ପେଜ୍-ଥ୍ରୀ

ମଞ୍ଜୁର୍-ଏ-ଖୁଦା ଟିଜର୍ ରିଲିଜ୍

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ, ୨୬/୧୦/୧୮- ଠଗ୍ସ ଅଫ୍ ହିନ୍ଦୁସ୍ତାନ୍ ଫିଲ୍ମର ଟ୍ରେଲର୍ ରିଲିଜ୍ ସରିଛି। ସବୁ କଳାକାରଙ୍କ ମୁହଁ ସାମ୍ନାକୁ ଆସିଗଲାଣି। ଫିଲ୍ମର ୨ଟି ଗୀତ ମଧ୍ୟ ରିଲିଜ୍ ହୋଇଛି। ଏବେ ଫିଲ୍ମର ତୃତୀୟ ଗୀତ “ମଞ୍ଜୁର୍-ଏ-ଖୁଦା’ର ଟିଜର୍ ବି ରିଲିଜ୍ କରାଯାଇଛି। ଏହାର ଟିଜର୍ ଖୁବ୍ ପସନ୍ଦ ହେଉଛି। ଫିଲ୍ମର ଟ୍ରେଲରରେ ଅମିତାଭ୍ ଓ ଅମୀରଙ୍କ ଲୁକ୍ ନେଇ ଚର୍ଚ୍ଚା ଚାଲିଛି।

ଗୀତ ସାମ୍ନାକୁ ଆସିବା ପରେ କାଟ୍ରିନା କେଫ୍ ଚର୍ଚ୍ଚାରେ ଅଛନ୍ତି। ଫିଲ୍ମରେ ତାଙ୍କର ଚେହେରା ଓ କଷ୍ଟ୍ୟୁମକୁ ନେଇ ଆଲୋଚନା ଯୋର୍ ଧରିଛି। “ସୁରୈୟା’ପରେ “ମଞ୍ଜୁର୍-ଏ-ଖୁଦା’ରେ କାଟ୍ରିନାକୁ ଦେଖିବାରେ ଦର୍ଶକ ବିଭୋର୍ ହୋଇଗଲେଣି। ଏହି ଗୀତରେ କାଟ୍ରିନାଙ୍କୁ ଦେଖି ପ୍ରଶଂସକମାନେ ତାଙ୍କୁ ଅଜନ୍ତା ଏଲୋରା ଗୁମ୍ଫାରେ ଖୋଦିତ ମୂର୍ତ୍ତି ସହ ତୁଳନା କରୁଛନ୍ତି। ଠଗ୍ସ ଅଫ୍ ହିନ୍ଦୁସ୍ତାନ୍’ର ତୃତୀୟ ଗୀତର ଟିଜରରେ କାଟ୍ରିନାଙ୍କ ଗ୍ଳାମର୍ସ ଲୁକ୍ ଦର୍ଶକଙ୍କ ଲାଗି ଆକର୍ଷଣର କେନ୍ଦ୍ରବିନ୍ଦୁ।

କାଟ୍ରିନାଙ୍କ ଏହି ଗୀତର ଏକ ଷ୍ଟିଲ୍ ଭାଇରାଲ୍ ହେବାରେ ଲାଗିଛି। କାଟ୍ରିନାଙ୍କର ପୋଜ୍ “ଅଜନ୍ତା ଏଲୋରା ଗୁମ୍ଫାର’ମୂର୍ତ୍ତିକୁ ମନେପକାଇ ଦେଉଛି। ଏଥିରେ କାଟ୍ରିନା ସ୍ପର୍କଲ୍ ଆଉଟଫିଟ୍ ପିନ୍ଧିଛନ୍ତି। ସେ ଏହି ଗୀତରେ ଭାରି ଅଳଙ୍କାର ବି ପିନ୍ଧିଛନ୍ତି। ଏପରିକି ପାଦରେ ଗାଢ ଲାଲ୍ ରଙ୍ଗର ଅଳତା ଲଗାଇଥିବା ଦେଖିବାକୁ ମିଳିଛି।

ଏହା ପୂର୍ବରୁ ଫିଲ୍ମର ଗୀତ “ସୁରୈୟା’ରେ କାଟ୍ରିନାଙ୍କ ସିଜଲିଙ୍ଗ ଅବତାର ଦେଖିବାକୁ ମିଳିଥିଲା। ଦର୍ଶକ ତାଙ୍କ ଲୁକ୍’ର ଖୁବ୍ ପ୍ରଶଂସା କରିଛନ୍ତି। କାଟ୍ରିନା ତାଙ୍କ ଲୁକ୍ ଓ ଡ୍ୟାନ୍ସରେ ବାକି ହିରୋଇନଙ୍କୁ ପଛରେ ପକାଇବା ଭଳି ପ୍ରଦର୍ଶନ କରିଛନ୍ତି।

ଫିଲ୍ମର ନିର୍ଦ୍ଦେଶକ ବିଜୟ କୃଷ୍ଣ ଆଚାର୍ଯ୍ୟ କହିଛନ୍ତି କି “ମଞ୍ଜୁର୍-ଏ-ଖୁଦା’ଫିଲ୍ମର ମହତ୍ୱ ବଢାଇଛି। ଏଥିପାଇଁ ଏହାକୁ ଅଧିକ ଶକ୍ତିଶାଳୀ କରିବା ଆବଶ୍ୟକ ଥିଲା। ଆଚାର୍ଯ୍ୟ ଘୋଷଣା କରିଛନ୍ତି କି ଏହି ଗୀତର ରଚନା ଓ ମ୍ୟୁଜିକ୍ ସପୋର୍ଟ ଦେଇଛି ଏବଂ ତାଙ୍କୁ ଫିଲ୍ମଟି ବହୁତ ଭଲ ଲାଗିଛି ବୋଲି କହିଛନ୍ତି।

ଫିଲ୍ମ ସମୀକ୍ଷକଙ୍କ ଅନୁସାରେ ୟସରାଜ୍ ବ୍ୟାନର ତଳେ ନିର୍ମିତ ଏହି ଫିଲ୍ମ ୨୦୧୮ର ଖୁବ୍ ଅପଡେଟ୍ ଫିଲ୍ମ। ଅମୀର୍ ଖାନ୍, ଅମିତାଭ୍ ବଚ୍ଚନ, କଟ୍ରିନା କେଫ୍ ଓ ଫାତିମା ସନାଙ୍କ ଅଭିନୀତ ଏହି ଫିଲ୍ମଟି ନଭେମ୍ବର ୮ରେ ରିଲିଜ୍ ପାଇଁ ପ୍ରସ୍ତୁତି ସରିଛି।

Leave a Reply

Your email address will not be published. Required fields are marked *