ଧର୍ମ

ଲର୍ଡ଼ ଅଫ୍ କମ୍ପ୍ୟାସନ୍- ଶ୍ରୀ ଘୃଷ୍ଣେଶ୍ୱର

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ମହାରାଷ୍ଟ୍ର ନିକଟବର୍ତ୍ତୀ ଦୌଲତାବାଦ ରେଳଷ୍ଟେସନ ଠାରୁ ୧୮ କିଲୋମିଟର ଦୂରରେ ବେରୁଲ ଗ୍ରାମରେ ବିରାଜମାନ କରିଛନ୍ତି ପ୍ରଭୁ ଘୃଷ୍ଣେଶ୍ୱର ଦେବ। ପ୍ରଭୂଙ୍କର ଭିନ୍ନ ଭିନ୍ନ ନାମ। କେହି ତାଙ୍କୁ ଘୃଷ୍ଣେଶ୍ୱର ବୋଲି ବିଶ୍ୱାସ କରନ୍ତି ତ ଆଉ କେହି ଘୁସୂଣେଶ୍ୱର, ଧୂମେଶ୍ୱର, କୁସୁମେଶ୍ୱର ଓ କୁଙ୍କୁମେଶ୍ୱର ନାମରେ ପୂଜାର୍ଚ୍ଚନା କରନ୍ତି।

ଇତିହାସ ପ୍ରସିଦ୍ଧ ଏଲୋରା ଗୁମ୍ଫାର ଅନତି ଦୂରରେ ପ୍ରଭୂଙ୍କ ଅବସ୍ଥାନ। ପ୍ରବାଦ ଅଛି ମାତା ପାର୍ବତୀ ଦେବୀ ଏଠାରେ ଥିବା ଏକ ପୁଷ୍କରିଣୀ ଜଳ ପାପୁଲିରେ ନେଇ ମଥା ସିନ୍ଦୁରକୁ ସେହି ଜଳରେ ମିଶ୍ରଣ କରୁଥିବା ସମୟରେ ମହାଦେବଙ୍କୁ ଚିନ୍ତା କରୁଥିଲେ। ପାପୁଲିରେ ମାତାଙ୍କ ଅଙ୍ଗୁଳି ଘର୍ଷଣ ବେଳେ ତାଙ୍କ ଚେତନାରେ ଥିବା ଶଙ୍କର ଏକ ଲିଙ୍ଗ ରୂପେ ପ୍ରକଟିତ ହୋଇ ସ୍ୱରୂପ ଧାରଣ କରିଥିଲେ। ଯାହାଙ୍କୁ ପୂର୍ବବର୍ତ୍ତୀ କାଳରେ କୁଙ୍କୁମେଶ୍ୱର ବୋଲି ନାମିତ କରାଯାଇଥିଲା।

ସେହି ଜ୍ୟୋତିର୍ଦେବ ଆଜି ଘୃଷ୍ଣେଶ୍ୱର ବୋଲି ଆମ୍ଭେ ବିଶ୍ୱାସ କରୁଛେ। ତେବେ ମନ୍ଦିରର ପାରିପାର୍ଶିକ ଦୃଶ୍ୟ ଅତ୍ୟନ୍ତ ମନୋରମ। ମନ୍ଦିରକୁ ଘେରି ରହିଛି ଏକ ସୁଦୃଢ ପାଚେରୀ। କାରୁକାର୍ଯ୍ୟ ବିମଣ୍ଡିତ ମନ୍ଦିରର ଖୋପ ଗୁଡିକରେ ଭଗବାନ ବିଷ୍ଣୁଙ୍କ ଦଶ ଅବତାର ମୂର୍ତ୍ତି ଶୋଭା ପାଉଛନ୍ତି।

ଶ୍ରଦ୍ଧାଳୁ ଗଣ ଏଠାରେ ଘୃଷ୍ଣେଶ୍ୱର ଦେବଙ୍କ ସହ ମାତା ଘୃଷ୍ଣେଶ୍ୱରୀଙ୍କୁ ଏକତ୍ର ଦର୍ଶନ କରିବାର ସୌଭାଗ୍ୟ ଲଭନ୍ତି। ପ୍ରଭୂ ଘୃଷ୍ଣେଶ୍ୱରଙ୍କ ଦର୍ଶନ ପାଇଁ ମହିଳାଙ୍କୁ ଅନୁମତି ଦିଆଯାଏ। ପୁରୁଷମାନେ ଅଂଟା ଉପରକୁ ଅନାବୃତ ରଖି ମନ୍ଦିର ଗର୍ଭଗୃହରେ ପ୍ରବେଶ କରନ୍ତି।

Leave a Reply

Your email address will not be published. Required fields are marked *