ଜାତୀୟ

ବାରଣାସିରୁ ଲଢିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ, ଶୁଭ୍ ଭାରତ ଟାଇମ୍ସ, ୧୬/୩- ଭାଜପା ସଂସଦୀୟ ଦଳ ବୈଠକ ପରେ ଦଳ ପ୍ରାୟ ୧୦୦ ଜଣ ଆଶାୟୀଙ୍କ ନାମ ଘୋଷଣା କରିବ। ଏହି ତାଲିକାରେ ଆଶାୟୀଙ୍କ ସମେତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଘୋଷଣାର ସମ୍ଭାବନା ରହିଛି।

କୁହାଯାଉଛି କି ଆଜି ଆସିବାକୁ ଥିବା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନାମ ଆଶାୟୀ ତାଲିକାର ଶୀର୍ଷରେ ଥିବ, ଏବଂ ମୋଦୀ ଜୀ ଏଥର ମଧ୍ୟ ବାରଣାସୀରୁ ନିର୍ବାଚନ ଲଢିବେ। ଶୁକ୍ରବାର ଭାଜପା ଅଧ୍ୟକ୍ଷ ଅମିତ ଶାହାଙ୍କୁ ଭେଟିଥିଲେ ସୁଶୀଲ ମୋଦୀ, ନିତ୍ୟାନନ୍ଦ ରାୟ ଓ ଭୂପେନ୍ଦ୍ର ଯାଦବ। ଭାଜପା କୋର୍ ଗୃପ୍ ବୈଠକ ପରେ କାଲି ବିହାରର ଏନଡିଏ ମେଣ୍ଟର ୪୦ ଜଣ ଆଶାୟୀଙ୍କୁ ନେଇ ପ୍ରସ୍ତୁତ ପ୍ରାର୍ଥୀ ତାଲିକାରେ ମୋହର ଲାଗିବା ସହ ଜେଡିୟୁ ଏବଂ ଏଲଜେପି ମଧ୍ୟରେ ୧୭-୧୭-୬ ଫର୍ମୁଲା କାର୍ଯ୍ୟକାରୀ ଲାଗି ପ୍ରସ୍ତୁତି ଶେଷ ହୋଇଛି।

୨୦୧୪ରେ ବାଜପା ଓ ଜେଡିୟୁ ଏକା ଏକା ଲଢେଇରେ ଅବତୀର୍ଣ୍ଣ ହୋଇଥିଲେ। କିନ୍ତୁ ଏଥର ସମୀକରଣ ବଦଳିଯାଇଛି। ବିହାରରେ ଭାଜପା ଦଳ ଭୋଟରଙ୍କ ମନରେ ନୂଆ ବିଶ୍ୱାସ ଯୁଟାଇବାରେ ସଫଳ ହୋଇଛି। ଗତ ନିର୍ବାଚନରେ ଜେଡିୟୁ ଜିତିଥିବା ଏବଂ ଭାଜପା ହରାଇଥିବା ଆସନ ଗୁଡିକୁ ଜେଡିୟୁକୁ ଦିଆଯାଇଛି। ଏହାସହିତ ଏନଡିଏ ଜିତିଥିବା ୫ଟି ଆସନକୁ ମଧ୍ୟ ଜେଡିୟୁ ଖାତାରେ ଯୋଡାଯାଇଛି। କେବଳ ବିହାର ନୁହେଁ ଭାଜପା ସଂପ୍ରତି ୧୦୦ ଜଣିଆ ପ୍ରାର୍ଥୀ ତାଲିକାରେ ଅନ୍ୟ ରାଜ୍ୟଗୁଡିକର ଆଶାୟୀଙ୍କ ନାମ ଘୋଷଣା କରିପାରେ। ଏଥିରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ନାମ କାଲି ଘୋଷଣା ହୋଇପାରେ। ପ୍ରଧାନମନ୍ତ୍ରୀ ମୋଦୀ ବାରଣାସୀ ସଂସଦ ଆସନରୁ ନିର୍ବାଚିତ ହୋଇଥିଲେ। ପୂର୍ବରୁ ଚର୍ଚ୍ଚା ହେଉଥିଲା କି ମୋଦୀ ଓଡିଶାର ପୁରୀ ସଂସଦ ଆସନରୁ ଲଢି ପାରନ୍ତି। ଯାହା ଭୂଲ ପ୍ରମାଣିତ ହେବାକୁ ଆଉ କିଛି ସମୟ ବାକିଅଛି। ତେବେ ଆସୁଥିବା ୧୦୦ ଜଣିଆ ପ୍ରାର୍ଥୀ ତାଲିକାରେ ରାଜନାଥ ସିଂ, ରାଧାମୋହନ ସିଂ, ସଦାନନ୍ଦ ଗୌଡା ଓ ନିତିନ ଗଡକରୀଙ୍କ ନାମ ଘୋଷଣା ହୋଇପାରେ।

Leave a Reply

Your email address will not be published. Required fields are marked *