ଆନ୍ତର୍ଜାତୀୟ

ସଚିବଙ୍କ ଗୁମାସ୍ତା ଦେଖିବେ ହକି ବିଶ୍ୱକପ୍

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ଲୋକେ କହୁଛନ୍ତି, “ଶଳେ କଳିଙ୍ଗ ଷ୍ଟାଡିୟମକୁ ବାପର ଜାଗିର୍ ଭାବିଛନ୍ତି। ମଦୁଆ ମୁ..ନ୍ତ୍ରୀ କେବଳ ପତାକା ହଲାଇ ଫଟୋ ପୋଜ୍ ଦେବା ଛଡା ଭଲମନ୍ଦ କିଛି ଜାଣୁନି। ହକି ବିଶ୍ୱକପ୍ ଆୟୋଜନ କରି ଉଦଘାଟନ ଟିକେଟ୍ ବ୍ଲାକ୍ କରୁଛନ୍ତି। ଓଡିଶାକୁ କ୍ରୀଡା ଗ୍ରାମ କରିବାର ଭେଳିକି ଦେଖାଇ ଶଳେ କଳିଙ୍ଗ ଷ୍ଟାଡିୟମକୁ ପୁଞ୍ଜିପତିଙ୍କ ଆଡ୍ଡାସ୍ଥଳୀ କରିଛନ୍ତି। ଗତ ଦିନରେ ୨୨ତମ ଏସିଆନ୍ ଆଥ୍ଲେଟିକ୍ ଚାମ୍ପିଅନସିପ୍ ଦେଖିବାକୁ ଆସି ହଜାର୍ ହଜାର୍ ଦର୍ଶକ ଯେଭଳି ନିରାଶ ହୋଇ ଫେରିଥିଲେ, ଏବେ ହକି ବିଶ୍ୱକପର ଦର୍ଶକ ତା’ର ୨୦ ଗୁଣା ଦଶା ଭୋଗୁଛନ୍ତି। କାରଣ ରାଜ୍ୟ ସଚିବାଳୟରେ ବସିଥିବା କେତେକ ଲାଭଖୋର୍ ସଚିବ ତାଙ୍କ ଗୁମାସ୍ତାଙ୍କ ପାଇଁ ଉଦଘାଟନୀ ଦିବସର ଟିକେଟ୍ ହଡପ୍ କରିଛନ୍ତି। ଯାହାର ଗୋଟିକ ମୁଲ୍ୟ ୫ ଶହ ରଖାଯାଇଥିଲା ତାହା ଆଜି ୧୦ ହାଜାର ଟଙ୍କାରେ ବ୍ଲାକ୍ ହେଉଛି। ଏହାର ଶ୍ରେୟ ସିଧାସଳଖ ସଚିବାଳୟର ସେହି ଲାଭଖୋର୍ ଅଧିକାରୀଙ୍କ ପକେଟକୁ ଯାଉଛି। ”

ଆଜ୍ଞା, ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଥିବା ହକି ବିଶ୍ୱକପ୍ ଉଦଘାଟନ ପୁର୍ବରୁ ରାଜଧାନୀ ସାରା ଏଭଳି ଚର୍ଚ୍ଚା ଚାଲିଛି। ସପ୍ତାହକ ତଳେ ନିଅଣ୍ଟିଆ ଟିକେଟ୍ ବିକ୍ରିକୁ ନେଇ କଂଗ୍ରେସ ପକ୍ଷରୁ ବିକ୍ଷୋଭ୍ ପ୍ରଦର୍ଶନ କରାଯାଇଥିଲା। କାରନାମା ପଦାରେ ପଡିବାରୁ ମୁଖ୍ୟମନ୍ତ୍ରୀ ନବିନ ପଟ୍ଟନାୟକ କାଉଣ୍ଟରରେ ପହଁଚି ୫ ଶହ ଟଙ୍କା ଦେଇ ଗୋଟିଏ ଟିକେଟ୍ କିଣି ଆଣିଲେ। ମାତ୍ର ମୁଖ୍ୟମନ୍ତ୍ରୀଙ୍କୁ ଏଭଳି ସୁଚିନ୍ତିତ ପରାମର୍ଶ ଦେଇ ଟିକେଟ୍ ହଡପ୍ ଦୁର୍ନୀତିକୁ ଚପାଇଦେବାର ଚେଷ୍ଟା ଶେଷରେ ବିଫଳ ହୋଇଛି। ଜନସାଧାରଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଯେ କ୍ୟାପିଟାଲିୟା ସାମ୍ବାଦିକମାନେ କୌଣସି ପ୍ରକାରେ ଟିକେଟ୍ ସଂଗ୍ରହ କରିଥିବେ। ବିଲକୁଲ୍ ନୁହେଁ, ଅନ୍ ଲାଇନରେ ଆପଲାଇ କରିଥିବା କେତେକ ସାମ୍ବାଦିକ ଓ ହକି ଇଣ୍ଡିଆ ଦ୍ୱାରା ଅନୁମୋଦିତ ସାମ୍ବାଦିକଙ୍କ ସମେତ ଆଉ କେତୋଟି ଗୋଡଧରାଙ୍କୁ ଛାଡି ଦେଲେ ଶହ ଶହ ସାମ୍ବାଦିକ ପାସ୍ ପାଇବାରୁ ବଂଚିତ ହୋଇଛନ୍ତି। ଆଜ୍ଞା, ଆପଣମାନଙ୍କ ଭଳି ଆମ୍ବମାନଙ୍କର ବି ସମଦଶା।

Leave a Reply

Your email address will not be published. Required fields are marked *