ଜାତୀୟ

ମା’ଭଗବତୀଙ୍କୁ ଦର୍ଶନ କଲେ ନ୍ୟାୟମୂର୍ତ୍ତି

ବାଣପୁର, ଶୁଭ୍ ଭାରତ ଟାଇମ୍ସ, ୬/ମାର୍ଚ୍ଚ (ସ୍ୱ.ପ୍ର)- ବୁଧବାର ସଂନ୍ଧ୍ୟା ପ୍ରାୟ ୭ ଟାରୁ ରାତ୍ରି ୯ ମଧ୍ୟରେ ବାଣପୁର ପୌରାଞ୍ଚଳ ମାହୋଲ ଥିଲା ସରଗରମ। ସୁପ୍ରିମକୋର୍ଟର ଫର୍ମର ଚିଫ୍ ଜଷ୍ଟିସ୍ ନ୍ୟାୟମୂର୍ତ୍ତି ଦିପକ ମିଶ୍ରଙ୍କ ଅଚାନକ ବାଣପୁର ଗସ୍ତ କାର୍ଯ୍ୟକ୍ରମ ସ୍ଥାନୀୟ ଅଧିବାସୀଙ୍କ ପାଇଁ ଥିଲା ଖୁସି ଉଲ୍ଲାସର ମୁହୂର୍ତ୍ତ। ବାଣପୁରର ଗୌରବ ତଥା ଓଡିଶାର ବରପୁତ୍ର ନ୍ୟାୟମୂର୍ତ୍ତି ଦିପକ ମିଶ୍ର ଏଇ ବାଣପୁର ମାଟିର ଯୋଗ୍ୟ ସନ୍ତାନ। ହେଲେ ଦେଶର ସର୍ବୋଚ୍ଚ ନ୍ୟାୟାଳୟର ସର୍ବୋଚ୍ଚ ପାହ୍ୟା ମଣ୍ଡନ କରିସାରିଥିବା ପୂର୍ବତନ ପ୍ରଧାନ ବିଚାରପତିଙ୍କୁ ପାଖରେ ପାଇବାର ଆନନ୍ଦ ନିଶ୍ଚିତ ଭାବେ ଦେଖଣାହାରୀ ଦର୍ଶକଙ୍କ ଅନୁଭବରୁ ବାରିହେଉଥିଲା।

ମା’ ଭଗବତୀଙ୍କ ଦର୍ଶନ ଲାଗି ମନ୍ଦିର ସମ୍ମୁଖରେ ପହଁଚିଥିବା ସୁପ୍ରିମକୋର୍ଟର ଫର୍ମର ଚିଫ୍ ଜଷ୍ଟିସ୍ ନ୍ୟାୟମୂର୍ତ୍ତି ଦିପକ ମିଶ୍ର ଓ ମାଡାମ୍ ସୁପ୍ରମାଦେବୀଙ୍କୁ ଗାଡିରୁ ପାଛୋଟି ନେଉଛନ୍ତି

”ପଣ୍ଡିତ ରଘୁନାଥ ମିଶ୍ର ଓ ଚଞ୍ଚଳାଦେବୀ ପାଠାଗାର” ପରିସରରେ ନ୍ୟାୟମୂର୍ତ୍ତି ଦିପକ ମିଶ୍ରଙ୍କ ସହ କରମର୍ଦ୍ଦନ କରୁଛନ୍ତି  ପାକ୍ଷିକ ଖବରକାଗଜ
‘ଶୁଭ୍ ଭାରତ ଟାଇମ୍ସ’ ଡିଷ୍ଟ୍ରିକ୍ଟ କୋଡିନେଟର୍ ତଥା ସୂଚନା ଅଧିକାର ଆଇନ ଡିଷ୍ଟ୍ରିକ୍ଟ କୋର୍ କମିଟି ସଦସ୍ୟ ଲକ୍ଷ୍ମୀଧର ମହାପାତ୍ର

ଆଜି ସଂନ୍ଧ୍ୟା ପ୍ରାୟ ୭ ଟା ସୁଦ୍ଧା ନ୍ୟାୟମୂର୍ତ୍ତି ଶ୍ରୀ ମିଶ୍ର ସପତ୍ନୀକ ସର୍ବପ୍ରଥମେ ଆରାଧ୍ୟା ଦେବୀ ମା’ ଭଗବତୀଙ୍କ ଦର୍ଶନ ଲାଗି ମନ୍ଦିର ସମ୍ମୁଖରେ ଗାଡିରୁ ଓହ୍ଲାଇଥିଲେ। ନ୍ୟାୟମୂର୍ତ୍ତିଙ୍କ ପାଇଁ କେନ୍ଦ୍ର ସରକାର ଜେଡ୍ ପ୍ଳସ୍ ସୁରକ୍ଷା ବ୍ୟବସ୍ଥା ଯୋଗାଇଥିବା ବେଳେ ନ୍ୟାୟମୂର୍ତ୍ତି ସମସ୍ତ ପ୍ରୋଟକଲ୍ ଭାଙ୍ଗି ଜଣେ ସାଧାରଣ ଭକ୍ତଙ୍କ ଭଳି ମନ୍ଦିରରେ ମା’ଙ୍କ ଦର୍ଶନ କରିବା ସହ ମନ୍ଦିର ପରିଚାଳନା ଏବଂ ରକ୍ଷଣାବେକ୍ଷଣ ବିଷୟରେ ବୟୋଜ୍ୱେଷ୍ଠ ପୁଜାରୀ ଓ ସେବାୟତଙ୍କ ସହ ଆଲୋଚନା କରି ସେଠାରୁ ବାହୁଡି ଥିଲେ।

ବାଣପୁର ତଥା ଆଖପାଖ ଅଞ୍ଚଳର ଶିକ୍ଷାଭିଳାଷୀ, କବି, ସାହିତ୍ୟ ସାଧକ ଏବଂ ବରିଷ୍ଠ ନାଗରିକଙ୍କ ଅବସର ସମୟର ସାଧନା ପାଇଁ ନ୍ୟାୟମୂର୍ତ୍ତି ଶ୍ରୀ ମିଶ୍ରଙ୍କ ଉଲ୍ଲେଖନୀୟ ଅବଦାନ “ପଣ୍ଡିତ ରଘୁନାଥ ମିଶ୍ର ଓ ଚଞ୍ଚଳାଦେବୀ ପାଠାଗାର”। ପିତାମାତାଙ୍କ ସ୍ମୃତିରେ ଏବଂ ତାଙ୍କ ନାମରେ ନାମିତ ଏହି ପାଠାଗାର ୨୦୧୪, ମାର୍ଚ୍ଚ ୧୯ରେ ସ୍ଥାପନ କରାଯାଇଥିଲା। ଆଜି ଗସ୍ତ କାଳରେ ଉକ୍ତ ପାଠାଗାରରେ ପହଁଚି ଲାଇବ୍ରେରିଆନ ଗୋଦାବରୀ ସାହୁଙ୍କ ସହ ବିଭିନ୍ନ ଆବଶ୍ୟକତା ସଂକ୍ରାନ୍ତରେ ପଚାରି ବୁଝିଥିଲେ।

ନ୍ୟାୟମୂର୍ତ୍ତି ଦିପକ ମିଶ୍ର ଓ ସୁପ୍ରମାଦେବୀ ମିଶ୍ର ପାଠାଗାରରେ ପହଁଚି ଲାଇବ୍ରେରିଆନ
ଗୋଦାବରୀ ସାହୁଙ୍କ ସହ ବିଭିନ୍ନ ଆବଶ୍ୟକତା ସଂକ୍ରାନ୍ତରେ ପଚାରି ବୁଝିଥିଲେ

ପାଠାଗାରରେ ନ୍ୟାୟମୂର୍ତ୍ତି ଦିପକ ମିଶ୍ରଙ୍କ ପତ୍ନୀ ସୁପ୍ରମାଦେବୀ ମିଶ୍ର, ସବ୍-ଜଜ୍ ଦିଲ୍ଲିପ୍ କୁମାର ରଥ, ବାଣପୁର ଜେଏମଏଫସି ରୋଜୀ ତ୍ରିପାଠୀ, ବାଣପୁର ଥାନାଧିକାରୀ ସଞ୍ଜୟ ପଟ୍ଟନାୟକ, ଦକ୍ଷେଶ୍ୱର ଭଗବତୀ ଏଣ୍ଡାଓମେଣ୍ଟ୍ ପରିଚାଳନା କମିଟି ସଭାପତି ରମେଶ ଚନ୍ଦ୍ର ବିଶୋଇ, ପାକ୍ଷିକ ଖବରକାଗଜ ‘ଶୁଭ୍ ଭାରତ ଟାଇମ୍ସ’ ଡିଷ୍ଟ୍ରିକ୍ଟ କୋଡିନେଟର୍ ତଥା ସୂଚନା ଅଧିକାର ଆଇନ ଡିଷ୍ଟ୍ରିକ୍ଟ କୋର୍ କମିଟି ସଦସ୍ୟ ଲକ୍ଷ୍ମୀଧର ମହାପାତ୍ରଙ୍କ ସମେତ ଅଭିମନ୍ୟୁ ସୁବୁଦ୍ଧି, ମାଗୁଣି ଚରଣ ସାହୁ, ରମାକାନ୍ତ ମହାପାତ୍ର, ଗୋଲେଖ ମିଶ୍ର, ପ୍ରଫୁଲ ମିଶ୍ର, ସନାତନ ମହାପାତ୍ର, ଲକ୍ଷ୍ମୀନାରାୟଣ ସୁବୁଦ୍ଧି, ସୂର୍ଯ୍ୟନାରାୟଣ ମହାପାତ୍ର, ନିରଞ୍ଜନ ସାହୁ ଓଗେର ସ୍ଥାନୀୟ ଶୁଭେଚ୍ଛୁ ବୃନ୍ଦ ଉପସ୍ଥିତ ଥିଲେ।

ତେବେ ରାଜ୍ୟରେ ନିର୍ବାଚନ ବିଗୁଲ୍ ବାଜି ସାରିଥିବା ବେଳେ ନ୍ୟାୟମୂର୍ତ୍ତି ଦିପକ ମିଶ୍ରଙ୍କ ଗସ୍ତ କାର୍ଯ୍ୟକ୍ରମ ଜିଲ୍ଲାରେ ଚାପା ଗୁଞ୍ଜରଣ ସୃଷ୍ଟି କରିଛି।

Leave a Reply

Your email address will not be published. Required fields are marked *