ଜାତୀୟ

ମିଡିଆକୁ ମାଡି ବସିଛନ୍ତି ମୋଦି ସରକାର

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ଗଣମାଧ୍ୟମ ସ୍ୱାଧିନତା ପ୍ରସଙ୍ଗରେ ଲୋକସଭାରେ ଏନଡିଏ ସରକାର ବିରୋଧରେ ଆରୋପ ଲଗାଇଛି କଂଗ୍ରେସ। କେନ୍ଦ୍ର ଭାଜପା ସରକାର ମିଡିଆକୁ ମାଡି ବସିଛି, ତା’ର ଅଭିବ୍ୟକ୍ତିର ସ୍ୱତନ୍ତ୍ରତାକୁ ଦବାଇବାକୁ ପ୍ରୟାସ କରି ଆସିଛି ବୋଲି ଗୃହରେ ମନ୍ତବ୍ୟ ରଖିଥିଲେ କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ। ଗୃହରେ ଶୂନ୍ୟକାଳ ସମୟରେ ଏକ ସମାଚାର ଚ୍ୟାନେଲର ତିନି ଜଣ ବରିଷ୍ଠ ପତ୍ରକାରଙ୍କ କଥିତ ଇସ୍ତଫା ମାମଲା ଉଠାଇବା ସହ ମଲ୍ଲିକାର୍ଜୁନ କହିଥିଲେ କି ସରକାର ମିଡିଆର ସ୍ୱର ଦବାଇବା ସହ ଡରାଇବା ଏବଂ ଧମକାଇବା କାମ କରୁଛନ୍ତି।

ଖଡଗେଙ୍କ କହିବା ମୁତାବକ ସରକାର ଅଭିବ୍ୟକ୍ତିର ସ୍ୱତନ୍ତ୍ରତା ଉପରେ ବାରମ୍ବାର ହମଲା କରୁଛନ୍ତି, ଯାହା ଭାରତ ଭଳି ଗୌରବଶାଳୀ ଗଣତନ୍ତ୍ର ଏବଂ ସମ୍ବିଧାନ ବିରୋଧୀ। ବିରୋଧୀ ଦଳର କେତେଜଣ ସଦସ୍ୟ ଖଡଗେଙ୍କ ମନ୍ତବ୍ୟକୁ ସମର୍ଥନ ଜଣାଇ ଟେବୁଲ ବାଡାଇ ଉତ୍ସାହିତ କରିଥିଲେ। ସେପାଖେ କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର ଏହାର ଯବାବରେ କହଥିଲେ ସବୁ କଥା ପାଇଁ ସରକାରଙ୍କୁ ଦୋଷୀ କହିବା କଂଗ୍ରେସର ଅଭ୍ୟାସ ହୋଇଗଲାଣି। ବିରୋଧୀଙ୍କ ପାଖରେ ଅନ୍ୟ କୌଣସି ପ୍ରସଙ୍ଗ ନାହିଁ ତେଣୁ ବେସରକାରୀ ମିଡିଆ ସଂସ୍ଥା ମାମଲାରେ ମଧ୍ୟ ସରକାରଙ୍କୁ ଦୋଷୀ ସାବ୍ୟସ୍ତ କରୁଛନ୍ତି ବୋଲି ରାଠୋର କଂଗ୍ରେସ ଉପରେ ବର୍ଷିଥିଲେ।

ଶୂନ୍ୟ କାଳ ସମୟରେ ଅନ୍ୟ ସଦସ୍ୟମାନେ ମଧ୍ୟ ଅଲଗା ପ୍ରଶ୍ନ କରିଥିଲେ। ବିଜେପିର ମନୋଜ ରାଜୌରିଆ ରାଜସ୍ଥାନର କରୌଲିରେ କେନ୍ଦ୍ରୀୟ ବିଦ୍ୟାଳୟ ତିଆରି କରିବା ପାଇଁ ଦାବି କରିଥିଲେ। ଶିବସେନା ସାଂସଦ ଶ୍ରୀକାନ୍ତ ସିନଧେ ମୁମ୍ବାଇ ଏବଂ ଆଖପାଖ ଅଂଚଳରେ ଡାକଘରର ଖରାପ ସ୍ଥିତି ହେତୁ ଏହାର ମରାମତିରେ କେନ୍ଦ୍ର ସରକାର ସାହାଯ୍ୟ କରୁ ବୋଲି କହିଥିଲେ। ବିଜେପିର ଗଣେଶ ସିଂହ ଏବଂ କଂଗ୍ରେସ ସାଂସଦ ଧ୍ରୁବନାରାୟଣ ମଧ୍ୟ ନିଜ ନିଜ ଅଂଚଳର ବିଭିନ୍ନ ପ୍ରସଙ୍ଗରେ ପ୍ରଶ୍ନ କରିଥିଲେ।

Leave a Reply

Your email address will not be published. Required fields are marked *