ମହାନଗର

ସାମ୍ବାଦିକଙ୍କୁ ସହାୟତା ପ୍ରସଙ୍ଗରେ ଆଲୋଚନା

Suvbharat Times  http://www.suvbharattimes.in/ #Bhubaneswar 03122020- କରୋନା ଭାଇରସ୍ ସଂକ୍ରମଣକୁ ରୋକିବା ଲକ୍ଷରେ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କଲେ। ଲକ୍ ଡାଉନ, ସଟ୍ ଡାଉନ୍ ପାଇଁ ବେରୋଜଗାରୀ ସୀମା ଲଂଘିବା ପରେ ରାଜ୍ୟର ବିଭିନ୍ନ ବର୍ଗର ଲୋକଙ୍କୁ ସରକାରୀ ସହାୟତା ଯୋଗାଇଦେଲେ ସରକାର। କିନ୍ତୁ ବାଦ୍ ପଡିଲେ ସାମ୍ବାଦିକ। କରୋନା ସଂକ୍ରମିତ ସାମ୍ବାଦିକ ଯଦି ମରଯାନ୍ତି ତ ମିଳିବ ଆର୍ଥିକ ସହାୟତା। ମା’ ରାଣ ଢିଙ୍କି ଗିଳ୍ ଭଳି ବିଜୁ ଜନତା ଦଳ ସରକାରର ସହାୟତା ଘୋଷଣା ରାଜ୍ୟର ସାମ୍ବାଦିକଙ୍କୁ ନିରାଶ କରିଛି। କରୋନାକୁ ଖାତିର ନକରି ଯେଉଁ ସାମ୍ବାଦିକମାନେ ଖବର ସଂଗ୍ରହରେ ସମୟ ବିତାଇଥିଲେ, ଏମାନଙ୍କୁ ସହାୟତା ଦେବାକୁ କୌଣସି ପ୍ରସ୍ତାବ ରଖିନି ବିଜେଡି ସରକାର। ଏନେଇ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘ ପକ୍ଷରୁ ଘଟଣାର ତୀବ୍ର ନିନ୍ଦା କରାଯିବା ସହ କାର୍ଯ୍ୟରତ ସାମ୍ବାଦିକଙ୍କୁ ଆର୍ଥିକ ପ୍ରୋତ୍ସାହନ ଦେବା ପାଇଁ ସରକାରଙ୍କୁ ଅନୁରୋଧ କରାଯାଇଛି। https://twitter.com/Suvbharat_Times

Senior Journalist Late Prabir Pradhan

http://www.suvbharattimes.in/ ଅଖିଳ ଭାରତ କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ମହାସଂଘର ଏକ ଜରୂରୀ ବୈଠକ ଭୁବନେଶ୍ୱର ଫରେଷ୍ଟ ପାର୍କ ଛକ ସନ୍ନିକଟ ଭାରତୀ ଟାୱାର ଠାରେ ଅନୁଷ୍ଠିତ ହୋଇଯାଇଛି। ସଂଗଠନ ସଭାପତି ରବି ରଥଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ସଭାରେ ସାମ୍ବାଦିକଙ୍କୁ ଆର୍ଥିକ ସହାୟତା ପ୍ରସଙ୍ଗରେ ଆଲୋଚନା ହୋଇଥିଲା। ସଂଗଠନର ୯ମ ରାଜ୍ୟ ଅଧିବେଶନ ଜୟପୁର କିମ୍ବା ଭୁବନେଶ୍ୱର ଠାରେ କରାଯିବା ପାଇଁ ସ୍ଥିର କରାଯିବା ସହ ରାଜ୍ୟର ବିଭିନ୍ନ ଅଞ୍ଚଳରୁ ପ୍ରକାଶ ପାଉଥିବା କ୍ଷୁଦ୍ର ଓ ମଧ୍ୟମ ସମ୍ବାଦପତ୍ର ଗୁଡ଼ିକର ସମ୍ପାଦକ ଓ ପ୍ରକାଶକଙ୍କ ଏକ ପରିଚିତି ପୁସ୍ତିକା ପ୍ରକାଶନ ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା। ବୈଠକରେ ଜାତୀୟ ପରିଷଦ ସଦସ୍ୟ କେବିକେ ସମାଚାରର ସମ୍ପାଦକ ବିନୋଦ ମହାପାତ୍ରଙ୍କ ସମେତ ରଜନୀକାନ୍ତ ସାମନ୍ତରାୟ, ସଞ୍ଜୟ ଦାଶ, ପାର୍ଥସାରଥୀ ଜେନା, ସନାତନ ଦଳବେହେରା, ସରୋଜ ପଟ୍ଟନାୟକ, ଜଗଦୀଶ ମିଶ୍ର, ରମାକାନ୍ତ ପରିଜା, ନିତ୍ୟନିରଞ୍ଜନ ପଣ୍ଡା ପ୍ରମୁଖ ବରିଷ୍ଠ ସାମ୍ବାଦିକମାନେ ଉପସ୍ଥିତ ଥିଲେ। https://twitter.com/Suvbharat_Times

Leave a Reply

Your email address will not be published. Required fields are marked *