ଜୀବନଚର୍ଯ୍ୟା

ସମ୍ପର୍କର ତିନୋଟି ଫର୍ଦ୍ଦ-୨

ସମ୍ପର୍କର ତିନୋଟି ଫର୍ଦ୍ଦ-୨ > ମନୋରଞ୍ଜନ ପଟ୍ଟନାୟକ- ଏବେବି ପବନରେ ଭାଷି ଆସୁଛି ତୁମ ଦେହର ବାସ୍ନା, ମୋ’ ନିଶ୍ୱାସରେ ମୁଁ ତୁମକୁ ଅନୁଭବ କରୁଛି। ତୁମେ ମୋ’ ଚେତନାରେ ଯୋଡି ହେବା ମାତ୍ରେ ତୁମ ସ୍ପର୍ଶରେ ମୋ’ ଦେହ ଶିହରି ଉଠୁଛି। ମୋତେ ଅନୁଭବ ହେଉଛି ତୁମେ ଯେପରି ମୋ’ ଚାରିପାଖରେ ଘୁରି ବୁଲୁଛ। କେମିତି ଥିଲା ଏହାର ଆରମ୍ଭ! ରିଭର୍ସ ମାରିବା ମାତ୍ରେ ତୁମର ଛୋଟ ଛୋଟ ଅସ୍ପଷ୍ଟ କଥା ମୋତେ ବିଚଳିତ କରିଦିଏ। ମୁଁ ଶୁଣିବାକୁ ପାଗଳ ହେଇଯାଏ। ଖୁବ୍ ମନେପକାଏ, ଆଶା ରଖେ ତୁମେ ପ୍ରତିଦିନ ଟିକେଟିକେ କିଛିକିଛି କହିବ। ସେହି ପରିକଳ୍ପିତ ରାସ୍ତାରେ ମୋ’ ସହ ତୁମେ ବି ଥିଲ। ତୁମେ ଅଟକିଗଲେ ମୁଁ ବିବ୍ରତ ହେଇଯାଉଥିଲି। For details: www.suvbharattimes.in, FollowUs: twitter.com/@Suvbharat_Times

ଡର ଲାଗୁଛି, ମାନେ ତୁମେ କହୁଥିଲ ଯେ ତୁମକୁ ଡର ଲାଗୁଥିଲା। କୌଣସି ପ୍ରାକ୍ ସୂଚନା ନଥାଇ ମୋର ସେଠାରେ ପହଞ୍ଚିବାରେ ତୁମେ ଭୟରେ ମୋତେ ଦେଖା କରିବାକୁ ଆସିନଥିଲ। ଏଥିରେ ଆଶ୍ଚର୍ଯ୍ୟ ହେବାର କିଛି ନାହିଁ। ତୁମ ସହରଟି ଖୁବ୍ ଛୋଟ। ତାର ସୀମିତ ପରିଧି ମଧ୍ୟରେ ଛନ୍ଦି ହୋଇଛି ଅଞ୍ଚଳବାସୀଙ୍କ ଦୈନନ୍ଦିନର ଜୀବନ ଜୀବୀକା। ସେଠାରେ ଛୁଞ୍ଚିଟିଏ ପଡିଲେ ଭିଡ଼ ଭିତରେ ବି ଠଉରେଇବା ସହଜ। ତୁମେ ବୁଦ୍ଧିମତୀ, ଭଲ ଷ୍ଟୁଡେଣ୍ଟ ଥିଲ। ତୁମ ଇଲାକାର ଲୋକଙ୍କୁ ଚିହ୍ନିବାରେ ଭୂଲ୍ କରିଥାନ୍ତ ବା କେମିତି। ସେଦିନ ତୁମେ ନେଇଥିବା ନିଷ୍ପତ୍ତି ମୋତେ ବିଚଳିତ କରିଥିଲା, ହେଲେ ଠିକ୍ ଥିଲା। ତୁମ ପାଇଁ ଏକ ବଡ ଅଘଟଣ ଏଡାଇ ଯାଇଥିଲା। ତେଣୁ ତମୁଁ ତୁମକୁ ନଜଣାଇ କୌଣସି କାମ ଆରମ୍ଭ କରୁନଥିଲି।

ମୋତେ ବିଶ୍ୱାସ କର, ଅଜାଣତରେ ତୁମ ସହ ମୁଁ ଯୋଡି ହେଇଯାଇଥିଲି। ତୁମ ପାଖରେ ଖୁବ୍ ଯିଦଖୋର୍ ଥିଲି। ତୁମେ ମୋ ଫୋନ୍ କଲିଂ ଆଟେଣ୍ଡ ନକଲା ଯାଏଁ ତୁମକୁ ବାରମ୍ବାର ଡିଷ୍ଟର୍ବ କରୁଥିଲି। ମୁଁ ଆଦୌ ଭାବେନି ତୁମେ କାଳେ ମୋ’ ଉପରେ ରାଗୁଥିବ। ସେହି ସମ୍ପର୍କ ଏଭଳି ସ୍ଥିତିରେ ଥିଲା ଯେମିତିକି ତୁମର ପ୍ରତିଟି ମୁହର୍ତ୍ତ ସହ ମୋ’ ଭାଗ୍ୟରେଖା ଛନ୍ଦି ହୋଇଯାଇଥିଲା। ତୁମେ ହୁଏତ ଖୁବ୍ ବିରକ୍ତ ହେଉଥିବ। ଏଥିପାଇଁ ମୋତେ ତୁମେ କେବେ ହୁଏତ କ୍ଷମା କରିଥିଲ ବା ନକରିଥିଲ, କିନ୍ତୁ ଖୁସି ଲାଗୁଥିଲା ଯେ ତୁମେ ପ୍ରତ୍ୟେକ ପରିସ୍ଥିତିକୁ ସମ୍ଭାଳି ନେଇଛ। ସତ କହୁଛି ତୁମେ ମୋତେ ବହୁତ ଭଲ ଲାଗ, ସେଥିପାଇଁ ମୁଁ କୌଣସି କଟକଣାକୁ ସାମ୍ନା କରିବାକୁ ପ୍ରସ୍ତୁତ ହେଇଯାଉଥିଲି। ସେଥିପାଇଁ ତୁମ ବାରଣକୁ ନମାନି ବାରମ୍ବାର ତୁମକୁ ହଇରାଣ କରୁଥିଲି।

ତୁମେ, ମୁଁ ଏବଂ ଆମ ସମ୍ପର୍କ। ତୁମକୁ ଦେଖିବାକୁ ୮୦ କିଲୋମିଟର ଯାଇ ଫେରିବା ଦିନ ସୁଦ୍ଧା ଆମ ସମ୍ପର୍କର ବୟସ ୯୭ ଲକ୍ଷ ୬୩ ହଜାର ୨ ଶହ ସେକେଣ୍ଡ୍ ଛୁଇଁଥିଲା। ତୁମେ ମିଳିବାର ୧୯ ଦିନ ଧରି ମନେ ମନେ ତୁମକୁ ଖୁବ୍ ଦେଖିଛି। ପବିତ୍ର ନାଗ ଚତୁର୍ଥୀ ବିଳମ୍ବିତ ରାତିରେ ମୋସହ ଲଗାତାର ୩ ଘଣ୍ଟା ଧରି ଗପିଲ। ଆମେ ସେବେଠାରୁ ୧୦ ଦିନ ଯାଏଁ ଖୁବ୍ ଗପିଛେ। ଯେଉଁଥିପାଇଁ କୌଣସି ସମୟ ନିର୍ଘଣ୍ଟ ନଥିଲା। ତୁମ କଥା ମନେ ପଡିବା ମାତ୍ରେ ତୁମକୁ ଡିଷ୍ଟର୍ବ କରେ। ଧୀରେ ଧୀରେ ପରସ୍ପର ମଧ୍ୟରେ ଦୂରତା କମିଗଲା। ୧୭ ନଭେମ୍ବର ଶିବ ଚତୁର୍ଦ୍ଦଶୀ ସୃଷ୍ଟିକଲା ନୂଆ ସମ୍ଭାବନା। ତୁମକୁ ଆଇ ଲଭ୍ ୟୁକହିବାକୁ ମୁଁ ଟିକେ ବି କୁଣ୍ଠାବୋଧ କଲିନି। ମୋପାଟିରୁ ଆଇ ଲଭ୍ ୟୁଶୁଣିବା ପରେ ତୁମେ ମୋତେ କୌଣସି ସଠିକ୍ ଉତ୍ତର ଦେଇନଥିଲ। କିନ୍ତୁ ମୋସହ ଆହୁରି ଗପି ଚାଲିଥିଲ। ମଝିରେ ନେଟୱାର୍କ ଅଭାବରୁ ଫୋନ୍ କଟିଗଲେ ବି ତୁମେ ତୁମ ଆଡୁ ଫୋନ୍ କରୁଥିଲ। ମୁଁ ନିଶ୍ଚିତ ଥିଲି ତୁମେ ମୋତେ ସ୍ୱୀକାର କରିଥିଲ ବୋଲି। ତୁମ ନିରବାତାକୁ ତୁମ ସ୍ୱୀକୃତି ଭାବି ନେଲି।

ତାହା ପରଠୁଁ ତୁମ ସହ ଯୋଡି ହେଲି ନୂଆ ପରିଚୟ ନେଇ। ସମ୍ପର୍କର ବୟସ ବଢିଚାଲିଲା। ଆମର ଅନେକ ଆଲୋଚନାର ନିଷ୍କର୍ଷ ଲକ୍ଷ୍ମଣରେଖା ଠାରୁ ଉପରକୁ ଛୁଇଁଲା। ଏଣେ ଲୁଚିଛପି ପ୍ରତ୍ୟେକ ମୁହୂର୍ତ୍ତର ଦସ୍ତଖତ ରଖୁଥିଲା ସମୟ, ଆମ ନିବିଡତାର ଫର୍ଦ୍ଦ ପୁଞ୍ଜରେ। କେମିତି ଥିଲା ଏହାର ଆରମ୍ଭ! ରିଭର୍ସ ମାରିବା ମାତ୍ରେ ତୁମର ଛୋଟ ଛୋଟ ଅସ୍ପଷ୍ଟ କଥା ମୋତେ ବିଚଳିତ କରିଦିଏ। ମୁଁ ଶୁଣିବାକୁ ପାଗଳ ହେଇଯାଏ। ଖୁବ୍ ମନେପକାଏ, ଆଶା ରଖେ ତୁମେ ପ୍ରତିଦିନ ଟିକେଟିକେ କିଛିକିଛି କହିବ। ସେହି ପରିକଳ୍ପିତ ରାସ୍ତାରେ ମୋସହ ତୁମେ ବି ଥିଲ। ତୁମେ ଅଟକିଗଲେ ମୁଁ ବିବ୍ରତ ହେଇଯାଉଥିଲି। ଭାବୁଥିଲି ତୁମେ ମୋତେ ଫୋନ୍ କରିବ। କିନ୍ତୁ ଫୋନ୍ କରିପାରନି। ବାରମ୍ବାର ଆସନ୍ତାକାଲିର ଅପେକ୍ଷାରେ ମୁଁ ପ୍ରତ୍ୟେକ ଦିନଗୁଡିକୁ ଆଡଜଷ୍ଟ କରିନେଉଥିଲି।

ତୁମର ପ୍ରତ୍ୟେକ ଶବ୍ଦ ମୋଭିତରେ ପ୍ରତିଧ୍ୱନୀ ସୃଷ୍ଟି କରୁଥିଲା। ତୁମେ ମୋଠାରୁ କିଛି ଶୁଣୁଥିବା ସମୟରେ ବେଳେବେଳେ କୁହ କଣ କରିବା। ତୁମେ ଯେତେବେଳେ ମୋତେ ମିଶାଇ ଆ-କାରବ୍ୟବହାର କର ମୋତେ ଲାଗେ ସତରେ ମୁଁ ତୁମର। ହେଲେ ଭଲ ପାଇବା ଯେ ନିଷ୍ଠୁର ଏକଥା ସମୟ ଶିଖାଇ ଦେଇଛି। ୮୦ କିଲୋମିଟର ମଧ୍ୟରେ ଥାଇ ବି ଆଜି ସୁଦ୍ଧା ଆମେ ଉଭୟଙ୍କ ଠାରୁ ବହୁ ଦୂରରେ। ବାସ୍ତବତା ମୋଆଡକୁ ନିରେଖି ହସୁଥିଲେ ବି ସମ୍ପର୍କର ଅନୁଭବ ମୋମନ କୁ ମଜବୁତ୍ କରିଛି। ଆଖି ଖୋଲିବା ଠାରୁ ବନ୍ଦ ହେବା ପର୍ଯ୍ୟନ୍ତ ମୁଁ ମନଭରି ଦେଖୁଛି ତୁମକୁ। ଜାଣେନି କେବେ ଏହି ଯନ୍ତ୍ରଣା ତୁମ ମନକୁ ଛୁଇଁବ। ତୁମେ ମୋପାଇଁ ଅଦୃଶ୍ୟ, କେବଳ ମୋକଳ୍ପନାର ଏକ ପ୍ରତିବିମ୍ବ > ସମ୍ପାଦକ, ଶୁଭ୍ ଭାରତ ଟାଇମ୍ସ FollowUs: twitter.com/@Suvbharat_Times

Leave a Reply

Your email address will not be published. Required fields are marked *