ଫଟୋଗ୍ୟାଲେରୀ

ଟଲିଉଡରେ ପ୍ରଶଂସା, ବଲିଉଡରେ ବଳାତ୍କାର

ଶୁଭ୍ ଭାରତ ଟାଇମ୍ସ,୧୩ /୧୦- ବେଙ୍ଗଲ ବ୍ୟୁଟି ପାୟଲ ଘୋଷ୍। ୨୦୦୮ରେ ରିଲିଜ୍ ହୋଇଥିବା ତେଲୁଗୁ ମୁଭି “ପ୍ରୟାନମ୍‌”ରେ ପାୟଲ, ହାରିକା ଭୂମିକାରେ ପର୍ଦ୍ଦାକୁ ଆସିଥିଲେ। ସିନେମାର କାହାଣୀ ଧୃବ୍ ଏବଂ ହାରିକାଙ୍କ ପ୍ରେମ ସମ୍ପର୍କ ଉପରେ ପର୍ଯ୍ୟବସିତ। ଏକ ଏୟାରପୋର୍ଟରେ ଉଭୟଙ୍କ ସାକ୍ଷାତକାର ହେଲା ଏବଂ ୨ ଘଂଟା ମଧ୍ୟରେ ଏମାନେ ପ୍ରେମରେ ପଡିଗଲେ। ହାରିକା ଭାରତ ଆସିବାକୁ ମାଲେସିଆ ଏୟାରପୋର୍ଟରେ ପହଁଚିବା ପରେ ଏଠାରେ ଧୃବଙ୍କ ସହ ସାକ୍ଷାତ ହୋଇଥିଲା। www.suvbharattimes.in // twitter.com/@suvbharat_times // www.linkedin.com/in/editor.suvbharattimes

ଅଳ୍ପ କିଛି ସାଉଥ୍ ଫିଲ୍ମରେ ଅଭିନୟ କରିଥିଲେ ମଧ୍ୟ ପାୟଲ ଘୋଷ ଇଣ୍ଡଷ୍ଟ୍ରୀରେ ଚର୍ଚ୍ଚାରେ ଥିଲେ। ଗ୍ଲାମର ଲୁକ୍ ସହ ସେକ୍ସି ଆସପାୟାରାନ୍ସ ତାଙ୍କୁ ଦର୍ଶକ ନିକଟବର୍ତ୍ତୀ କରିଥିଲା। କନ୍ନଡ ମୁଭି “ବର୍ଷାଧାରେ” ପାୟଲଙ୍କୁ ଦେଇଥିଲା ସ୍ୱତନ୍ତ୍ର ପରିଚୟ। ଏହି ବୁଦ୍ଧିମତୀ ବେଙ୍ଗଲୀ ଝିଅ ସିନେମାର ହଟ୍ ଏବଂ ସେନ୍ସିଟିଭ୍ ସିନ୍ସ ମାଧ୍ୟମରେ ନିଜ ପ୍ରତିଭାର ପ୍ରମାଣ ଦେଇଥିଲେ। www.suvbharattimes.in // twitter.com/@suvbharat_times // www.linkedin.com/in/editor.suvbharattimes

ପାୟଲ ଅଭିନୀତ ଦ୍ୱିତୀୟ ତେଲୁଗୁ ମୁଭି ଥିଲା “ଉଷାରଭେଲୀ”। ସିନେମାର ଲିଡ୍ ରୋଲ୍‌’ରେ ଥିଲେ ଜୁନିୟର ଏନଟିଆର୍ ଓ ତମ୍ମନା ଭାଟିଆ। କିନ୍ତୁ ପାର୍ଶ୍ଵ ଅଭିନେତ୍ରୀ ଭୂମିକାରେ ଆସିଥିବା ପାୟଲଙ୍କ ଅଭିନୟ ହୃଦୟକୁ ଛୁଇଁଥିଲା। ଇଣ୍ଡିୟାନ୍ ଆକ୍ସନ୍ ଥ୍ରୀଲର ତଥା ଅତିଭୌତିକ ଶକ୍ତି ଉପରେ ପ୍ରସ୍ତୁତ “ଉଷାରଭେଲୀ” ବକ୍ସ ଅଫିସରେ ହିଟ୍ ମୁଭି’ର ମାନ୍ୟତା ପାଇଥିଲା। www.suvbharattimes.in // twitter.com/@suvbharat_times // www.linkedin.com/in/editor.suvbharattimes

ରିଶି କାପୁରଙ୍କ “ପଟେଲ କି ପଞ୍ଜାବୀ ସାଦୀ” ଫିଲ୍ମରୁ ବଲିଉଡ୍ ଡେବ୍ୟୁ କରିଥିଲେ ପାୟଲ। ସାଉଥ ଇଣ୍ଡିଆନ୍ ଏବଂ କନ୍ନଡ ଫିଲ୍ମରେ ଲୋକପ୍ରିୟତା ତାଙ୍କୁ ବଲିଉଡ୍ ପ୍ରବେଶ ପାଇଁ ଉତ୍ସାହିତ କରିଥିଲା। ଛୋଟ ବେଳୁ ଅଭିନେତ୍ରୀ ହେବାକୁ ଇଚ୍ଛା ରଖିଥିଲେ ପାୟଲ। ଏଥିପାଇଁ ତାଙ୍କ ପିତାମାତାଙ୍କ ଅନୁମତି ନଥିଲା। ଶେଷରେ କୋଲକାତା ଛାଡି ମୁମ୍ବାଇରେ ଡେରା ପକାଇଥିଲେ। ସଂଯୋଗବଶତଃ ୧୭ ବର୍ଷ ବୟସରେ ପାୟଲ ଏକ ବ୍ରିଟିଶ୍ ଟେଲି ଫିଲ୍ମ “ସାର୍ପିସ୍ ପେରିଲ୍‌”ରୁ ରଙ୍ଗୀନ ଦୁନିଆରେ କ୍ୟାରିୟର ଆରମ୍ଭ କରିବା ସହ ଏକ କାନାଡିଆନ୍ ମୁଭି’ରେ ମଧ୍ୟ ଆକ୍ଟିଂ ସୁଯୋଗ ପାଇଥିଲେ। କିନ୍ତୁ ପାୟଲଙ୍କ ବଲିଉଡ ମୋହ ବର୍ତମାନ ଦେଶରେ ଏକ ଚର୍ଚ୍ଚିତ ଖବର ପାଲଟିଛି। ଟଲିଉଡରେ ପ୍ରଶଂସିତ ହେବା ପରେ ବଲିଉଡ୍ ଆସି ଦୁଷ୍କର୍ମର ଶିକାର ହୋଇଛନ୍ତି ଏହି ଅଭିନେତ୍ରୀ > www.suvbharattimes.in // twitter.com/@suvbharat_times // www.linkedin.com/in/editor.suvbharattimes

Leave a Reply

Your email address will not be published. Required fields are marked *