜି.ଏଫରେ ବିପୁଳ ସୁନା ମହଜୁଦ୍ ଅଛି। କର୍ଣ୍ଣାଟକ ବେଙ୍ଗଲୁରୁ ସହରରୁ ଶହେ କିଲୋମିଟର ଦୂରବର୍ତ୍ତୀ କୋଲାର ଗୋଲ୍ଡ ଫିଲ୍ଡ ନାମରେ ବିସ୍ତିର୍ଣ୍ଣ ସୁନା ଖଣି ଥିବା ସରକାରୀ ରିପୋର୍ଟ ଦର୍ଶାଉଛି ୨୦୦୧ ଫେବୃୟାରୀ ୨୮ରେ ଭାରତ ସରକାର ଆର୍ଥିକ ସଂକଟ ଦର୍ଶାଇ ଏହି ଗୋଲ୍ଡ ମାଇନ୍ସକୁ ବନ୍ଦ କରିଦେଇଛନ୍ତି https://twitter.com/suvbharat_times

Courtesy: YouTube

କୋଲାର ଗୋଲ୍ଡ ଫିଲ୍ଡର ଅନ୍ୟତମ ଲ୍ୟାଣ୍ଡମାର୍କ ହେଲା କୋଟି ଲିଙ୍ଗେଶ୍ୱର ମନ୍ଦିର। ମାଟି ତଳେ ରହସ୍ୟାବୃତ୍ତ ଭାବେ ରହିଥିବା ଏହି ସୁନାର ଭଣ୍ଡାର ପଛରେ ବହୁ ଲୋମହର୍ଷକ ଏବଂ ଚମତ୍କାର କାହାଣୀ ଲୁଚି ରହିଛି। ଦେଶ ସ୍ୱାଧିନ ହେବା ପୂର୍ବରୁ ଭାରତବାସୀଙ୍କ ଆଖି ସାମ୍ନାରୁ ଏଠାରୁ ବିପୁଳ ସୁନା ଲୁଣ୍ଠନ ହୋଇଛି। ବହୁଚର୍ଚ୍ଚିତ କନ୍ନଡ ମୁଭି କେ.ଜି.ଏଫର କାହାଣୀ ସେହି ସମୟର ସଂଘର୍ଷପୁର୍ଣ୍ଣ ଜୀବନଶୈଳୀକୁ ସୁନ୍ଦର ଭାବେ ପ୍ରଦର୍ଶନ କରି ପ୍ରଶଂସା ସାଉଁଟିଛି https://twitter.com/suvbharat_times

କେ.ଜି.ଏଫ୍‌, ଭାରତର ପ୍ରାଚୀନ ସୁନା ଖଣି। ସିନ୍ଧୁ ସଭ୍ୟତାରୁ ଆରମ୍ଭ କରି ବ୍ରିଟିଶର୍ସଙ୍କ ସମେତ ସ୍ୱାଧିନ ଭାରତକୁ ଏହି ଗୋଲ୍ଡ ଫିଲ୍ଡ ଅପର୍ଯ୍ୟାପ୍ତ ସୁନା ଯୋଗାଇ ଆସିଛି। କୋଲାର ଗୋଲ୍ଡ ଫିଲ୍ଡ ଭାରତରେ ଅନେକ ଶାସକ ଦେଖିଛି। ଐତିହାସିକଙ୍କ ମତରେ ପ୍ରଥମ ଶତାବ୍ଦୀରେ ଏହି ଖଣିରେ ଖନନ ଆରମ୍ଭ ହୋଇଥିଲା। ଭାରତର ଗଙ୍ଗ ବଂଶ, ଚୋଳ ବଂଶ, ମରାଠା ଏବଂ ହାଇଦ୍ରାବାଦ ନିଜାମ ଆଦି ଶାସକମାନେ ପର୍ଯ୍ୟାୟ କ୍ରମେ କୋଲାର ଗୋଲ୍ଡ ଫିଲ୍ଡରେ ଖନନ କରିଥିଲେ https://twitter.com/suvbharat_times

ବ୍ରିଟିଶ ଶାସକ ଏଠାରୁ ବିପୁଳ ସୁନା ଲୁଟି ନେଇଛନ୍ତି। କୁହାଯାଏ ଦକ୍ଷିଣ ଭାରତ ଶାସକମାନେ କୋଲାର ଗୋଲ୍ଡ ଫିଲ୍ଡ ଖନନ କରି ପର୍ଯ୍ୟାପ୍ତ ପରିମାଣର ସ୍ୱର୍ଣ୍ଣ ହାସଲ କରିଛନ୍ତି। ଭାରତର ଗଭୀରତମ ଖାଦାନ ମଧ୍ୟରୁ ଗୋଟିଏ କୋଲାର ଗୋଲ୍ଡ ଫିଲ୍ଡ। ଖନନରେ ସହାୟତା ପାଇଁ କୋଲାର ଗୋଲ୍ଡ ଫିଲ୍ଡ ନିକଟକୁ ବିଦ୍ୟୁତ ସଂଯୋଗ ଦିଆଯାଇଥିଲା। ଦେଶ ସ୍ୱାଧିନ ହେବା ପରେ ୧୯୫୬ରେ କୋଲାର ଗୋଲ୍ଡ ଫିଲ୍ଡକୁ ରାଷ୍ଟ୍ରୀୟକରଣ କରାଯାଇଥିଲା https://twitter.com/suvbharat_times

୧୯୮୦ ଏବଂ ୯୦ ଦଶକ ମଧ୍ୟରେ ସ୍ଥଳଭାଗ ଠାରୁ ୩ କିଲୋମିଟର ଗଭୀରରେ ଖନନ କରାଗଲା। ୧୮୮୦ରୁ ଆରମ୍ଭ କରି ୨୦୦୧ ମସିହା ସୁଦ୍ଧା ୧୨୧ ବର୍ଷ ମଧ୍ୟରେ ଏଠାରୁ ୮ଶହ ଟନ୍ ସୁନା ବାହାର କରାଯାଇଛି। ୧୯୭୦ରୁ ୨୦୦୧ ଯାଏଁ ଭାରତ ଗୋଲ୍ଡ ମାଇନ୍ସ ଲିମିଟେଡ ଏହି ଖଣିର ନିୟନ୍ତ୍ରଣ ଦାୟିତ୍ୱ ନେଇଥିଲା। ଏଥିରେ କମ୍ପନୀକୁ ଫାଇଦା ନମିଳିବାରୁ ସରକାର କେ.ଜି.ଏଫକୁ ଦେବାଳିଆ ଘୋଷିତ କଲେ। ୧୩ ହଜାର ଏକର ପରିମିତ କୋଲାର ଗୋଲ୍ଡ ଫିଲ୍ଡ ରାଜନୈତିକ ପଶାପାଲିରେ ପରିଣତ ହୋଇଛି https://twitter.com/suvbharat_times

ନରେନ୍ଦ୍ର ମୋଦୀ ସରକାର କେ.ଜି.ଏଫର ନିଲାମୀ ଘୋଷଣା କରିଥିଲେ। ଆଶା କରାଯାଉଥିଲା କେ.ଜି.ଏଫରେ ପୁନର୍ବାର ଖନନ ଆରମ୍ଭ ହେଲେ ଦେଶର ଅର୍ଥନୀତି ସୁଦୃଢ ହେବ। କିନ୍ତୁ ସରକାରଙ୍କ ଘୋଷଣା କୌଣସି ନିର୍ଣ୍ଣାୟକ ସ୍ଥିତିରେ ପହଁଚିପାରିନି। ବିଶ୍ୱାସ ଅଛି କେ.ଜି.ଏଫ୍ ରେ ଏବେ ବି ପର୍ଯ୍ୟାପ୍ତ ସୁନା ମହଜୁଦ୍ ଅଛି। ବର୍ତମାନ ସୁନାର ମୁଲ୍ୟ ପୂର୍ବାପେକ୍ଷା ୬ ଗୁଣ ବଢିଯାଇଛି। କେ.ଜି.ଏଫ୍ ଖନନରୁ ଉତ୍ପାଦନ ମିଳିଲେ ଦେଶବାସୀଙ୍କ ଚିନ୍ତା ଦୂର ହେବ ଏବଂ ସୁନା ଦର ନିୟନ୍ତ୍ରଣ ହେବା ସମ୍ଭାବନା ସାକାର ହେବ https://twitter.com/suvbharat_times

Leave a Reply

Your email address will not be published. Required fields are marked *