ଧର୍ମ

ଚୂଡ଼ାନ୍ତ ପର୍ଯ୍ୟାୟରେ ମହୋତ୍ସବ ପ୍ରସ୍ତୁତି, ଉଛୁଳିବ ଚଣ୍ଡେଶ୍ୱର

ଶୁଭ୍ ଭାରତ ଟାଇମ୍ସ, (ହରିହର ରଣା), o୨.୧୧- ଧର୍ମ ମାସ ପାଇଁ ହବିଷ୍ୟାଳୀଙ୍କ ଭିଡ଼ରେ ଚଳଚଞ୍ଚଳ ଚଣ୍ଡେଶ୍ୱର। ଗାଁରେ ଏମିତି ଏକ ତୁଳସୀ ଚଉରା ନାହିଁ, ଯେଉଁଠି ନାହାଁନ୍ତି ରାଧା ଦାମୋଦର ବ୍ରତରେ ବ୍ରତୀ କଳିଯୁଗର ଗୋପାଙ୍ଗନା। ତୁଳସୀ ଚଉରାକୁ ଚତୁଃପାର୍ଶ୍ଵ ଘେରି କେବେ ଚକ୍କର କାଟୁଛନ୍ତି ତ କେହି କେହି କାର୍ତ୍ତିକ ମାହାତ୍ମ୍ୟ ଶୁଣିବାରେ ମଗ୍ନ। ମନର ଆବେଗ ଲମ୍ବିଛି ଉଦ୍ଧ୍ୱର୍କୁ। ଭାବ ବିନୋଦିଆ ଠାକୁରଙ୍କ ଲୟରେ ଭୋକ ଉପବାସରେ ରହି ପୂଣ୍ୟ ଅର୍ଜନ କରୁଛନ୍ତି। ଆସୁଛି ରାସ ପୂର୍ଣ୍ଣିମା। ପ୍ରାୟ ମାସାଧିକ ସମୟ  ଧରି ହଜାର ହଜାର ଉତ୍ସବ ପ୍ରେମୀଙ୍କର ଏଠାକୁ ସୁଅ ଛୁଟିବ।

ଯଯାତି ବଂଶର କୀର୍ତ୍ତି ଭାବେ ଲିପିବଦ୍ଧ କେଶର କ୍ଷେତ୍ର ଉତ୍ସବ ପ୍ରସ୍ତୁତିର ଚୂଡ଼ାନ୍ତ ପର୍ଯ୍ୟାୟରେ ପହଁଚିଛି। ଅବିଭକ୍ତ ପୁରୀ ଜିଲ୍ଲାର ଏହି ପ୍ରସିଦ୍ଧ କ୍ଷେତ୍ରର ଅଧୀଶ୍ୱର ହେଉଛନ୍ତି ପ୍ରଭୂ ଚଣ୍ଡେଶ୍ୱର ଦେବ, ଭକ୍ତ ଶ୍ରଦ୍ଧାଳୁଙ୍କ ପାଇଁ ପାଲଟିଛନ୍ତି ଶ୍ରୀଚଣ୍ଡୀହର ଦେବ। ଖୋର୍ଦ୍ଧା ଜିଲ୍ଲା ସଦର ମହକୁମାରୁ ମାତ୍ର ୪୦ କିଲୋମିଟର ଦୂରରେ ଏନ୍.ଏଚ-୧୬ ପାଶ୍ୱର୍ରେ ଅବସ୍ଥିତ ଏହି ଶୈବ ପୀଠ। ଓଡ଼ିଶା ପର୍ଯ୍ୟଟନ ମାନଚିତ୍ରରେ ସ୍ଥାନିତ ଏହି ପାବନ କ୍ଷେତ୍ରରେ ୧୨ ମାସରେ ୧୪ ପର୍ବ। ସେସବୁ ମଧ୍ୟରୁ ବିପୁଳ ଲୋକପ୍ରିୟତା ଅର୍ଜନ କରିଛି କାର୍ତ୍ତିକ ପୂର୍ଣ୍ଣିମା ମହୋତ୍ସବ। ନଭେମ୍ବର ୧୨ ତାରିଖରୁ ହସି ଉଠିବ ଚଣ୍ଡେଶ୍ୱର କ୍ଷେତ୍ର।

ବିନା ଐତିହ୍ୟରେ କୌଣସି ଜାତି ତାର ପରିଚୟ ଏବଂ ବ୍ୟକ୍ତିତ୍ୱ ସାବ୍ୟସ୍ତ କରିପାରିବ ନାହିଁ। ଆଧୁନିକ ଜୀବନଶୈଳୀ ଏହି ଜାତି ଠାରୁ ଦୂରେଇ ଦେଇଛି ତାର ବଳିଷ୍ଠ ଐତିହ୍ୟକୁ। ସ୍ମୃତିପଟରୁ ହଜି ଯାଉଛନ୍ତି ସେହି ଦୁଃସାହାସୀ ସାଧବ ପୁଅ। ଦିନେ ଯେଉଁମାନେ ବାହାର ଦେଶରୁ ହୀରା, ନୀଳା, ମୋତି, ମାଣିକ ବୋହି ଆଣୁଥିଲେ ଏହି ଦେଶକୁ। ଆଜି ସେହି ନୌବାଣିଜ୍ୟ ତ ନାହିଁ, ହେଲେ ରହିଯାଇଛି ଅତୀତର ସେହି ମହାନ ପରମ୍ପରା। ରାଜ୍ୟରେ କଟକିଆଙ୍କ ଭଳି ଅତୀତର ସେହି ଅପାସୋରା ସ୍ମୃତିକୁ ଆଜି ବି ଉଜ୍ଜିବିତ ରଖିଛନ୍ତି ଚଣ୍ଡେଶ୍ୱରବାସୀ > ଡିଷ୍ଟ୍ରିକ୍ଟ କୋର୍ଡିନେଟର, ଖୋର୍ଦ୍ଧା

Leave a Reply

Your email address will not be published. Required fields are marked *