ଆନ୍ତର୍ଜାତୀୟ

ମୋଷ୍ଟ ୱାଣ୍ଟେଡ ଅବୁ ବକର ଗିରଫ

ଶୁଭ୍ ଭାରତ ଟାଇମ୍ସ (ବ୍ୟୁରୋ),୧୪/୨- ମୁମ୍ବାଇ ବ୍ଳାଷ୍ଟ ମାମଲାର ମୋଷ୍ଟ ଓାଣ୍ଟେଡ୍ ଆତଙ୍କି ଅବୁ ବକର କୁ ଦୁବାଇରୁ ଗିରଫ କରିବାରେ ଏଜେନ୍ସି ସମୁହ ସଫଳ ହୋଇଛି। ଭାରତର ଏଜେନ୍ସି ବକର ର ପ୍ରତ୍ୟର୍ପଣ ପ୍ରକ୍ରିୟା ଆରମ୍ଭ କରିଛି।

୧୯୯୩ ର ମୁମ୍ବାଇ ସିରିଏଲ୍ ବମ୍ ବ୍ଳାଷ୍ଟ ମାମଲାରେ ଭାରତୀୟ ଏଜେନ୍ସି ସମୁହଙ୍କୁ ଦୁବାଇରେ ବଡ ସଫଳତା ମିଳିଛି। ଏହି ମାମଲାରେ ସୁରକ୍ଷା ଏଜେନ୍ସି ଭାରତର ଦୁଇ ମୋଷ୍ଟ ଓାଣ୍ଟେଡ୍ ଆତଙ୍କିଙ୍କୁ ଧରିବା ଲାଗି ପ୍ରସ୍ତୁତ ରହିଥିଲା। ଗିରଫ ହୋଇଥିବା ଜଣେ ଆତଙ୍କି ଅବୁ ବକର ବୋଲି ଜଣାପଡିଛି। ଅବୁ ବକର ପାକ୍ ଅଧୀକୃତ କଶ୍ମୀରରେ ଟ୍ରେନିଂ ସହ ଆରଡିଏକ୍ସ ଆଣିବା ତଥା ଅଣ୍ଡରଓାର୍ଲଡ ଡନ୍ ଦାଉଦ୍ ଇବ୍ରାହିମର ଦୁବାଇ ସ୍ଥିତ ଘରେ ଷଡଯନ୍ତ୍ରରେ ସାମିଲ ଥିଲା।
ଏଜେନ୍ସି ମୁତାବକ ମୁମ୍ବାଇ ବ୍ଳାଷ୍ଟ ମାମଲାର ମୁଖ୍ୟ ଷଡଯନ୍ତ୍ରକାରୀଙ୍କ ମଧ୍ୟରେ ଅବୁ ବକର ସାମିଲ ଥିଲା। ଏଜେନ୍ସି ଖୁଫିୟା ଇନପୁଟ୍ ଆଧାରରେ ତାକୁ ଧରିଛନ୍ତି। ତଥାପି ଦୀର୍ଘ ବର୍ଷ ଧରି ମୋଷ୍ଟ ଓାଣ୍ଟେଡ ଲିଷ୍ଟରେ ଥିବା ଏହି ୨ ଆତଙ୍କିଙ୍କ ପ୍ରତ୍ୟର୍ପଣ ଲାଗି ଏଜେନ୍ସି ପକ୍ଷରୁ ଚେଷ୍ଟା ଚାଲିଥିଲା। ଅବୁ ବକର ର ପୁରା ନାମ ଅବୁ ବକର ଅବଦୁଲ ଗଫୁର ସେକ୍। ଯିଏ କି ମହମ୍ମଦ ଓ ମୁସ୍ତାଫା ଦୌସା ସହ ସ୍ମଗଲିଙ୍ଗରେ ସାମିଲ ଥିଲା। ଅବୁ ବକର କପଡା, ସୁନା ଇଲେକଟ୍ରୋନିକ୍ସ ସାମଗ୍ରୀ ଗୁଡିକୁ ଉପସାଗରୀୟ ଦେଶରୁ ଆଣି ମୁମ୍ବାଇ ଓ ଆଖପାଖ ସହରରେ ପହଁଚାଇବା ସହ ସ୍ମଗଲିଙ୍ଗରୁ ପ୍ରଚୁର ଅର୍ଥ ରୋଜଗାର କରୁଥିଲା।

ଅବୁ ବକର ବିରୋଧରେ ୧୯୯୭ରେ ରେଡ୍ କର୍ଣ୍ଣର ନୋଟିସ ଜାରି ହୋଇଥିଲା ଏବଂ ଭାରତୀୟ ଏଜେନ୍ସି ସମୁହ ତାକୁ ଗିରଫ କରିବାକୁ ଜାଲ ବିଛାଇଥିଲେ। ହେଲେ ଶେଷରେ ଦୁବାଇରୁ ସଫଳତା ମିଳିଲା। ଅବୁ ବକର ର ଦୁବାଇରେ ମଧ୍ୟ କିଛି ବ୍ୟବସାୟ ଚାଲିଥିବା ଏଜେନ୍ସି ହାତରେ ସୂଚନା ଅଛି। ସେ ଇରାନ ର ଜଣେ ମହିଳାଙ୍କୁ ଦିତ୍ୱୀୟ ବିବାହ କରିଛି। କେନ୍ଦ୍ରୀୟ ଏଜେନ୍ସି ସୂତ୍ରରୁ ବୁଧବାର ସଂଧ୍ୟାରେ ଇଣ୍ଡିଆ ଟୁଡେ ରୁ ତାର ସମର୍ପଣ ପ୍ରକ୍ରିୟା ନେଇ ସୂଚନା ଖେଳିଯାଇଛି।

୧୨ ମାର୍ଚ୍ଚ ୧୯୯୩ରେ ମୁମ୍ବାଇର ୧୨ ଟି ଯାଗାରେ ବୋମା ବିସ୍ଫୋରଣ ହୋଇଥିଲା। ଯେଉଁଥିରେ ୨୫୭ ଜଣଙ୍କ ମୃତ୍ୟୁ ଘଟିଥିଲା ଏବଂ ୭୧୩ ଜଣ ଗୁରୁତର ହୋଇଥିଲେ। ଏହି ଧମାକା ବମ୍ବେ ଷ୍ଟକ୍ ଏକ୍ସଚେଂଜ୍, ନରସୀ ନାଥ ଷ୍ଟ୍ରିଟ୍, ଶିବ ସେନା ଭବନ, ସେଂଚୁରୀ ବଜାର, ମାହିମ୍, ଜୁହୁ ସେଣ୍ଟ୍ରାଲ୍ ହୋଟେଲ୍, ପ୍ଳାଜା ସିନେମା, ଝାଭରୀ ବଜାର, ସି-ରକ୍ ହୋଟେଲ, ସହାର ବିମାନ ବନ୍ଦର, ଏୟାରପୋର୍ଟ ସେନ୍ତୁର ହୋଟେଲ ଆଖପାଖରେ ହୋଇଥିଲା। ୨ ଘଣ୍ଟା ମଧ୍ୟରେ ୧୩ ଥର ବମ୍ ବ୍ଳାଷ୍ଟରେ ୨୭ କୋଟି ଟଙ୍କାର ସମ୍ପତି ଧ୍ୱସଂ ହେଲା।

ଏହି ମାମଲାରେ ୪ ନଭେମ୍ବର ୧୯୯୩ ରେ ୧୦ ହଜାର ପୃଷ୍ଠାର ଚାର୍ଜସିଟ ଦାଖଲ ହୋଇଥିଲା, ଯେଉଁଥିରେ ୧୮୯ ଦୋଷୀ ମାମଲାରେ ଛନ୍ଦି ହୋଇଥିଲେ। ଏଥିରେ ଦାଉଦ ଇବ୍ରାହିମକୁ ମୁଖ୍ୟ ଅଭିଯୁକ୍ତ ସାବ୍ୟସ୍ତ କରାଯାଇଥିଲା। ହେଲେ ଦାଉଦକୁ ଏପର୍ଯ୍ୟନ୍ତ ଗିରଫ କରାଯାଇପାରୁନି। ୨୦୦୬ରେ ମୁମ୍ବାଇ ଅଦାଲତରେ ଯେଉଁମାନେ ଦୋଷୀ ପ୍ରମାଣିତ ହେଲେ ସେଥିରେ ଦାଉଦ ସହିତ ଟାଇଗର ମେନନ୍, ୟାକୁବ ମେନନ୍, ୟୁସୁଫ୍ ମେନନ୍ ସାମିଲ ଥିଲେ। ଯେତେବେଳେ କି ବମ୍ ବ୍ଳାଷ୍ଟ ମାମଲାରେ ଦୋଷୀ ମୁସ୍ତାଫା ଦୌସା ର ୨୦୧୭ରେ ମୁମ୍ବାଇ ର ଏକ ହସ୍ପିଟାଲରେ ମୃତ୍ୟୁ ହୋଇଯାଇଛି ଏବଂ ୟାକୁବ ମେମନ୍ ଫାଶି ପାଇଛି।

Leave a Reply

Your email address will not be published. Required fields are marked *