ଧର୍ମ

ରହସ୍ୟମୟ କେଶର କ୍ଷେତ୍ର

ଚିଲିକା/ଖୋର୍ଦ୍ଧା, ଶୁଭ୍ ଭାରତ ଟାଇମ୍ସ, ୧୪.୧୦- ଓଡ଼ିଶାର ପ୍ରସିଦ୍ଧ ଶୈବ ଉପାସନା କ୍ଷେତ୍ର ମଧ୍ୟରୁ ଅନ୍ୟତମ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ ଅନ୍ତର୍ଗତ ମହାଦେବ ଶ୍ରୀଚଣ୍ଡେଶ୍ୱରଙ୍କ ପୀଠ। କ୍ଷେତ୍ର ଅଧୀଶ୍ୱର ଶ୍ରୀଚଣ୍ଡେଶ୍ୱର ଦେବଙ୍କ ପର୍ବପର୍ବାଣୀକୁ ନେଇ ମାଦଳା ପାଞ୍ଜି ଏବଂ ପୁରୀ ଶ୍ରୀମନ୍ଦିରରେ ପ୍ରଚଳିତ ପୁରାତନ ପଞ୍ଜିକାରେ ଲିପିବଦ୍ଧ ହୋଇଛି ଶ୍ରୀଲିଙ୍ଗରାଜ ଦେବ, ଶ୍ରୀଚଣ୍ଡୀହର ଦେବ ଓ ଲଡୁବାବାଙ୍କ ପାବନ କ୍ଷେତ୍ରରେ ୧୨ ମାସରେ ଚତ୍ତୁର୍ଦଶ ଯାତ୍ରା ପାଳିତ ହୋଇଥାଏ। www.suvbharattimes.in // twitter.com/@suvbharat_times // www.linkedin.com/in/editor.suvbharattimes

ଦିନଥିଲା କବିବର ରାଧାନାଥ ରାୟଙ୍କ ରଚିତ ‘ଚିଲିକା’ କାବ୍ୟରେ ବର୍ଣ୍ଣନା ହୋଇଥିଲା, “ତେଣୁ ସିନା ତୋର ତୀର ଦ୍ୱୀପାବଳୀ, ଦେବ-ଦେବୀଙ୍କର ପ୍ରିୟ-ବାସସ୍ଥଳୀ। ତେଣୁ ସିନା ତାରା, ଚଣ୍ଡୀ, ଭଗବତୀ ସରାଗେ ତୋ ତୀରେ ବିହିଲେ ବସତି। ତେଣୁ ନାଗେଶ୍ୱର-ନିକୁଞ୍ଜ-ବିଳାସୀ ପ୍ରଭୁ ଚଣ୍ଡେଶ୍ୱର ତୋ ତୀର ନିବାସୀ”। ଏହା ପ୍ରମାଣ କରୁଛି ଶ୍ରୀଚଣ୍ଡେଶ୍ୱରଙ୍କ ପବିତ୍ର କ୍ଷେତ୍ର ଚମ୍ପା, ନାଗେଶ୍ୱର, ବକୁଳ ଆଦି ବୃକ୍ଷରେ ଭରପୁର ଥିଲା; ଯେଉଁଥିରେ ବିମୋହିତ କବିବର ଏହି କ୍ଷେତ୍ରର ନିଚ୍ଛକ ଦୃଶ୍ୟକୁ ‘ଚିଲିକା’ କାବ୍ୟରେ ନିଖୁଣ ଭାବେ ବର୍ଣ୍ଣନା କରିଥିଲେ। www.suvbharattimes.in // twitter.com/@suvbharat_times // www.linkedin.com/in/editor.suvbharattimes

ଶ୍ରୀବଳରାମ ଦାସଙ୍କ ରଚିତ ‘ଜଗମୋହନ ରାମାୟଣ’ / ‘ଦାଣ୍ଡି ରାମାୟଣ’ରେ ଶ୍ରୀଚଣ୍ଡେଶ୍ୱର କ୍ଷେତ୍ର ‘କୁହୁକ ବନ’ ବୋଲି ଉଲ୍ଲେଖ ଅଛି। କେଶର ମହାତ୍ମା ପୁସ୍ତକରେ ଏହି କ୍ଷେତ୍ରକୁ ‘କେଶର ବନ’ ଓ ‘ଦ୍ୱିତୀୟ ଏକାମ୍ର କ୍ଷେତ୍ର’ ଭାବେ ବର୍ଣ୍ଣନା କରାଯାଇଛି। ଅନେକ ପୁରାଣକାରଙ୍କ ମତାନୁସାରେ ତ୍ରେତୟା ଯୁଗରେ ପ୍ରଭୂ ଶ୍ରୀରାମ ବନବାସ ସମୟରେ ମାତା ସୀତା ଦେବୀ ଏବଂ ଭ୍ରାତା ଲକ୍ଷ୍ମଣଙ୍କ ସହ ଏହି ପାବନ କ୍ଷେତ୍ରରେ ପଦାର୍ପଣ କରିଥିଲେ। ଏହି କ୍ଷେତ୍ରରେ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀରାମଙ୍କ ସହ ପ୍ରଭୂ ଚଣ୍ଡେଶ୍ୱର ଦେବଙ୍କ କଥୋପକଥନ ଏବଂ ଫଳ ଭକ୍ଷଣ ସମ୍ପର୍କରେ ବର୍ଣ୍ଣନା କରି ପୁରାଣକାର ବୃନ୍ଦ ପରୋକ୍ଷରେ ଏହି କ୍ଷେତ୍ରର ପ୍ରାଚୀନ ସ୍ଥିତି ସଂକ୍ରାନ୍ତରେ ଆଭାସ ଦେଇଥିଲେ। ସେମାନେ ନିଜ ବର୍ଣ୍ଣନାରେ ଆହୁରି ଲେଖିଛନ୍ତି ଯେ ପ୍ରଭୂ ଶ୍ରୀରାମ ଏଠାକୁ ଆଗମନ କାଳରେ କ୍ଷେତ୍ର ଅଧୀଶ୍ୱରୀ ମାତା ଚଣ୍ଡୀଙ୍କ ମହିମା ବିଷୟରେ ମାତା ସୀତା ଦେବୀଙ୍କୁ ବିସ୍ତୃତ ଭାବେ ବୁଝାଇଥିଲେ। www.suvbharattimes.in // twitter.com/@suvbharat_times // www.linkedin.com/in/editor.suvbharattimes

ଅନ୍ୟାନ୍ୟ ଧର୍ମ ଶାସ୍ତ୍ରରେ ଉଲ୍ଲେଖ ଅଛି ମହାପ୍ରତାପୀ ବାଣାସୁର ଶ୍ରୋଣିତ ନଗରରୁ ବାହାରି କଦଳୀ ବନ ଅତିକ୍ରମ କରି କୁହୁକ ବନରେ ବିରାଜିତ ସ୍ୱୟମ୍ଭୂ ଚଣ୍ଡେଶ୍ୱରଙ୍କୁ ଦର୍ଶନ ସହ ପ୍ରତ୍ୟେହ ପ୍ରଭୂଙ୍କର ଆରାଧନା କରିଥାନ୍ତି। ବର୍ତ୍ତମାନ ଏହି କ୍ଷେତ୍ରରେ ଅଷ୍ଟଶମ୍ଭୂ, ଅଷ୍ଟଚଣ୍ଡୀ, ଅଷ୍ଟବିଷ୍ଣୁଙ୍କ ସହ ବିରାଜିତ ଷୋଡ଼ଦଶ ଶମ୍ଭୂଙ୍କ ପୂଜାର୍ଚ୍ଚନା କେଉଁ ଅନାଦି କାଳରୁ ଚାଲିଆସିଛି। ପୀଠର ପରିବେଶ ମନ୍ତ୍ରମୁଗ୍ଧକର ଏବଂ ମନମୁଗ୍ଧକର। ସମୟ ଚାପରେ ପ୍ରାଚୀନ ପରିବେଶ ହୁଏତ ଉଜୁଡି଼ ଯାଇଛି, କିନ୍ତୁ ମହଜୁଦ୍ ଅଛି ସୁବର୍ଣ୍ଣ ଐତିହ୍ୟ। ଚଣ୍ଡେଶ୍ୱର ଗ୍ରାମର ପୁରୁଖା ବ୍ୟକ୍ତି ବିଶେଷ କହୁଛନ୍ତି ଯେ ଶ୍ରୀଚଣ୍ଡେଶ୍ୱର ଦେବ ଏବଂ ଶ୍ରୀକାଳୀହର ଦେବଙ୍କ ପାଦଦେଶରୁ ପ୍ରବାହିତ କାଳୀକା ହ୍ରଦର ଜଳରାଶି ନିକଟସ୍ଥ କୌସୁମୀ ନଦୀ ଧାରା ସହ ସଂଯୋଗ ହୋଇ ଚିଲିକା ହ୍ରଦରେ ଲୀନ ହୋଇଛି। ଏହି କ୍ଷେତ୍ରର ପଶ୍ଚିମରେ ସୁଉଚ୍ଚ ବୋଇତ ପାହାଡ, ପୂର୍ବ ଦିଗରେ ନିଳାମ୍ବୁ ଚିଲିକା ହ୍ରଦ ଏବଂ ମନ୍ଦିର ପରମ୍ପରା ସହ ଜଡ଼ିତ କୁହୁଡ଼ି ଆଦି ୬ଟି ଗଡ଼ର ଅବସ୍ଥିତି। www.suvbharattimes.in // twitter.com/@suvbharat_times // www.linkedin.com/in/editor.suvbharattimes

ଏହି ପୁରାତନ ଗଡ଼ର ଆବିଷ୍କାର କରିଥିଲେ ଶ୍ରୀଚଣ୍ଡେଶ୍ୱରଙ୍କ ମନ୍ଦିରର ନିର୍ମାତା ରାଜା ଦ୍ୱିତୀୟ ଯତାତି କେଶରୀ। ଅନ୍ୟପକ୍ଷରେ କେତେକ ଐତିହାସିକଙ୍କ ମତରେ ପୁରାତନ ମନ୍ଦିରର ନିର୍ମାତା ଥିଲେ ଦ୍ୱିତୀୟ ଚୋଡ଼ଗଙ୍ଗ ଦେବ। ଏହି କ୍ଷେତ୍ର ରାଜ୍ୟ ପର୍ଯ୍ୟଟନ ବିଭାଗର ନକ୍ସାରେ ଏକ ପ୍ରମୁଖ ଶୈବପୀଠ ଭାବେ ମାନ୍ୟତା ପାଇବା ସହ ଓଡ଼ିଶାର ରାଜରାଜୁଡ଼ା ଶାସନକାଳର ଏକ ପ୍ରସିଦ୍ଧ କ୍ଷେତ୍ର ଭାବେ ପରିଗଣିତ > ନିୟୁଜ ସୋର୍ସ- ହରିହର ରଣା, ଖୋର୍ଦ୍ଧା ଡିଷ୍ଟ୍ରିକ୍ଟ କୋର୍ଡିନେଟର, ଶୁଭ ଭାରତ୍ ଟାଇମ୍ସ www.suvbharattimes.in // twitter.com/@suvbharat_times // www.linkedin.com/in/editor.suvbharattimes

Leave a Reply

Your email address will not be published. Required fields are marked *