ମହାନଗର

ବିଜ୍ଞାପନ ଓ ପେଡ୍ ମିଡିଆ ବିରୋଧରେ ପ୍ରତିବାଦ

ମନୋରଞ୍ଜନ ପଟ୍ଟନାୟକ- ଗଣମାଧ୍ୟମ ନିଜକୁ ଚତୁର୍ଥ ସ୍ତମ୍ଭ ବୋଲି ଦାବି କରୁଛି। ମୋ’ ଭଳି ଅନେକ ପ୍ରକାଶକ/ସମ୍ପାଦକ ନିଜ ନିଜ କାଗଜକୁ ନିଜର ଭବିଷ୍ୟତ, ଭାତହାଣ୍ଡି ଏବଂ ସ୍ୱାଭିମାନ କରି ଧରି ବସିଛନ୍ତି। ଆମ ମଧ୍ୟରୁ ହଜାର ହଜାର ପ୍ରକାଶକ କାଁଭାଁ ବିଜ୍ଞାପନଟିଏ ପାଉଛନ୍ତି କିମ୍ବା ବିଲକୁଲ୍ ପାଉନାହାଁନ୍ତି। ତଥାପି ଅର୍ଥ ଯୋଗାଡ କରି ବହୁ ଦୁଃଖକଷ୍ଟରେ କାଗଜଟିକୁ ଛପାଉଛନ୍ତି। ଆପଣମାନେ ଆଗଧାଡିରେ ଥିବା କାଗଜ ଓ ଟେଲିଭିଜନ୍ ସଂସ୍ଥା ମାଲିକମାନେ ଦୈନିକ ୧୨ପୃଷ୍ଠାର ବିଜ୍ଞାପନ ଛପାଇ ସ୍ପଟ୍ ନିୟୁଜ୍ ନାମରେ ଅନେକ ଚୋରି, ଡକାୟତି, ରାହାଜାନୀ, ନାରୀ ଧର୍ଷଣ ଆଦି ଖବରକୁ ୮ ପୃଷ୍ଠାରେ ଛାପି ୨୦ ପୃଷ୍ଠାରୁ ଆଶାତୀତ ଅର୍ଥ ରୋଜଗାର କରୁଛନ୍ତି। ତଥାପି କ’ଣ ଏଭଳି ଘଟଣା ରହିଛି, ଯେଉଁଥିପାଇଁ ୫ ଟଙ୍କା ଦେଇ ଆପଣମାନଙ୍କ ଖବର କାଗଜ କିଣୁଥିବା ପାଠକର ମୌଳିକ ସମସ୍ୟା ସମାଧାନର ରାସ୍ତା ବାହାରିପାରୁନି।”
ଏବେ ସିଧାସଳଖ ଶୁଣନ୍ତୁ ଓଡିଶାର ନାମିଦାମୀ ଖବରକାଗଜର ପାଠକ ଏହି ଭିଡିଓ ଜରିଆରେ କ’ଣ କହୁଛନ୍ତି – ସମ୍ପାଦକ, ଶୁଭ୍ ଭାରତ ଟାଇମ୍ସ

Leave a Reply

Your email address will not be published. Required fields are marked *