ପେଜ୍-ଥ୍ରୀ

୨. ଓ’ ପରେ ‘ପେଟା’

ଶୁଭ୍ ଭାରତ ଟାଇମ୍ସ(ବ୍ୟୁରୋ), ୧/୦୧- ସାଉଥ ସୁପରଷ୍ଟାର ରଜନୀକାନ୍ତଙ୍କ ଫିଲ୍ମ ‘ପେଟା’ ର ହିନ୍ଦି ଟ୍ରେଲର ରିଲିଜ୍ ହୋଇସାରିଛି। ଏହା ପୂର୍ବରୁ ଫିଲ୍ମର ତାମିଲ ଓ ତେଲଗୁ ଟ୍ରେଲର ରିଲିଜ କରାଯାଇଥିଲା। ଏହି ମଲ୍ଟି ଷ୍ଟାରର୍ ଫିଲ୍ମରେ ରଜନୀକାନ୍ତଙ୍କ ଜଲୱା ସହିତ ଆହୁରି ଦମଦାର ସିକୁଏନ୍ସ ଦେଖିବାକୁ ମିଳୁଛି। ଏଥିରେ ନୱାଜୁଦ୍ଧିନ୍ ସିଦ୍ଧିକ୍, ତୃଷା, ବବି ସିହ୍ନା, ବିଜୟ ଏବଂ ସିମରନ୍ ଚମତ୍କାର ଭୂମିକାରେ ଅଛନ୍ତି। ସାଉଥ୍ ଫିଲ୍ମ ଇଣ୍ଡଷ୍ଟ୍ରିର ଏହି ସୁପରଷ୍ଟାର୍ ତାଙ୍କ ପ୍ରଶଂସକଙ୍କ ନିକଟରେ ‘ଥଲୈଭା’ ରୁପେ ଖୁବ୍ ଆଦରଣୀୟ। ପ୍ରଶଂସକମାନେ ଖୁବ୍ ଉତ୍କଣ୍ଠାର ସହ ଫିଲ୍ମକୁ ଅପେକ୍ଷା କରିଥିଲେ।

ପେଟା’ ଏକ ଗ୍ୟାଙ୍ଗଷ୍ଟାର୍ ଡ୍ରାମା ମୁଭି। ଟ୍ରେଲରରେ ରଜନୀକାନ୍ତଙ୍କ ଜବରଦସ୍ତ ଆକ୍ସନ ଦେଖିଥିଲୁ। ନୱାଜୁଦ୍ଧିନ୍ ସିଦ୍ଧିକଙ୍କର କିଛି ଝଲକ ମଧ୍ୟ ଦେଖାଯାଇଛି। ସ୍କ୍ରିନରେ କମ୍ ଦେଖା ଦେଉଥିବା ସିଦ୍ଧିକ ନିଜର ସୀମିତ ଉପସ୍ଥିତିକୁ ମଧ୍ୟ ଦର୍ଶକ ଉପଭୋଗ କଲା ଭଳି ଝଲକ ଦେଖାଇଛନ୍ତି।

ଫିଲ୍ମରେ ରଜନୀକାନ୍ତ ଓ ସିମରନ୍ ବଗ୍ଗା ପୁରା ରୋମାଣ୍ଟିକ୍ ଅନୁଭବ ଦେଇଛନ୍ତି। ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି କାର୍ତ୍ତିକ୍ ସୁଭାରାଜ। ସବୁଠାରୁ କୌତୁହଳ ଘଟଣା ହେଲା କି ଏହି ଫିଲ୍ମ ୧୯୮୦-୯୦ ମସିହା ସମୟର ବ୍ୟାକଗ୍ରାଉଣ୍ଡରେ ସୁଟିଂ ହୋଇଛି।

ରଜନୀକାନ୍ତ ୯୦ ଗେଟଅପରେ ମେକଅପ୍ ନେଇଛନ୍ତି। ତାଙ୍କର ଆଇକନିକ୍ ଫେସ୍ ଦର୍ଶକଙ୍କୁ ନିଶ୍ଚୟ ଆକୃଷ୍ଟ କରିବ। ଫିଲ୍ମ ଲଭର୍ ‘ପେଟା’ ର ଟ୍ରେଲରକୁ ମଧ୍ୟ ଭଲଭାବେ ଉପଭୋଗ କରିଛନ୍ତି। ଏହା ପୂର୍ବରୁ ରଜନୀକାନ୍ତଙ୍କ ଫିଲ୍ମ ୨.ଓ ବକ୍ସ ଅଫିସରେ ଖୁବ୍ ଧମାଲ୍ କରିଛି।

Leave a Reply

Your email address will not be published. Required fields are marked *