ଜୀବନଚର୍ଯ୍ୟା

ସେକ୍ସ ଜୀବନର ଅଭିନ୍ନ ଅଂଶ

ଶୁଭ୍ ଭାରତ ଟାଇମ୍ସ http://www.suvbharattimes.in/ ସମ୍ଭୋଗ ବା ସେକ୍ସର ସମୀକରଣ କରିବା ମୁସ୍କିଲ୍ ବ୍ୟାପାର। ମନ୍ଦିର ଗାତ୍ରରେ ଖୋଦିତ ଶୀଳା ହେଉ କିମ୍ବା, ସାମ୍ପ୍ରତିକ ନ୍ୟୁଜ୍ ମ୍ୟାଗଜିନରେ ଦେଖିବାକୁ ମିଳୁଥିବା ପ୍ରେମୀ ଯୁଗଳବନ୍ଦୀଙ୍କ ନିବିଡତାର ଛବି। ସେସବୁ କେବଳ ସେକ୍ସ ଓ ସମ୍ମୋହନକୁ ପ୍ରମାଣିତ କରୁଛି। ଆପଣଙ୍କର କିମ୍ବା ଆମ୍ଭର ଯୁକ୍ତି ସେସବୁକୁ ସେକ୍ସ ଏଲିମେଂଟସ୍ ବୋଲି ପ୍ରମାଣିତ କରିପାରୁନେ। ଏଭଳି ପ୍ରତ୍ୟୟ ହୋଇଛି ବର୍ତ୍ତମାନ ପ୍ରଚଳିତ ସେକ୍ସର ଭାବାର୍ଥ https://twitter.com/suvbharat_times

ସେକ୍ସକୁ ଖୋଲା ବଜାର କରିଥିବା ବିଦେଶୀ କାଢିଲେଣି ସେକ୍ସର ନୂଆ ଫଣ୍ଡା। ତାହା ନୁହେଁ ଯେ ସେମାନେ ସାରା ବିଶ୍ୱବାସୀଙ୍କୁ ଦେବେ ନୂଆ ଉପହାର। ଆମ ଭାରତରେ ବାତ୍ସାୟନ କାମସୂତ୍ରରେ ଏହାର ବିଭିନ୍ନ କଳା ଓ ନୀତି ନିୟମ ସମ୍ପର୍କରେ ଦର୍ଶାଯାଇଛି। ଭାରତର ‘କାମଶାସ୍ତ୍ର’ରୁ ନିଗାଡି ସେମାନେ ସେକ୍ସର କିଭଳି ସ୍ୱାଦ ଚଖାଇଛନ୍ତି ତାହା ଉପରେ ଥରେ ନଜର ଦିଅନ୍ତୁ। ସେମାନେ କହୁଛନ୍ତି ଭକ୍ତି ମାର୍ଗରେ ଚାଲୁଥିବା ଶ୍ରଦ୍ଧାଳୁଙ୍କ ମନରେ ଏହି ଧାରଣା ଥାଏ ଯେ ସେକ୍ସ ଆଧ୍ୟାତ୍ମିକ ଜୀବନ ପାଇଁ ନୁହେଁ ବରଂ କେବଳ ପ୍ରଜନନ ଉଦ୍ଦେଶ୍ୟରେ କରାଯିବା ଉଚିତ https://twitter.com/suvbharat_times

ଏକ ସଂନ୍ଦର୍ଭ ମାଧ୍ୟମରେ କୁହାଯାଇଛି ଜୀବନସାଥୀଙ୍କ ମଧ୍ୟରେ ସେକ୍ସ ଓ କାମୁକତା ଅପରିହାର୍ଯ୍ୟ। ରେଥିୟୁବମ, ଆୟୁର୍ବେଦମ ବା ସେକ୍ସ ଓ ଆୟୁର୍ବେଦ ଶୀର୍ଷକର ଏକ ଚାରି ପୃଷ୍ଠାର ସଂନ୍ଦର୍ଭ ଦର୍ଶାଇଛି ସେକ୍ସ ଶରୀର ଓ ମସ୍ତିଷ୍କକୁ ସୁସ୍ଥ ରଖେ। ଏଭଳି ଦାବି କରୁଛନ୍ତି ପୁସ୍ତକର ରଚୟିତା ଡଃ ସନ୍ତୋଷ ଥାମସ। ବିନା ଶାରୀରିକ ସମ୍ବନ୍ଧରେ ପ୍ରେମ ଯେପରି ବେସୁରା ବିନା ବାଜାବାଣରେ ଉତ୍ସବ ପାଳନ କରିବା ପରି ସମାନ। ଦୁଇଟି ଶରୀର ଯୋଡ଼ିବାକୁ ଚାହୁଁଛନ୍ତି ତ ପ୍ରଥମେ ଦୁଇଟି ମନ ଯୋଡ଼ି ହେବା ଉଚିତ https://twitter.com/suvbharat_times

କାମଶାସ୍ତ୍ର ସହିତ ଜଡ଼ିତ ଏହି ସନ୍ଦର୍ଭ ସୁସ୍ଥ ଜୀବନ ସହିତ ଜଡ଼ିତ ଏବଂ ଏହାକୁ ଲେଖିଥିବା ଡଃ. ଥାମସ୍ ପୂର୍ବରୁ ମଧ୍ୟ ଏହି ମ୍ୟାଗଜିନ୍ ପାଇଁ ଅନେକ ବିଷୟରେ ଲେଖିଛନ୍ତି। ଡଃ. ଥାମସଙ୍କ ଏହି ଲେଖା ଆଦର୍ଶ ମହିଳାଙ୍କ ବର୍ଣ୍ଣନା କରିଥାଏ। ଆୟୁର୍ବେଦ ଲେଖା ଅଷ୍ଟାଙ୍ଗ ହୃଦୟମ ଆଧାରରେ କୁହାଯାଏ ଯେ ମହିଳାଙ୍କ ଶରୀର ଗଠନ ମୁଖ ଓ ନିତମ୍ବର ଆକାର ଆଧାରରେ ପଦ୍ମିନୀ, ଚିତ୍ରିଣୀ, ସଙ୍ଖିନୀ, ଓ ହସ୍ତିନୀ ଆଦି ଚାରି ଭାଗରେ ମହିଳାମାନଙ୍କୁ ବିଭକ୍ତ କରାଯାଏ। ଏଭଳି ବର୍ଣ୍ଣନାକୁ ପୁରୁଷ କୈନ୍ଦ୍ରୀକ ଦର୍ଶାଇ ଏହି ଲେଖାକୁ ଅନେକ ନାରୀବାଦି ବିରୋଧ କରିଥିଲେ https://twitter.com/suvbharat_times

Leave a Reply

Your email address will not be published. Required fields are marked *