ମହାନଗର

୨ ବର୍ଷ ବିତିଗଲା,୫ ହଜାର ଚାଷୀଙ୍କୁ ମିଳିନି କୃଷିଋଣ

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ, ୦୧/୦୨- ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଦ୍ବାରା ପରିଚାଳିତ ସୋରଣ ସେବା ସମବାୟ ସମିତି ଲିଃ’ ରେ କୃଷିଋଣ ବଣ୍ଟନ ଅନିର୍ଦ୍ଧିଷ୍ଟ କାଳ ପାଇଁ ବନ୍ଦ ରହିଛି। ଗତ ୨ବର୍ଷ ଧରି ଚାଷୀଙ୍କୁ ୪ଟି କିସ୍ତିର ରବି ଓ ଖରିଫ ଋଣରୁ ବଂଚିତ କରାଯାଇଛି। ଏପରିକି ଋଣରାଶିର ନୁଆ ପୂରୁଣା କରାଯାଉନି। ଏଭଳି ପରିସ୍ଥିତିରେ ଚାଷୀ ସରକାର ଦ୍ବାରା ଗୃହିତ ସୁଧହାର କୋହଳ ପ୍ରକ୍ରିୟାରୁ ବାଦ୍ ପଡିବା ସହ ପୂର୍ବରୁ ୧% ସୁଧହାରରେ ଋଣ ନେଇଥିବା ବେଳେ ଏବେ ୧୪% ସୁଧହାରରେ ପରିଶୋଧ କରିବେ, ଯାହା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି। ଅର୍ଥାଭାବ ଯୋଗୁଁ ସେମାନଙ୍କ ଚାଷକାର୍ଯ୍ୟ ଠପ୍, ପରିବାର ଅବସ୍ଥା ମଧ୍ୟ ବିପନ୍ନ। ସେପାଖେ ସମିତି ପରିଚାଳନା ବୋର୍ଡ ସଦସ୍ୟଙ୍କ ଅଭିଯୋଗ ସମ୍ପାଦକ ପ୍ରମୋଦ ଆଚାର୍ଯ୍ୟ ଋଣ କାରବାରରେ ହାତ ସଫେଇ କରି ଅର୍ଥ ହଡପ କରିଥିବା ଯୋଗୁଁ ସମିତି ମୁଣ୍ଡ ଉପରେ ୧୨କୋଟି ଟଙ୍କାର ଋଣ ବୋଝ। ଏଥିପାଇଁ ପରିଷଦର ସଦସ୍ୟମାନେ ସମ୍ପାଦକ ବିରୋଧରେ ଦୁର୍ନୀତି ଅଭିଯୋଗ ଆଣିଥିବା ସତ୍ବେ ଖୋର୍ଦ୍ଧା କେନ୍ଦ୍ର ସମବାୟ ବ୍ୟାଙ୍କ ଲିଃ ପକ୍ଷରୁ ଏଯାଏଁ କୌଣସି  ଦୃଷ୍ଟାନ୍ତମୂଳକ ପଦକ୍ଷେପ ନିଆଯାଇନାହିଁ। ଏହା ସୂଚାଇ ଦେଉଛିକି ଜିଲ୍ଲାରେ ରାଧେ ରାଧେ ନ୍ୟାୟରେ ଚାଲିଛି କୃଷିଋଣ କାରବାର। ଏନେଇ ବିଭିନ୍ନ ମହଲରୁ ଦାବି ହେଉଛି ୫-ଟି ସଚିବ ଭି. କାର୍ତ୍ତିକେୟନ୍ ପାଣ୍ଡିଆନ୍ ତୁରନ୍ତ ଘଟଣାର ତଦନ୍ତ କରି ଚାଷୀ ଆତ୍ମହତ୍ୟାକୁ ରୋକିବାକୁ ଚେଷ୍ଟା କରନ୍ତୁ > FollowUs: twitter.com/@suvbharat_times

Leave a Reply

Your email address will not be published. Required fields are marked *