ଜାତୀୟ

ବଲିଉଡ୍ ମୋହ ଛାଡୁନି ଶିବସେନା

ଶୁଭ୍ ଭାରତ ଟାଇମ୍ସ, ୧୧/୧୦- ଦଶନ୍ଧି ମଧ୍ୟରେ ବଲିଉଡ୍‌ରେ ଚାଲିଥିବା ଦରିନ୍ଦାଗିରୀ ସୀମା ଲଂଘିଛି। ମହାରାଷ୍ଟ୍ର ଶାସକ ଦଳ ଶିବସେନା ବଲିଉଡକୁ କବଜା କରିଥିବା ଦରିନ୍ଦାମାନଙ୍କ ଠାରୁ ବିପୁଳ ବଟି ନେଉଛି। ମାୟା ନଗରୀକୁ ହତ୍ୟାକାରୀଙ୍କ ଆଡ୍ଡାସ୍ଥଳୀରେ ପରିଣତ କରିଛି ଶିବସେନା। ଦେଶବାସୀ ସଂଘ ପ୍ରତି ଆନୁଗତ୍ୟ ଦେଖାଉଛନ୍ତି। ସଂଘୀୟ ବ୍ୟବସ୍ଥାରେ ହିଂସାର କୌଣସି ସ୍ଥାନ ନାହିଁ। କିନ୍ତୁ ବିପୁଳ ଅର୍ଥ ଲୋଭରେ ମାୟା ନଗରୀକୁ ହତ୍ୟାକାରୀଙ୍କ ହାତମୁଠାକୁ ଟେକି ଦେଇଛି ଶିବସେନା। ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ କେବଳ ମହାରାଷ୍ଟ୍ର ଗାଦିରେ ବସିବା ପାଇଁ ମୁମ୍ବାଇରେ ଅଶାନ୍ତି ଖେଳାଇ ଦେଇଛନ୍ତି।
www.suvbharattimes.in // twitter.com/@suvbharat_times // www.linkedin.com/in/editor.suvbharattimes

ମହାରାଷ୍ଟ୍ର ପୋଲିସ୍ ଡିଜି ପରମବୀର ସିଂ ଅଭିନେତା ସୁଶାନ୍ତ ସିଂ ରାଜପୁତ ମାମଲାରେ ଯେଭଳି ଆଭିମୁଖ୍ୟ ଦେଖାଉଛନ୍ତି ତାହା ସ୍ପଷ୍ଟ କରିଦେଇଛି ଏନସିବି ସ୍କାନରରେ ଥିବା ବଲିଉଡ୍ ଗଡଫାଦର ଗୋଷ୍ଠୀ ଶିବସେନା ସରକାର ଏବଂ ମୁମ୍ବାଇ ପୋଲିସକୁ ପକେଟରେ ରଖିଛନ୍ତି। ଲାଂଚଖୋର ପୋଲିସ କମିଶନର ପରମବୀର ସିଂ ସୁଶାନ୍ତ ସିଂ ହତ୍ୟା ମାମଲାକୁ ଚପାଇ ଦେବାକୁ ଆଜିଯାଏଁ ଚେଷ୍ଟା ଚଳାଇଛନ୍ତି। ଯାହା ଏନସିବି, ସିବିଆଇ ଏବଂ ଏନଫୋର୍ସମେଂଟ ଡିରେକ୍ଟରେଟ ଅଧିକାରୀଙ୍କ ବାଟ ଓଗାଳୁଛି। ଦେଶର କୋଟି କୋଟି ଜନସାଧାରଣ ବଲିଉଡ ବିପକ୍ଷରେ ସ୍ୱର ଉତ୍ତୋଳନ କରିଛନ୍ତି।
www.suvbharattimes.in // twitter.com/@suvbharat_times // www.linkedin.com/in/editor.suvbharattimes

ଦେଶବାସୀଙ୍କ ଭାବନାକୁ ଠୋକର ମାରିଥିବା ଶିବସେନା ପରୋକ୍ଷରେ ଗାଦିରୁ ବିଦାୟ ନେବାଭଳି ସମସ୍ୟା ସୃଷ୍ଟି ହୋଇଛି। ମହାରାଷ୍ଟ୍ର ସରକାର ବିରୋଧରେ ଜନ ଆନ୍ଦୋଳନ ବୃଦ୍ଧି ପାଉଛି। ବଲିଉଡ ସିନେମା ଇଣ୍ଡଷ୍ଟ୍ରୀ ସହ ଜଡିତ ପ୍ରତ୍ୟେକ ବ୍ୟକ୍ତି ଜାଣନ୍ତି ସିନେମା ଆୟର ସିଂହଭାଗ ଯାଏ ଡି-କମ୍ପାନୀ ଓ ଶିବସେନା ଦଳକୁ। ମହାରାଷ୍ଟ୍ରର ମୁଖ୍ୟମନ୍ତ୍ରୀଙ୍କ ବଲିଉଡ ଲୋଭ ମୁମ୍ବାଇକୁ କ୍ରାଇମ୍ ସିଟିରେ ପରିଣତ କରିଛି।
www.suvbharattimes.in // twitter.com/@suvbharat_times // www.linkedin.com/in/editor.suvbharattimes

ମେଟ୍ରୋ ସହରବାସୀଙ୍କ ମତ ଏଠାରେ ସରକାର ବଦଳିବା ଦରକାର। ବଲିଉଡ୍ ସିନେମା ନିର୍ମାତା ଓ ଡ୍ରଗ୍ସ ମାଫିଆଙ୍କ ଠାରୁ ବଟି ନେଇ ଦଳକୁ ମଜବୁତ କରିଥିବା ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଗାଦିରୁ ହଟିବା ସମ୍ଭାବନା ଉଜ୍ୱଳ। ମୁଖ୍ୟମନ୍ତ୍ରୀଙ୍କ ବଲିଉଡ ମୋହ ଦଳକୁ ଛାରଖାର କରି ଚାଲିଥିବା ବେଳେ ମହାରାଷ୍ଟ୍ର ରାଜନୀତି ବଡ ପରିବର୍ତନ ଆଡକୁ ମୁହାଁଇଛି। www.suvbharattimes.in // twitter.com/@suvbharat_times // www.linkedin.com/in/editor.suvbharattimes

Leave a Reply

Your email address will not be published. Required fields are marked *