ଆନ୍ତର୍ଜାତୀୟ

ଭାରତ- ନେପାଳ ସମ୍ପର୍କ ଛିନ୍ନ କରିବାକୁ ଚେଷ୍ଟା କରୁଛି ପାକିସ୍ତାନ

ନୂଆଦିଲ୍ଲୀ, ଶୁଭ୍ ଭାରତ ଟାଇମ୍ସ, ୨/୦୩- ସୀମାରେ ଏୟାର ଷ୍ଟ୍ରାଇକରେ କ୍ଷତାକ୍ତ ପାକିସ୍ତାନ ତା’ର ଖୁଫିଆ ଏଜେନ୍ସି ଆଇଏସଆଇ ମାଧ୍ୟମରେ ଭାରତ ବିରୋଧରେ ନୂଆ ଚାଲ୍ ଚଳାଇଛି। ଗଣମାଧ୍ୟମକୁ ମିଳିଥିବା ଖୁଫିଆ ରିପୋର୍ଟ ମୁତାବକ ପାକିସ୍ତାନ ଖୁଫିଆ ଏଜେନ୍ସି ଆଇଏସଆଇ ନେପାଳରେ ରହି ଭାରତ ବିରୋଧରେ ଆତଙ୍କୀଙ୍କୁ ପ୍ରସ୍ତୁତ କରୁଛି, ଏବଂ କୌଶଳ ପୂର୍ବକ ନେପାଳ ସେନାରେ ଭର୍ତ୍ତି ହୋଇ ଭାରତରେ ପ୍ରବେଶ ଲାଗି ପ୍ରୟାସ ଚଳାଇଛି। ଏଥିପାଇଁ ଆଇଏସଆଇ ଏବଂ ସେଠାକାର ସେନା ନେପାଳ ରାଜଧାନୀ କାଠମାଣ୍ଡୁରେ ନ୍ୟାସନାଲ୍ ଡିପେନ୍ସ କଲେଜ ପ୍ରତିଷ୍ଠା ପାଇଁ ଉଦ୍ୟମ କରୁଛନ୍ତି। ଚୀନ୍ ଦେଉଥିବା ପରାମର୍ଶ ଅନୁସାରେ ପାକିସ୍ତାନ ଧିରେଧିରେ ନେପାଳ ସହ ବନ୍ଧୁତ୍ୱ ବଢାଇବାରେ ଲାଗିପଡିଛି। ଫଳରେ ନେପାଳରେ ଭାରତର ପ୍ରଭାବ ବୃଦ୍ଧିରେ ରୋକ ଲାଗିବ ଏବଂ ପାକିସ୍ତାନ, ପଡୋଶି ନେପାଳ ଓ ଭାରତ ମଧ୍ୟରେ ଥିବା ବନ୍ଧୁତ୍ୱର ସିମାରେଖା ଡେଇଁବାରେ ସଫଳ ହେବ।

ସୁରକ୍ଷା ବିଭାଗର ସୂଚନା ମୁତାବକ ପାକିସ୍ତାନ, କାଠମାଣ୍ଡୁରେ ନ୍ୟାସନାଲ୍ ଡିଫେନ୍ସ କଲେଜ ନିର୍ମାଣ ପାଇଁ ଚେଷ୍ଟା ଜାରି ରଖିଛି। ଯାହାଦ୍ୱାରା ପାକିସ୍ତାନ, ନେପାଳ ସେନାରେ ନିଜର ସ୍ଥିତି ସୁଦୃଢ କରିପାରିବ। ଖୁଫିଆ ଏଜେନ୍ସି ସୂଚନାରୁ ସ୍ପଷ୍ଟ ହୋଇଛି ଯେ ପାକିସ୍ତାନ ସେଠାରେ ଭାରତ ବିରୋଧୀ ମାହୋଲ ସୃଷ୍ଟିକରି ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କ ଛିନ୍ନ ପାଇଁ ରିତିମତ ପ୍ରୟାସ କରୁଛି।

ଏ ସଂକ୍ରାନ୍ତରେ ଏକ ଜାତୀୟ ନିୟୁଜ୍ ଚାନାଲ୍ ଜଣାଇଛି କି ପାକିସ୍ତାନ ଓ ନେପାଳ ମଧ୍ୟରେ ନ୍ୟାସନାଲ୍ ଡିଫେନ୍ସ କଲେଜ ପ୍ରତିଷ୍ଠା ଲାଗି ଦୀର୍ଘଦିନ ଧରି ବୈଠକ ପରେ ବୈଠକ ଚାଲିଛି। ପାକିସ୍ତାନ ଗତ କିଛି ବର୍ଷ ଧରି ନେପାଳ ସହ ବନ୍ଧୁତ୍ୱ ବଢାଇବା ଲାଗି ଚେଷ୍ଟା ଚଳାଇଛି। ପରୋକ୍ଷରେ ନେପାଳ ଓ ଭାରତ ମଧ୍ୟରେ ଦୂରତା ସୃଷ୍ଟି ହେବ। ଏଥିପାଇଁ ପୂର୍ବରୁ ସତର୍କ କରି ଦିଆଯାଇଛି କି ପାକିସ୍ତାନ, ନେପାଳରେ ଭାରତ ବିରୋଧୀ ଆତଙ୍କୀ ସଙ୍ଗଠନଗୁଡିକୁ ଏକତ୍ର କରିବାରେ ସଫଳ ହେବ ବୋଲି ଆଶା ବାନ୍ଧିଛି। ଏସବୁ ସମ୍ଭବ ହେଲେ ଆତଙ୍କୀ ଗୋଷ୍ଠୀ ନେପାଳ ଓ ଭାରତ ମଧ୍ୟରେ କୋହଳ ସୀମା ସୁରକ୍ଷା ବାହୀନିର ପୁରା ଫାୟଦା ନେବା ଆଶଙ୍କା ଦେଖାଦେଇଛି।

ନେପାଳର ମୋରଙ୍ଗ ଜିଲ୍ଲାରେ ଲସ୍କର-ଏ-ତୋୟବା’ର ସଂନ୍ଦିଗ୍ଧ ମୌଲାନା ଉମର୍ ମଦନୀ ଆତଙ୍କୀମାନଙ୍କୁ ନେଇ ଏକ ନୂଆ ଇଲାକା ପ୍ରସ୍ତୁତ କରିଛି। ସେଠାରେ ଭାରତ ବିରୋଧୀ ଗତିବିଧିକୁ ବିସ୍ତାର କରିବାରେ ମଦନୀ ଲାଗି ପଡିଛି। ଜାତୀୟ ନିୟୁଜ୍ ଚାନାଲକୁ ମିଳିଥିବା ସୂଚନା ଅନୁସାରେ ମୌଲାନା ମଦନୀ, ଲସ୍କର-ଏ-ତୋୟବା ସହ ଯୋଡି ହୋଇଛି, ଏବଂ ସେ ନେପାଳ ଏଡୁକେଶନାଲ୍ ଏଣ୍ଡ ୱେଲଫେୟାର ସୋସାଇଟ ଜରିଆରେ ଭାରତ ବିରୋଧୀ ଗତିବିଧିକୁ ଖେଳାଇ ଚାଲିଛି। ଖୁଫିଆ ଏଜେନ୍ସି ପକ୍ଷରୁ ଗୃହ ମନ୍ତ୍ରାଳୟକୁ ଦିଆଯାଇଥିବା ରିପୋର୍ଟରେ କୁହାଯାଇଛି କି ବର୍ଡର ସହ ଯୋଡି ହୋଇଥିବା ନେପାଳର କେତେକ ଜିଲ୍ଲାରେ ମୌଲାନା ଉମର୍ ମଦନୀ ତା’ର ଏନଜିଓ ମାଧ୍ୟମରେ ବିଦେଶରୁ ଫଣ୍ଡ ଆଦାୟ କରୁଛି। ପାକିସ୍ତାନର ଚକ୍ରାନ୍ତକୁ ସିଦ୍ଧ କରିବା ଲକ୍ଷରେ ବିଦେଶୀ ପୁଞ୍ଜିକୁ ନେପାଳର ନିରୀହ ଯୁବକଙ୍କ ଠାରେ ବିନିଯୋଗ କରି ସେମାନଙ୍କୁ ଲସ୍କର-ଏ-ତୋୟବା ସଂଗଠନରେ ଭର୍ତ୍ତି କରିବାକୁ ଚେଷ୍ଟା କରୁଛି।

ଖୁଫିଆ ଏଜେନ୍ସି ପକ୍ଷରୁ ଏହା ସ୍ପଷ୍ଟ ହୋଇଛି କି କିଭଳି ବିଦେଶୀ ପୁଞ୍ଜି ଆସି ନେପାଳର ଏନଜିଓ ରେ ପହଁଚିପାରିଛି। ଏନଜିଓ ଅର୍ଥ ଜରିଆରେ ମଦନୀ, ମୁସଲିମ୍ ଯୁବକଙ୍କୁ ଦିଗଭ୍ରଷ୍ଟ କରି ସେମାନଙ୍କୁ ଆତଙ୍କୀ ସଜାଇବାରେ ବିନିଯୋଗ ହେଉଛି। ସୂଚନାରେ ଆହୁରି କୁହାଯାଇଛି ଯେ ନେପାଳ ରାସ୍ତାରେ କତ୍ତର’ରୁ ଆସୁଛି ଅର୍ଥ। ଯାହା ଭାରତ ସୀମାରେ ଥିବା ମସଜିଦ୍ ଗୁଡିକର ମୌଲବୀଙ୍କ ଜରିଆରେ ଭାରତ ବିରୋଧୀ ଗତିବିଧିରେ ନଜର ରଖିବାରେ ବିନିଯୋଗ ଓ ଏହାର ବିସ୍ତାର କରାଇବା ଜାରିରହିଛି।

ଆପଣଙ୍କୁ ଜଣାଉଛୁ କି ଆତଙ୍କବାଦକୁ ପ୍ରୋତ୍ସାହିତ କରୁଥିବା ପାକିସ୍ତାନ ପାଇଁ ୧୭୫୧ କିଲୋମିଟର ଲମ୍ବ ଭାରତ- ନେପାଳ ବର୍ଡର ଇଲାକା ସବୁଠାରୁ ଲାଭଜନକ ହୋଇଛି। ଏହି ଇଲାକାରେ ଏସଏସବି ପକ୍ଷରୁ ସୁରକ୍ଷା ବ୍ୟବସ୍ଥା କଡାକଡି କରାଯିବା ସତ୍ୱେ ଏହା ପାକିସ୍ତାନ ଆତଙ୍କୀଙ୍କ ଭାରତରେ ଅନଧିକାର ପ୍ରବେଶ ପଥ ସୁଗମ କରିଥିବା ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *