ଜୀବନଚର୍ଯ୍ୟା

ସମ୍ପର୍କର ତିନୋଟି ଫର୍ଦ୍ଦ-୧

ସମ୍ପର୍କର ତିନୋଟି ଫର୍ଦ୍ଦ-୧ > ମନୋରଞ୍ଜନ ପଟ୍ଟନାୟକ- ଭଲ ପାଇବାର ଲୋଭ ମୋତେ ଏତେ ସ୍ୱାର୍ଥପର କରିଦେଇଥିଲା ଯେ, ମୁଁ ତୁମ ପ୍ରତି ଅନ୍ୟାୟ କରିଚାଲିଲି। ମନ ଭିତରେ ସାଇତା ହୋଇଥିବା ଅଭିମାନ ମୋତେ ବାନ୍ଧି ରଖିଥାଏ । ମୁଁ ଏବେ ସୁଦ୍ଧା ବୁଝିପାରୁନି ମୁଁ କାହିଁକି ଏଭଳି ଘଟଣାକୁ ପ୍ରଶୟ ଦେଇଥିଲି !ଭଲ ପାଇବାର ଏକତରଫା ବିଚାର ବିଚଳିତ କଲା। ମୁଁ ନିଜକୁ ଆୟତ କରିବାର ସାମର୍ଥ୍ୟ ହରାଇ ବସିଥିଲି। ବିବ୍ରତ ଅବସ୍ଥାରେ ତୁମ ଫେସବୁକରେ ପୂର୍ବରୁ ପୋଷ୍ଟ୍ କରିଥିବା ବ୍ରିଫିଙ୍ଗସ୍ ଅତର୍କିତ ଭାବେ ରିମୁଭ୍ କଲି। ମୋ’କଳ୍ପନାରେ ଫ୍ରେମ୍ ହେଇ ରହିଥିଲା ତୁମ ପ୍ରତିଶ୍ରୁତି ଆଉ ପ୍ରତାରଣା। ନିଜକୁ ଅବହେଳିତ ବୋଲି ଅନୁଭବ କରି ସ୍ୱାଇପ୍ କରି ଚାଲିଥିଲି ହ୍ୟାଣ୍ଡସେଟ୍ ସ୍କ୍ରୀନକୁ। For Details: www.suvbharattimes.in FollowUs: twitter.com/@Suvbharat_Times

ଭୂଲ୍ ପରେ ପଶ୍ଚାତାପ ମନକୁ ଶାନ୍ତ୍ୱନା ଦିଏ। ଏହା ସମାଧାନ ନୁହେଁ, କେବଳ ଫାଲତୁ ଚିନ୍ତାରୁ ମୁକ୍ତି ପାଇବାର ମାଧ୍ୟମ। ପ୍ରେୟସୀ ମନରେ ଲାଗିଥିବା ଆଘାତ ଯେ ଏହାଦ୍ୱାରା ପ୍ରଶମିତ ହେବ କହିବା ବାହୁଲ୍ୟ। ଜୀବନର ପ୍ରତ୍ୟେକ ସମୟ ସହ ଯୋଡି ହୋଇଥାଏ ଏକ ସମ୍ଭାବନାର ବୀଜ। ଯାହା ସ୍ୱର୍ଗରୁ ପ୍ରେରିତ। ମନ ଯଦି ଅଭିମାନ ମାୟା ଜାଲରେ ଛନ୍ଦି ହେଲା ତେବେ ସେ ଅମୃତରୁ ବଞ୍ଚିତ ହେବା ସ୍ୱାଭାବିକ। ଏଭଳି କେତେକ ତିକ୍ତ ଅନୁଭବ ମନରେ ବସା ବାନ୍ଧଥିଲା। ଜାଣେନାଅଜାଣତରେ କେବେ ହୁଏତ ଏହି ସାମାନ୍ୟ କଥା ଆମ ସମ୍ପର୍କରେ ବିଷ ଭରିଦେବ। ଏକଥା ବିଲକୁଲ୍ ସତ। ସମୟ ମୋତେ ଭଲ ପାଇବାର ପରୀକ୍ଷା ନେବାକୁ ଉସକାଉଥିଲା। ବେସୁରା ଅଭିମାନ ମୋତେ ଲକ୍ଷ ଭ୍ରଷ୍ଟ କଲାକିଛି ମୁହୂର୍ତ୍ତ ପାଇଁ ମୋତେ ସ୍ୱାର୍ଥପର କରିଦେଲା।

ହଠାତ ହ୍ୱାଟସଆପ୍ ଲିଷ୍ଟ ଦେଖିବା ପରେ ମୁଁ ଭାଙ୍ଗି ପଡିଲି। କେବେ ଆଶା କରିନଥିଲି ୬୧ ଜଣ ୟୁଜର୍ସଙ୍କ ପରେ ମୋପ୍ରିୟାର ହ୍ୱାଟସଆପ୍ ମେସେଜ୍ ମୋସାମ୍ନାକୁ ଆସିବ। ନୂଆ ବର୍ଷ ଛୁଇଁବା କ୍ଷଣି ତୁମ ଠାରୁ ପ୍ରଥମ ମେସେଜ ଆସିବ ବୋଲି ମୁଁ ଅନେକ ଦିନରୁ ଆଶା କରିଥିଲି। ପ୍ରତିକ୍ଷାର ପ୍ରତିକ୍ରିୟା ମୋତେ ବିଚଳିତ କଲା, ମୋ ମନକୁ ବିଗାଡ଼ି ଦେଲା। ଖୁବ୍ ଦୁଃଖରେ ଶୋଇଗଲି। ସକାଳର ନିଦମିଶା ଆଖି ଦମ୍ଭ ପାଇବା ପୂର୍ବରୁ ଅଭିମାନ ଜାଲରେ ପୁଣି ଛନ୍ଦି ହୋଇଗଲା। ପୁଣି ବ୍ରାଉଜ୍ କରିଚାଲିଲି ହ୍ୱାଟସଆପ୍ ଲିଷ୍ଟ। ମନକୁ ଭାରାକ୍ରାନ୍ତ କରୁଥିଲା ତୁମ ଠାରୁ କିଛି ନଶୁଣିପାରୁଥିବାର କଷ୍ଟ। ମୁଁ ଉପାୟ ଶୂନ୍ୟ। ଟେବୁଲ ଠାରୁ ଦେଢ ଫୁଟ ଦୂରରେ ବସି ତୁମ ଭାବନାରେ ଆଖି ଭିଜାଇବା ପୂର୍ବରୁ ମୋର ବହୁବାର ଭାବିବାରଥିଲା, ଏହି ସମୟରେ ମୁଁ କଣ କରିବା ଉଚିତ୍। କିନ୍ତୁ ମୁଁ କେତେବଡ ଭୂଲ୍ କରିଦେଲି।

ଭଲ ପାଇବାର ଲୋଭ ମୋତେ ଏତେ ସ୍ୱାର୍ଥପର କରିଦେଇଥିଲା ଯେ, ମୁଁ ତୁମ ପ୍ରତି ଅନ୍ୟାୟ କରିଚାଲିଲି। ମନ ଭିତରେ ସାଇତା ହୋଇଥିବା ଅଭିମାନ ମୋତେ କରାୟତ କରିଥାଏ। ମୁଁ ଏବେ ସୁଦ୍ଧା ବୁଝିପାରୁନି ମୁଁ କାହିଁକି ଏଭଳି ଘଟଣାକୁ ପ୍ରଶୟ ଦେଇଥିଲି! ଭଲ ପାଇବାର ଏକତରଫା ବିଚାର ବିଚଳିତ କରୁଥିଲା। ମୁଁ ନିଜକୁ ଆୟତ କରିବାର ସାମର୍ଥ୍ୟ ହରାଇ ବସିଥିଲି। ବିବ୍ରତ ଅବସ୍ଥାରେ ତୁମ ଫେସବୁକରେ ପୂର୍ବରୁ ପୋଷ୍ଟ୍ କରିଥିବା ବ୍ରିଫିଙ୍ଗସ୍ ଅତର୍କିତ ଭାବେ ରିମୁଭ୍ କଲି। ମୋକଳ୍ପନାରେ ଫ୍ରେମ୍ ହେଇ ରହିଥିଲା ତୁମ ପ୍ରତିଶ୍ରୁତି ଆଉ ପ୍ରତାରଣା। ନିଜକୁ ଅବହେଳିତ ବୋଲି ଅନୁଭବ କରି ସ୍ୱାଇପ୍ କରି ଚାଲିଥିଲି ହ୍ୟାଣ୍ଡସେଟ୍ ସ୍କ୍ରୀନକୁ।

ଏକ ଦୀର୍ଘ ନିଶ୍ୱାସ ସହ ଦୁଇ ଆଖକୁ ଭିଜାଉଥିବା ଲୁହ ବୁନ୍ଦାରେ ମୋହାତ ଓଦା ହୋଇଯାଇଥିଲା। ମନରେ ଥିଲା ଅସରନ୍ତି ଅବଶୋଷ। ମୁଁ କଣ ପ୍ରମାଣ କରିବାକୁ ଚାହୁଁଥିଲି ସେକଥା ନିଜେ ବି ଜାଣିନଥିଲି। ହ୍ୱାଟସଆପ୍ ଖୋଲିଲି, ସ୍କ୍ରୀନରୁ ତୁମ ପେଜ୍ ସିଲେକ୍ଟ କରି ସେଇ ମୁହୂର୍ତ୍ତରେ ବ୍ଳକ୍ କରିଦେଲି। ଏଣେ ଟି-ସାର୍ଟରେ ପଡିଥିବା କିଛି ବୁନ୍ଦା ଲୁହ ମନର ଉଷ୍ମତାରେ ଘିଅ ଢାଳି ମୋତେ ଆହୁରି ଉତେଜ୍ଜିତ କରୁଥାଏ। ଲୁହ ଭର୍ତ୍ତି ଆଖିରେ ହ୍ୟାଣ୍ଡସେଟକୁ ନିରେଖି ଚାହିଁବା ସତ୍ୱେ ସବୁକିଛି ଅସ୍ପଷ୍ଟ। ମୁଁ ତୁମପାଇଁ ଅନ୍ଧ ହୋଇଯାଇଥିଲି। ଏତେସବୁ ସତ୍ୱେ ମୋତେ ପୁଣି ପ୍ରଗଳ୍ଭ କଲା ତୁମର ସେହି ନିରିହ ଛବି। ବିଶ୍ୱାସ ଥାଏ ଯେତେ ଡେରି ହେଲେ ବି ତୁମେ ମେସେଜ୍ ପଠାଇଥିବ ବୋଲି। ସବୁ ଆଶଙ୍କା ଦୂର ହେଇଗଲା, ୨୦୧୮ ରାତି ୧୪୦ରେ ତୁମେ ମୋତେ ନିୟୁ ୟିଅର୍ ମେସେଜ୍ ପଠାଇଥିଲ। ଧୀରେ ଧୀରେ ମୋଭିତରେ ସୃଷ୍ଟି ହୋଇଥିବା ପାଗଳାମୀରେ ମୁଁ ଲଗାମ୍ ଦେବାକୁ ଚେଷ୍ଟା କଲି। ନିଜ ପାଖରେ ଦୋଷ ସ୍ୱୀକାର କଲି।

ପୁନର୍ବାର ହ୍ୱାଟସଆପ୍ ପେଜ୍ ଖୋଲି ତୁମ ପେଜ୍’କୁ ଅନବ୍ଲକ୍ କରି ଫେରାଇ ଆଣିଲି ଆଖି ସାମ୍ନାକୁ। ହେଲେ ବିତି ଯାଇଥିବା ଘଟଣା ମୋତେ ପୁଣି ବିଚଳିତ କଲା। ତୁମକୁ ଟ୍ରିଟ୍ କରିବାର ତରିକା ମୋତେ ଭୟ, ଅବଶୋଷରେ ଭାରାକ୍ରାନ୍ତ କଲା। କିନ୍ତୁ ଅବିବେକି ଭଳି ଯେଭଳି କାଣ୍ଡ କରିଥିଲି ସେଥିପାଇଁ ତୁମକୁ ଶୁଭେଚ୍ଛା ଜଣାଇବାକୁ ମୁଁ ସାହାସ ଯୁଟାଇ ପାରି ନଥିଲି। ଦୀର୍ଘ ସମୟର ନିରବତା ପରେ ନୂଆବର୍ଷ ଅପରାହ୍ନରେ ତୁମକୁ ରିଂ କଲି। ତୁମ ଫୋନ୍ ରିଂ ହେଇ କଟିଗଲା। ମାତ୍ର କିଛି ସମୟ ପରେ ତୁମେ ମୋତେ ଫୋନ୍ କଲ।

ଅଜାଣତରେ ଆମ ଚାଲିବା ରାସ୍ତାର ଦୀର୍ଘତ୍ୱ ବୃଦ୍ଧି ପାଇଥିଲା। ତୁମ ପ୍ରତିଶ୍ରୁତି ଉପରେ ମୋ’ର ଦୃଢ ବିଶ୍ୱାସ ଥିଲା। ତୁମେ ମୋ’ ମନର ନିଭୃତ କୋଠରୀରେ ବସି ମୋତେ ଶାନ୍ତ୍ୱନା ଦେଉଥିଲ। ମୋ’ର ବିଶ୍ୱାସ ଥିଲା ତୁମେ ମୋତେ ଛାଡି କେଇଁଆଡେ ଯିବନି। ତୁମେ ଥିଲ ମୋ’ ଭାବନାର ସାମ୍ରାଜ୍ଞୀ। ତୁମକୁ ଛୁଇଁବାକୁ ଇଚ୍ଛା ହେଉଥିଲା। ତୁମ ସହ ଖୁବ୍ କଥା ହେବାକୁ ବ୍ୟଗ୍ରତା ବଢିଚାଲିଥିଲା। ହେଲେ ତାହା କେବେ ସମ୍ଭବ ହେଇନି। ଆମ ଆଲୋଚନା ଓ ପର୍ଯ୍ୟାଲୋଚନା ମୋତେ ଆହୁରି ବିବ୍ରତ କରିଥିଲା। ତୁମଠାରୁ ଫାଷ୍ଟ୍ ମେସେଜ୍ ନପାଇବା ଘଟଣା ମୋତେ ଯେତେ ବିଚଳିତ କରିଥିଲା ତୁମ ପ୍ରାଇଭେସି କଥା ଶୁଣିବା ପରେ ତୁମ ପ୍ରତି ମୁଁ କରିଥିବା ଅନ୍ୟାୟ ମୋତେ ବାରମ୍ବାର ଆଘାତ ଦେଇଚାଲିଲା। ଏହି ଅପରାଧ ପାଇଁ ନିଜକୁ ଧିକ୍କାର କରିଚାଲିଲି। ଆଜି ମୁଁ ଅନୁଭବ କରୁଛି ସମ୍ପର୍କର ବହ୍ନି ନିଜ ଭିତରକୁ କିଭଳି ଦଗ୍ଧ କରିପାରେ। ଅଭିମାନ କରିବା ଭୂଲ୍ ଥିଲା। ତଥାପି ତୁମେ ମୋ’ ଅଭିମାନକୁ ଭୃକ୍ଷେପ ନକରି ମୋତେ ମେସେଜ୍ ପଠାଇଥିଲ। ଏଣେ ପ୍ରତିକ୍ରିୟାର କ୍ଲୀଷ୍ଟ ମୋତେ ଭାରାକ୍ରାନ୍ତ କରିଦେଲା > ସମ୍ପାଦକ- ଶୁଭ୍ ଭାରତ ଟାଇମ୍ସ  FollowUs: twitter.com/@Suvbharat_Times

Leave a Reply

Your email address will not be published. Required fields are marked *