ଧର୍ମ

ଉଜ୍ଜୟନୀ ଅଧିଶ୍ୱର ମହାକାଳେଶ୍ୱର

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ଅକ୍ଷର ପୁରୁଷ ପରଂବ୍ରହ୍ମଙ୍କ ତୃତୀୟ ସ୍ୱରୂପ ଶ୍ରୀ ମହାକାଳେଶ୍ୱର ଜ୍ୟୋତିର୍ଲିଙ୍ଗ। ମଧ୍ୟପ୍ରଦେଶ ମାଲଓା କ୍ଷେତ୍ରରେ ଉଜ୍ଜୟନୀର ପବିତ୍ର ସିପ୍ରା ନଦୀ କୂଳରେ ଶ୍ରୀ ମହାକାଳେଶ୍ୱର ବିରାଜମାନ କରିଛନ୍ତି। ପ୍ରାଚୀନ କାଳରେ ଉଜ୍ଜୟନୀ ଥିଲା ଅବନ୍ତିକାପୁର। ପ୍ରତ୍ୟୁଷ ୩ଟା ୩୦ରେ ଖୋଲାଯାଏ ମନ୍ଦିର ମୁଖ୍ୟଦ୍ୱାର। ପ୍ରଥମେ ହୁଏ ପ୍ରଭୁଙ୍କ ରୁଦ୍ରାଭିଷେକ। ପ୍ରତ୍ୟେହ ବିବିଧ ଶୃଙ୍ଗାରରେ ବେଶ ହୁଅନ୍ତି ଶ୍ରୀ ମହାକାଳେଶ୍ୱର। ଅଭିଷେକ ପରେ ଆରମ୍ଭ ହୁଏ ଭସ୍ମ ଆଳତି। ଭସ୍ମ ଆଳତି ଦେଖିବା ପାଇଁ ଅନୁମତି ପାଇଥିବା କେବଳ ପୁରୁଷ ଭକ୍ତ ମନ୍ଦିର ଗର୍ଭଗୃହରେ ରହି ଦର୍ଶନ ଲାଭ କରନ୍ତି। ଏଥିପାଇଁ କେବଳ ସିଲ୍କି ପାଟମଠାର ଧୋତି ଅଣ୍ଟା ତଳକୁ ପିନ୍ଧିବାକୁ ହୁଏ। ଅଣ୍ଟା ଉପରକୁ ସମଗ୍ର ଶରୀର ଅନାବୃତ ରହିବା ବିଧେୟ।

ଅନୁମତି ପାଇଥିବା ସତ୍ୱେ ମହିଳା ଭକ୍ତ ମନ୍ଦିର ଗର୍ଭଗୃହରେ ପବେଶ କରିପାରନ୍ତିନାହିଁ। ସେମାନେ ସଭାଗୃହରେ ବସି ଭସ୍ମ ଆଳତି ବର୍ଶନ କରିପାରିବେ। ହେଲେ ଭସ୍ମ ଆଳତି ଆରମ୍ଭ ହେବା ମାତ୍ରେ ସେମାନଙ୍କୁ ମୁହଁ ଘୋଡାଇ ବସି ରହିବାକୁ ହୁଏ। ସବୁଠାରୁ ଅଲୌକିକ ତଥା ଆଶ୍ଚର୍ଯ୍ୟାନ୍ୱିତ ଘଟଣାଟି ହେଲା ଭସ୍ମ ଆଳତିରେ ବ୍ୟବହୃତ ଭସ୍ମ ପ୍ରତ୍ୟେହ ଶ୍ମସାନରୁ ଆସିଥାଏ। ରାତ୍ରିର ନିଶାର୍ଦ୍ଧ ପ୍ରହରରେ ଉଲଗ୍ନ ଅବସ୍ଥାରେ ଯାଇ ସଦ୍ୟ ଜଳୁଥିବା ଜୁଇରୁ ଉତପ୍ତ ଭସ୍ମ ସଂଗ୍ରହ କରାଯାଏ। ସେହି ଭସ୍ମରେ ଶ୍ରୀ ମହାକାଳେଶ୍ୱରଙ୍କ ଆଳତି ହୁଏ। ଭସ୍ମ ଆଳତି ଦର୍ଶନ କରିଥିବା ବ୍ୟକ୍ତି ଅକାଳ ମୃତ୍ୟୁରୁ ରକ୍ଷା ପାଇଥାନ୍ତି। ମୃତ୍ୟୁ ପରେ ମାନବ ଶରୀର ଶ୍ମସାନରେ ଦାହ ହୋଇ ଭସ୍ମରେ ପରିଣତ ହେଲେ ମଧ୍ୟ, ସେହି ଚିତା ଭସ୍ମ ଦେବତାଙ୍କ ସ୍ପର୍ଶରେ ଦେବତ୍ୱ ଲାଭ କରିଥାଏ।

Leave a Reply

Your email address will not be published. Required fields are marked *