ମହାନଗର

କ୍ଷୀର ସାଗରରେ ଶ୍ରୀଚଣ୍ଡୀହର

ଖୋର୍ଦ୍ଧା(ହରିହର ରଣା), ଶୁଭ୍ ଭାରତ ଟାଇମ୍ସ, ୧୦.୧୧- ଧର୍ମମାସର ଅନ୍ତିମ ସପ୍ତାହ ଖୁବ୍ ଉତ୍ସାହପ୍ରଦ। ସପ୍ତାହର ପ୍ରତିଟି ଦିବସ ଗୋଟିଏ ଗୋଟିଏ ନିର୍ଦ୍ଧିଷ୍ଟ ପର୍ବ ପାଇଁ ଉଦ୍ଧିଷ୍ଟ। ଏହି ପବିତ୍ର ଅବସରରେ କେଶର କ୍ଷେତ୍ର ଭାବେ ପ୍ରସିଦ୍ଧ ସ୍ୱୟମ୍ଭୂ ଶ୍ରୀଚଣ୍ଡେଶ୍ୱର ଦେବଙ୍କ ପୀଠରେ ରବିବାର କ୍ଷୀର ସାଗର ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି।

ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ ଚଣ୍ଡେଶ୍ୱର ଗ୍ରାମର ଅଧୀଶ୍ୱର ଶ୍ରୀଚଣ୍ଡୀହର ଦେବଙ୍କ କ୍ଷୀର ସାଗର ପର୍ବ ପାଇଁ ଉତ୍ସବମୁଖର ଥିଲା କେଶର କ୍ଷେତ୍ର। ଓଡ଼ିଶାର ଏହି ପ୍ରସିଦ୍ଧ ପୀଠରେ କୁହୁଡ଼ି ଛ-ଗଡ଼ର ଆରାଧ୍ୟ ପଭୂ ଶ୍ରୀଚଣ୍ଡୀହରଙ୍କୁ କ୍ଷୀର ଅର୍ପଣ ଲାଗି ଶହ ଶହ ଶ୍ରଦ୍ଧାଳୁ ପର୍ବରେ ସାମିଲ ହୋଇଥିଲେ। ଏହି ପରିପ୍ରେକ୍ଷୀରେ ସେମାନେ ଆଜି ପ୍ରତ୍ୟୁଷରୁ ପାରିଓରଡ଼ ଗ୍ରାମଦେବ ପ୍ରଭୂ ତ୍ରିନାଥ ଠାକୁରଙ୍କ ମନ୍ଦିରରେ ପହଁଚି ସଙ୍କଳ୍ପ କରିଥିଲେ। ଏହାପରେ ୫ଶହ ମହିଳା ଭକ୍ତଙ୍କ ସମେତ ପ୍ରତ୍ୟେକ ଶ୍ରଦ୍ଧାଳୁ ବ୍ରତଧାରୀ କ୍ଷୀର କଳସ ମୁଣ୍ଡ ଉପରେ ଯତ୍ନ ସହକାରେ ରଖି କୌସୁମୀ କୂଳ ଅତିକ୍ରମ କରି କେଶର କ୍ଷେତ୍ର ଅଭିମୁଖେ ଯାତ୍ରା କରିଥିଲେ।

ବାଣ, ବାଜା, ରୋଷଣି, ପାଇକ ଆଖଡ଼ା, ଢୋଲ, ସଂକିର୍ତ୍ତନ ସହ ଚାଲିଥିବା ଏହି ଆଧ୍ୟାତ୍ମିକ କଳସ ଯାତ୍ରା ଦୀର୍ଘ ୨ଘଣ୍ଟା ଧରି ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା। ଏଥିରେ ଆକର୍ଷଣ ସାଜିଥିଲା ଗୁରୁ ଉମାମହେଶ୍ୱର ପାତ୍ରଙ୍କ ଦ୍ୱାରା ପରିଚାଳିତ କୁହୁଡ଼ି-ରତନପୁର ଅଞ୍ଚଳର ପ୍ରସିଦ୍ଧ ମା’ମଙ୍ଗଳା ପାଇକ ଆଖଡ଼ା। ଏହି କଳସ ଯାତ୍ରାରେ ସାମିଲ ହୋଇଥିବା ସମସ୍ତ ଶ୍ରଦ୍ଧାଳୁ ଶ୍ରୀଚଣ୍ଡୀହର ଦେବଙ୍କ ସମ୍ମୁଖସ୍ଥ ପ୍ରାଚୀନ କାଳିକା ହ୍ରଦ ପାର୍ଶ୍ୱ ଦେଇ ମନ୍ଦିର ମୁଖ୍ୟଦ୍ୱାରରେ ପ୍ରବେଶ କରିବା ପରେ ବେଢା ପରିକ୍ରମା କରି ପାଟ ଅଗଣାରେ ରୁଣ୍ଡ ହୋଇଥିଲେ। ମନ୍ଦିରର ପୂଜକମାନେ ଭକ୍ତଗଣଙ୍କ ହାତରୁ ଉକ୍ତ ଦୁଗ୍ଧ ଭର୍ତ୍ତି କଳସ ଗୁଡ଼ିକୁ ନେଇ ଶ୍ରୀଚଣ୍ଡୀହରଙ୍କ ଶ୍ରୀଚରଣରେ ସମର୍ପଣ କଲେ।

ହରିବୋଲ, ହୁଳହୁଳି, ଝାଞ୍ଜ ସଂକୀର୍ତ୍ତନ ଧ୍ୱନୀରେ କମ୍ପୁଥାଏ ମନ୍ଦିର ପରିସର। ତେଣେ ଭକ୍ତଙ୍କ ଦ୍ୱାରା ସମର୍ପିତ କ୍ଷୀର, ଦହି, ଘିଅ ଓ ମହୁ ଦ୍ୱାରା କଣ୍ଠଗ୍ରସ୍ତ ମହାଦେବଙ୍କ ଶକ୍ତି କ୍ଷେତ୍ର କ୍ଷୀର ସାଗରର ଭ୍ରମ ସୃଷ୍ଟି କରୁଥିଲା। ଅନ୍ୟପକ୍ଷରେ ଚଣ୍ଡେଶ୍ୱର ଗ୍ରାମର ଅଗ୍ରଣୀ ଅନୁଷ୍ଠାନ ଶ୍ରୀଚଣ୍ଡୀକାନ୍ତ ଯୁବକ ସଂଘର ସଦସ୍ୟମାନେ ପ୍ରଭୂଙ୍କ ପୀଠରେ ଏକତ୍ରିତ ସମସ୍ତ ଶ୍ରଦ୍ଧାଳୁ ଭକ୍ତ, ଆଗନ୍ତୁକ, ଦେଖଣାହାରୀଙ୍କୁ ପ୍ରସାଦ ବିତରଣ କରିଥିଲେ। ଏହାସହିତ ଟ୍ରଷ୍ଟ ବୋର୍ଡ ଏବଂ ଉନ୍ନୟନ ସମିତିର ସଦସ୍ୟବୃନ୍ଦ ଏହା ମହାନ କାର୍ଯ୍ୟରେ ସମ୍ପୂର୍ଣ୍ଣ ସହଯୋଗ କରିଥିଲେ > ଡିଷ୍ଟ୍ରିକ୍ଟ କୋର୍ଡିନେଟର, ଖୋର୍ଦ୍ଧା, ଶୁଭ୍ ଭାରତ ଟାଇମ୍ସ

One Reply to “କ୍ଷୀର ସାଗରରେ ଶ୍ରୀଚଣ୍ଡୀହର

  1. The holy pilgrimage place of Khordha District like Chandeshwar village is very popular for Lord Sri Chandeshwar Dev . The ancient temple of the Lord has many historical proof behind it..

Leave a Reply

Your email address will not be published. Required fields are marked *