ବିଜ୍ଞାନ

ପାକିସ୍ତାନୀ ମହାକାଶ ବିଜ୍ଞାନୀ ନମିରା ସଲିମ୍‌ଙ୍କ ଶୁଭେଚ୍ଛା

ଶୁଭ୍ ଭାରତ ଟାଇମ୍ସ (ଆଦିତ୍ୟ ବିକ୍ରମ ପଟ୍ଟନାୟକ), o୭. o୮- ଭାରତର ଜଟିଳତମ ମିଶନ୍‌ ଚନ୍ଦ୍ରଯାନ-୨ ସାରା ବିଶ୍ୱରେ ଏବେ ଚର୍ଚ୍ଚାରେ ରହିଛି। ଏହାର ଲ୍ୟାଣ୍ଡର ଭିକ୍ରମ ଚନ୍ଦ୍ରପୃଷ୍ଠ ଛୁଇଁବା ଆଗରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା।

ଚନ୍ଦ୍ରଯାନ-୨ ଚନ୍ଦ୍ରର ଦକ୍ଷିଣ ମେରୁକୁ ନଛୁଇଁଥିଲେ ମଧ୍ୟ ଭାରତୀୟ ମହାକାଶ ବିଜ୍ଞାନୀଙ୍କ ଉଦ୍ୟମକୁ ବିଶ୍ୱବାସୀ ଉପଲବଧି କରିଛନ୍ତି। ଏହାକୁ ନେଇ କେତେକ ବିଦେଶୀ ମିଡିଆ ମିଶ୍ର ପ୍ରତିକ୍ରିୟା ଦେଇଥିବାବେଳେ ପ୍ରଥମ ପାକିସ୍ତାନୀ ମହାକାଶ ବିଜ୍ଞାନୀ ନମିରା ସଲିମ୍‌ ଏଥିପାଇଁ ଶୁଭେଚ୍ଛା ଜଣାଇଛନ୍ତି।

ପାକିସ୍ତାନୀ ମହାକାଶ ବିଜ୍ଞାନୀ ନମିରା ସଲିମ୍‌ କହିଛନ୍ତି ସମସ୍ତ ରାଜନୀତିକ ସୀମା ସରହଦ ମହାକାଶରେ ମିଳାଇଯାଏ। ପୃଥିବୀରେ ଯାହା ଆମକୁ ଅଲଗା କରେ ମହାକାଶରେ ତାହା ଆମକୁ ଏକାଠି କରେ।

ଶନିବାର ରାତିରେ ଚନ୍ଦ୍ରଯାନ-୨ର ଲ୍ୟାଣ୍ଡର ବିକ୍ରମ ଚନ୍ଦ୍ରପୃଷ୍ଠରେ ଅବତରଣ କରିବାର ଐତିହାସିକ ଉପଲବ୍ଧି କରିବା ପୂର୍ବରୁ ଇସ୍ରୋ ସହ ଯୋଗାଯୋଗ ବିଚ୍ଛିନ୍ନ ହୋଇଥିଲା। ଏହା ପରେ ସମସ୍ତଙ୍କ ମନରେ ଦୁଃଖର ଛାୟା ଖେଳିଯାଇଥିଲା।

କିନ୍ତୁ ନମିରା ସଲିମ୍‌ କହିଛନ୍ତି, ଚନ୍ଦ୍ରର ଦକ୍ଷିଣ ମେରୁରେ ଲ୍ୟାଣ୍ଡର ବିକ୍ରମର ସଫ୍ଟ ଲ୍ୟାଣ୍ଡିଂ ପାଇଁ ଇସ୍ରୋର ଐତିହାସିକ ପ୍ରୟାସ ପାଇଁ ମୁଁ ଶୁଭେଚ୍ଛା ଜଣାଉଛି।

ସେ ଭାରତୀୟ ବୈଜ୍ଞାନିକଙ୍କ ଦୁଃସାହାସିକ ପଦକ୍ଷେପକୁ ପ୍ରଶଂସା କରିବା ସହ କହିଥିଲେ ଯେ ଏହା ବଡ଼ କଥା ନୁହେଁ ଯେ କିଏ ଏହାର ନେତୃତ୍ୱ ନେଉଛି।

ଭାରତର ଏହି ପ୍ରୟାସ ଦକ୍ଷିଣ ଏସିଆରେ ମହାକାଶ କ୍ଷେତ୍ରରେ ଉଲ୍ଲେଖନୀୟ ଆଞ୍ଚଳିକ ବିକାଶର ଏକ ଦୃଷ୍ଟାନ୍ତ ବୋଲି ସେ ବର୍ଣ୍ଣନା କରିଛନ୍ତି।

Leave a Reply

Your email address will not be published. Required fields are marked *