ଜୀବନଚର୍ଯ୍ୟା

ସ୍ମାର୍ଟଫୋନ୍ ପାଇଁ ଆତ୍ମହତ୍ୟା

ଶୁଭ୍ ଭାରତ ଟାଇମ୍ସ, ୧୪/୧୦- ଯୁବପିଢି ସ୍ମାର୍ଟଫୋନ୍‌, ଲ୍ୟାପଟପ୍‌, ଟ୍ୟାବ୍ ବିନା ପାଗଳ ହେଇଯିବେ। କିନ୍ତୁ ମର୍ଡନ ଷ୍ଟଫ୍ ପାଲଟିଥିବା ଏହି ଅତ୍ୟାଧୂନିକ ଯନ୍ତ୍ରାଂଶ ଜୀବନ ନେଇଯାଏ। ଖୁବ୍ କମ୍ ଅଭିଭାବକ ଏବିଷୟରେ ଜାଣିଥାନ୍ତି। ସ୍ମାର୍ଟଫୋନ୍‌, ଲ୍ୟାପଟପ୍ କିମ୍ବା ଟ୍ୟାବ୍ ସ୍କ୍ରିନ୍‌କୁ ଅଧିକ ସମୟ ଚାହିଁଲେ ଅଥବା ବ୍ରାଉଜ୍ କଲେ ସ୍ୱାସ୍ଥ୍ୟ ପାଇଁ ନିଶ୍ଚୟ ହାନୀକାରକ। ଯଦିଓ ଏହାର ବ୍ୟବହାରକାରୀ ନିଜ ଗାଁ ଠାରୁ ଅନ୍ତରିକ୍ଷ ଯାଏଁ ବିଶ୍ୱର କୋଣ ଅନୁକୋଣ ଖବର ଯେକୌଣସି ମୁହୂର୍ତରେ ଜାଣିପାରନ୍ତି। www.suvbharattimes.in // twitter.com/@suvbharat_times // www.linkedin.com/in/suvbharat-times

ଦୀର୍ଘ ସମୟ ଧରି ସ୍ମାର୍ଟଫୋନ୍ ବ୍ୟବହାର କରୁଥିବା ପିଲାମାନେ କମ୍ ବୟସରୁ ମାନସିକ ଚାପରେ ଅସ୍ତବ୍ୟସ୍ତ ହେଉଛନ୍ତି। ଏହି ଗ୍ୟାଜେଟ୍ସ ସ୍ୱାସ୍ଥ୍ୟର ଅବନତି ଘଟାଉଛି। ପିଲାମାନଙ୍କ ମନସ୍ତତ୍ୱ ଆଚାର ବ୍ୟବହାର ଏବଂ ଭାବନାକୁ ପ୍ରଭାବିତ କରୁଛି। ପିଲାମାନେ ଗ୍ୟାଜେଟ୍ସର ସ୍ପିଡ୍ ସହ ସମକକ୍ଷ ହେବାକୁ ଚାହାଁନ୍ତି। ତୀବ୍ର ଗତିରେ ଦୌଡୁଥିବା ଅନୁଭବ କରନ୍ତି। ମାତାପିତାଙ୍କ କଥା ନଶୁଣି ଭୟରେ ମିଛ କୁହନ୍ତି। ସ୍ୱପ୍ନିଳ ଭାବନାରେ ହଜିଯାଇ ମୂଲ୍ୟବାନ ସମୟ ନଷ୍ଟ କରନ୍ତି। ଏହାର କୁ-ପରିଣାମ ଶେଷରେ ତାଙ୍କୁ ନିଜ ରାସ୍ତା ବଦଲାଇବାକୁ ଚେତାବନୀ ଦିଏ। ନିଜ ଇନଟ୍ୟୁସନ୍ ଅନୁସାରେ କେହି ବଦଳିଯାଆନ୍ତି ଆଉ କେହି ସଙ୍ଗଦୋଷରୁ ବିପଥଗାମୀ ହୁଅନ୍ତି। ନୈରାଶଜନକ ପରିସ୍ଥିତିର ବିକଳ୍ପ କାଳେ ଆତ୍ମହତ୍ୟା ବୋଲି ଦିନେ ସ୍ଥିର କରିନିଅନ୍ତି। www.suvbharattimes.in // twitter.com/@suvbharat_times // www.linkedin.com/in/suvbharat-times

କସ୍ମୋପଲିଟାନ ସହରର ଯୁବତୀଯୁବକ ବେଳେବେଳେ ଏଭଳି ଉଦ୍ଭଟ ପଦକ୍ଷେପ ନିଅନ୍ତି। ନ୍ୟାସନାଲ କ୍ରାଇମ ରେକର୍ଡ଼ସ ବ୍ୟୁରୋ ତଥ୍ୟ କହୁଛି ୧୫ ରୁ ୨୯ ବର୍ଷ ବୟସ ମଧ୍ୟରେ ପିଲାମାନଙ୍କ ଠାରେ ସର୍ବାଧିକ ଆତ୍ମହତ୍ୟା ପ୍ରବଣତା ଦେଖାଯାଏ। ଭାରତରେ ପୁରୁଷଙ୍କ ଆତ୍ମହତ୍ୟା ପରିସଂଖ୍ୟାନ ହାର ନାରୀମାନଙ୍କ ଅପେକ୍ଷା ପ୍ରାୟ ୪ଗୁଣ ଅଧିକ। କିନ୍ତୁ ଯୁବପିଢି ଉପରେ କରାଯାଇଥିବା ଗବେଷଣା ତଥ୍ୟ କହୁଛି ଏକ୍ଷେତ୍ରରେ ଆଗରେ ଅଛନ୍ତି ନାବାଳିକା ଓ ଯୁବତୀ। ଯେଉଁ ପିଲାମାନେ ଅଧିକ ସମୟ ସ୍ମାର୍ଟ ଫୋନ ବ୍ୟବହାର କରନ୍ତି ସେମାନଙ୍କ ପ୍ରତି ସତର୍କ ଦୃଷ୍ଟି ଦେବା ଅଭିଭାବକଙ୍କ ଦାୟିତ୍ୱ > www.suvbharattimes.in // twitter.com/@suvbharat_times // www.linkedin.com/in/suvbharat-times

Leave a Reply

Your email address will not be published. Required fields are marked *