ପେଜ୍-ଥ୍ରୀ

ନ୍ୟକା ଫେମିନା ବିୟୁଟି ଆୱାର୍ଡ-୧୯

ଶୁଭ୍ ଭାରତ ଟାଇମ୍ସ, ୨୧/୨(ବ୍ୟୁରୋ)- ରେଡ୍ କାର୍ପେଟରେ ନିଜ ନିଜ ସେକ୍ସି ଚେହେରାର ଜଲୱା ଦେଖାଇଥିଲେ ବଲିଉଡ୍ କ୍ୟୁଟି ଆକ୍ଟ୍ରେସ୍। ଖାସ୍ ଦୀପିକାଙ୍କ ପାଇଁ କାର୍ପେଟ୍ ରେ ସୋ ପେୟାର୍ ବନିଗଲେ ରଣବୀର ସିଂ। ଏହି ଆୱାର୍ଡ ସେରିମୋନୀରେ ସାରା ଅଲ୍ଲୀ ଖାନ୍ ଙ୍କ ଠାରୁ ମାନୁଷୀ ଚିଲ୍ଲାର ଯାଏଁ ଅନେକ ସେଲିବ୍ରିଟି ସାମିଲ ହୋଇଥିଲେ।

ଆୱାର୍ଡ ଫଙ୍କସନ୍ ରେ ଯେଉଁଠି ଦୀପିକା ବ୍ଳାକ ଡିପ୍ ନେକ୍ ଗାଉନ୍ ରେ ଖୁବ୍ ସୁନ୍ଦର ମିଜାଜରେ ଥିଲେ ସେଠାରେ ରଣବୀର ଏକ କଲରଫୁଲ୍ ସୁଟ୍ ରେ ନଜରକୁ ଆସିଥିଲେ। ପ୍ରତ୍ୟାଶୀ ଦର୍ଶକମାନଙ୍କର ଏହି କ୍ୟୁଟ୍ ଯୋଡି ଉପରେ ନଜର ଲାଖିଯାଇଥିଲା। ଦୀପିକାଙ୍କୁ ଏକ ବ୍ଳାକ୍ କଲରର ପ୍ଳଂଜିଙ୍ଗ୍ ନେକ୍ ଲାଇନ୍ ବ୍ୟାକ୍ ଲେସ୍ ଗାଉନ୍ ରେ ଦେଖିବାକୁ ମିଳିଥିଲା। ନିଜର ଏହି ପ୍ରଦର୍ଶନକୁ ସମ୍ପୁର୍ଣ୍ଣ କରିବା ପାଇଁ ଦୀପିକା ନ୍ୟୁଡ୍ ମେକପ୍ ନେଇଥିଲେ। ଅନ୍ୟାନ୍ୟ ଆକ୍ସେସରିଜ୍ ପ୍ରଶ୍ନ ଉଠାଇବା ତ ଦୀପିକା ଗୋଲ୍ଡେନ୍ କଲର୍ ଲଙ୍ଗ୍ ଡେଙ୍ଗଲର୍ସ ପିନ୍ଧିଥିଲେ।

ସୋସିଆଲ୍ ମିଡିଆରେ ଦୀପିକାଙ୍କ ଲୁକ୍ ର ଚର୍ଚ୍ଚା ଚାଲିଛି। ତାଙ୍କର ଫ୍ୟାନ୍ ମାନଙ୍କୁ ଏହି ଲୁକ୍ ଖୁବ୍ ପସନ୍ଦ ଆସିଛି। ଯଦିଓ ଦୀପିକା- ରଣବୀର ପରଷ୍ପର ମଧ୍ୟରେ ଛନ୍ଦି ହୋଇଗଲେଣି, ମାତ୍ର ରେଡ୍ କାର୍ପେଟ୍ ଉପରେ ଉଭୟଙ୍କୁ ଏକାଠି ଦେଖିବା ପରେ କିଛି ନେଗେଟିଭ୍ କମେଣ୍ଟ୍ ମିଡିଆକୁ ଚିନ୍ତା କରିବାର ସୁଯୋଗ ଦେଇଥିଲା। ଦୀପିକାଙ୍କ ଅପ୍ କମିଙ୍ଗ୍ ଫିଲ୍ମ ବିଷୟରେ କହିବା ତ ସେ ମେଘନା ଗୁଲଜାରଙ୍କ ଫିଲ୍ମ ‘ଛପାକ୍’ ରେ ଆସୁଛନ୍ତି। ଏହି ଫିଲ୍ମରେ ସେ ଏସିଡ୍ ସର୍ଭାଇବର ଭାବେ ନଜରକୁ ଆସିବେ। ବାହାଘର ପରେ ଏହା ଦୀପିକାଙ୍କ ପ୍ରଥମ ଫିଲ୍ମ, ଏବଂ ଯଲଦି ଏହାର ସୁଟିଂ ଆରମ୍ଭ ହେଉଛି।

ନ୍ୟକା ଫେମିନା ବିୟୁଟି ଆୱାର୍ଡ-୧୯ରେ ଖ୍ୟାତନାମା ଫଟୋଗ୍ରାଫର୍ ପ୍ରଦୀପ ବନ୍ଦେକର୍ କଏଦ୍ କରିଥିବା ସ୍ନାପ୍ ଗୁଡିକରେ ଯେଉଁ ଆକ୍ଟ୍ରେସ୍ ଥିଲେ ସେଠାରେ ପର୍ଦ୍ଦାରୁ ହଜିଯାଇଥିବା ଟ୍ୱିଙ୍କଲ୍ ଖାନ୍ନା ନଜରକୁ ଆସିଥିଲେ। ଟ୍ୱିଙ୍କଲ୍ ଏକ ଲେସ୍ କଟଆଉଟ୍ ଡ୍ରେସ ମଧ୍ୟରେ ବୟସ ଘୋଡାଇବା ଭଳି ଚେଷ୍ଟା କରିଥିଲେ।

ଏକ ପ୍ରିଣ୍ଟେଡ୍ ଗାଉନ୍ ସହ ପ୍ଳଗିଙ୍ଗ୍ କ୍ଳେଭେଜ୍ ରେ ଲୁକ୍ ଦେଇଥିଲେ ୱାଲଚା ଡି ସୌଜା।

ଖୁବ୍ ଷ୍ଟନିଙ୍ଗ୍ ମୁଡ୍ ରେ ଥିଲେ ଗୋହର୍ ଖାନ୍। ନ୍ୟୁଡ୍ ବ୍ୟାକ୍ ଓ ଲଙ୍ଗ୍ ନେକ୍ ଡ୍ରେସକୁ ସପୋର୍ଟ ଦେଉଥିବା ବ୍ୟାକ୍ ଷ୍ଟ୍ରିଙ୍ଗ୍ ତାଙ୍କ ଉଚ୍ଚତାକୁ ଗର୍ଜିଅସ୍ ଯୋସ୍ ଦେଉଥିଲା।

ଆଦା ଶର୍ମାଙ୍କ ପ୍ରଦର୍ଶନ ଥିଲା ବିଲକୁଲ୍ ନିଆରା। ସେ ଖବରକାଗଜର ବିଜ୍ଞାପନ କରିଛନ୍ତି, ନା ଖବରକାଗଜ ତାଙ୍କ ଲଜ୍ଜା ଘୋଡାଇବାରେ ସାହାଯ୍ୟ କରିଛି, ତାହାକୁ ନେଇ ଚର୍ଚ୍ଚା।

ରେଡ୍ କାର୍ପେଟରେ ଅଙ୍କିତା ଲୋଖାଣ୍ଡେ ତାଙ୍କ କମନୀୟ ଚେହେରାର ଜଲୱା ଦେଖାଇଥିଲେ।

ଆଶା ନେଗୀ ଖୁବ୍ ରଙ୍ଗୀନ ମିଜାଜ୍ ରେ ଥିଲେ। ଚେଷ୍ଟା କରିଥିଲେ ଦର୍ଶକଙ୍କୁ ଆଉ ଅଧିକ କିଛି ଗିଫ୍ଟ ଦେବାକୁ।

ଡେଜି ଶାହାଙ୍କ ଅଫ୍ ହ୍ୱାଇଟ୍ ଡ୍ରେସ୍ ସହ ରେଡ୍ କାର୍ପେଟ୍ ଉଷ୍ମତା ଦେଉଥିଲା ଡିଫରେଣ୍ଟ କଣ୍ଟ୍ରାଷ୍ଟ୍।

ରାମ୍ପ୍ ରେ ଥିଲେ ବିଗ୍ ବସ୍ ଫେମ୍ ଲୋପାମୁଦ୍ରା ରାଉତ।

ମାନୁଷୀ ଚିଲ୍ଲାର ଲୁକ୍ ରେ ଦେଇଥିଲେ ଓରିଏଣ୍ଟାଲ୍ ଟୁଇଷ୍ଟ୍। ଚେଷ୍ଟା କରୁଥିଲେ ଦର୍ଶକ ଗ୍ୟାଲେରୀରୁ ହାର୍ଟସ୍ ଲୁଟିନେବାକୁ।

ରାଧିକା ମଦାନଙ୍କ ତୀକ୍ଷ୍ନ ଦୃଷ୍ଟିରେ ଦର୍ଶକ ପୁରା ବିଭୋର। ତାଙ୍କ ହଟ୍ ସେନ୍ସ ଅଣାୟତ କରୁଥିଲା।

ପିଙ୍କ୍ ବଲରୁମ୍ ଗାଉନ୍ ରେ ରେଡ୍ କାର୍ପେଟ୍ ରେ ପାଦ ରଖିଥିଲେ ସୈଫ୍ ତନୟା ସାରା ଅଲ୍ଲୀ ଖାନ୍।

ସେକ୍ସି ବ୍ୟାକ୍ ଲୁକ୍ ରେ କାର୍ପେଟ୍ ଗରମ କରୁଥିଲେ ବିୟୁଟିଫୁଲ ସୌନ୍ଦର୍ଯ୍ୟା ଶର୍ମା।

ବ୍ଳୁ ସୁଟ୍ ରେ ନିଜର ଷ୍ଟାଇଲିଷ୍ଟ୍ ଫିଗର ପ୍ରଦର୍ଶନ କରିଥିଲେ ଭିକ୍କି କୌଶଲ୍।

ଦର୍ଶକଙ୍କୁ ମତୁଆଲା କରିଥିଲେ ଗର୍ଭବତୀ ସୁରଭୀନ୍ ଚାଓଲା।

ଭିନ୍ନ ଅନ୍ଦାଜରେ କାର୍ପେଟ୍ ଚଢିଥିଲେ ତାପସୀ ପନ୍ନୁ।

ବିଲକୁଲ୍ ଲାଲ୍ ପରି ଭଳି ଡିଫରେଣ୍ଟ୍ ଲୁକ୍ ଦେଇଥିଲେ ତବୁ।

ପତିଦେବ ଅନୀଲ ଥାଦାନୀଙ୍କ ସହ କାର୍ପେଟକୁ ଆସିଥିଲେ ସେଲବଲ୍ ରବିନା ଟାଣ୍ଡନ୍।

Leave a Reply

Your email address will not be published. Required fields are marked *