ମହାନଗର

ସୋରଣ ସମିତି ସମ୍ପାଦକ ବିଜେଡି ନେତା

ସୋରଣ, ଶୁଭ୍ ଭାରତ ଟାଇମ୍ସ(ସ୍ଵ.ପ୍ର)/୨୬.୧- ବିଭିନ୍ନ କାରଣରୁ ୨୦୧୪ ବିଧାନସଭା ନିର୍ବାଚନରେ ଚିତପଟାଙ୍ଗ ମାରିଥିଲେ ବିଜେଡି ଚିଲିକା ପ୍ରାର୍ଥୀ ରଘୁନାଥ ସାହୁ। ତାଙ୍କ ରାଜନୀତି କଳାକୌଶଳକୁ ପରକ୍ଷିବା ପରେ ଭୋଟର ମୁହଁ ଫେରାଇ ନେଲେ। ଏବେ ନେତାଙ୍କ ମନରେ କ୍ଷମତାକୁ ଫେରିବାର ଆଶା ସୁଦୃଢ ହୋଇଛି। ଏଥିରୁ ଫାଇଦା ଉଠାଇବା ଲାଗି କେତୋଟି ସୁବିଧାବାଦୀ ରଘୁବାବୁଙ୍କ ପାଖରେ ଲାଂଗୁଡ ଜାକି ଛକି ବସିଛନ୍ତି। ଏହି ଖବରରେ ଆପଣମାନଙ୍କୁ ଆଜି ଜଣେ ଏଭଳି ବ୍ୟକ୍ତିଙ୍କ ଫଟୋ ଦେଖାଇବୁ, ଯାହାକୁ ଦେଖି ଆପଣ କହିବେ ଏହି ବ୍ୟକ୍ତି ରଂଗ ଲେଉଟା ଏଣ୍ଡୁଅ ଅଥବା ଦିନରେ ବସନ୍ତ ଆଉ ରାତିରେ ବାସନ୍ତୀ।

ଥରେ ନିରେକ୍ଷି ଦେଖନ୍ତୁ ଏହି ଫଟୋଚିତ୍ରକୁ। ମସ୍ତକରେ ବିଜୁ ଜନତା ଦଳର ଲୋଗୋ ଥିବା ଏକ କ୍ୟାପ୍ ଓ ଗଳାରେ ବିଜେଡି ହାର। ମୁହଁ ଲୁଚାଇ ଜିନ୍ଦାବାଦ କହିବା ଭଙ୍ଗିରେ ହାତ ଉଠାଇ ସେ ରଘୁବାବୁଙ୍କ ଚରଣାଶ୍ରିତ ବୋଲି ପ୍ରମାଣିତ କରିବାକୁ ଚେଷ୍ଟିତ।

ଆଜ୍ଞା ହଁ। ଏହି ମହାଶୟ ଜଣକ ବୋଧେ କେସିସିବି, ଖୋର୍ଦ୍ଧା ଅଧିନସ୍ଥ ବାଲୁଗାଁ ଶାଖା ଦ୍ୱାରା ପରିଚାଳିତ ସୋରଣ ସେବା ସମବାୟ ସମିତି ଲିଃ ର ସମ୍ପାଦକ ପ୍ରମୋଦ କୁମାର ଆଚାର୍ୟ୍ୟ। ଫଟୋରୁ ଯାହା ଲାଗୁଛି ସମ୍ପାଦକ କୌଣସି ସଭାରେ ଯୋଗଦେବାକୁ ଯାଉଛନ୍ତି। ଆପଣଙ୍କ ମନରେ ନିଶ୍ଚୟ ପ୍ରଶ୍ନ ଆସୁଥିବ ଇଏ ଗୋଟେ ସମିତିରେ ନିୟୋଜିତ ହୋଇ ସକ୍ରିୟ ରାଜନୀତି କରିବାକୁ କାହାଠାରୁ ନିର୍ଦ୍ଦେଶ ପାଇଛନ୍ତି ? ଉତର ମଧ୍ୟ ସ୍ପଷ୍ଟ। ଆମ ପାଖରେ ଯାହା ସୂଚନା ଅଛି, ସମ୍ପାଦକ ଆଚାର୍ୟ୍ୟ ଆଗକୁ ପ୍ରାୟ ୪ କୋଟି ଟଙ୍କ।ର ସବସିଡ୍ ଦୁର୍ନୀତି ଘଟଣାରେ ଛନ୍ଦି ହେବାକୁ ଯାଉଛନ୍ତି। ବାଲୁଗାଁ ଶାଖାରୁ ଏସମ୍ପର୍କରେ ଯେତିକି ତଥ୍ୟ ଆମର ହସ୍ତଗତ ହୋଇଛି, ସେଥିରୁ ଜଣାପଡୁଛି ଲୁଚିଛି ନା ଗୋଡ ଦି-ଟା ଦିଶୁଛି।

ସୋରଣ ସମ୍ପାଦକ କାଳେ ଖୋର୍ଦ୍ଧା ମୁଖ୍ୟ ଅଡିଟରଙ୍କୁ ହାତକରି ୨୦୧୪ ରୁ ୨୦୧୭/୧୮ ଅଡିଟ୍ ରିପୋର୍ଟକୁ ହରଣଚାଲ୍ କରିଛନ୍ତି। ଷ୍ଟେଟ୍ କୋ- ଅପରେସନ୍ ସଚିବଙ୍କୁ ମଧ୍ୟ ଏବାବଦରେ ସୁଚନା ଦିଆଯାଇଛି। ଘଟଣାକୁ ନେଇ ସମ୍ପାଦକ ଆଚାର୍ୟ୍ୟକୁ ଏଭଳି କୋକୁଆ ଭୟ ଘାରିଛି ଯେ, ବାବୁ ସାଧାରଣତନ୍ତ୍ର ଦିବସରେ ଅଫିସ୍ ନଆସିବାରୁ ସମିତିର ରାତି ଜଗୁଆଳି ବାଉରୀବନ୍ଧୁ ବାରିକ ସକାଳେ ଏକାକି ଜାତୀୟ ପତାକା ଉତ୍ତୋଳନ ସମେତ ଅପରାହ୍ନରେ ଅବତରଣ କରିଥିଲା। ଏ ସମ୍ପର୍କରେ ସମିତି ପରିଚାଳନା ପରିଷଦ ସଭାପତି ଜୟକୃଷ୍ଣ ବେହେରାଙ୍କ ସମେତ ୨୦ରୁ ଉର୍ଦ୍ଧ ବ୍ୟକ୍ତିଙ୍କ ଦସ୍ତଖତ ସମ୍ବଳିତ ଏକ ଅଭିଯୋଗ ମିଳିବା ପରେ ‘ଜାତୀୟ ପତାକାକୁ ଅବଜ୍ଞା’ ଶିରୋନାମା ଖବର ଶୁଭ୍ ଭାରତ ଟାଇମ୍ସ ସମେତ ଅନ୍ୟାନ୍ୟ ଗଣମାଧ୍ୟମରେ ପ୍ରକାଶ ପାଇଥିଲା।

କରିତକର୍ମା ସମ୍ପାଦକ ନିଜକୁ ଏତେ ପ୍ରଭାବଶାଳୀ ଭାବେ ଗଢି ତୋଳିଛି କି, ଯଦ୍ୱାରା ମାତୃଭୂମି ଓ ଜାତୀୟ ପତାକା ପ୍ରତି ଅବହେଳା କରି ବି ହାଜତ ବାହାରେ ବୁଲୁଛି। ଯାହା ଦେଖି ଲାଗୁଛି ଆମ୍ଭ ନିକଟକୁ ଇ-ମେଲ୍ ଅଭିଯୋଗ ପଠାଇଥିବା ସମିତି ପରିଚାଳନା ପରିଷଦ ସଭାପତି ଜୟକୃଷ୍ଣ ବେହେରା ଓ ଅନ୍ୟାନ୍ୟ ଦସ୍ତଖତକାରୀ ଜଣେ ଜଣେ ଦେଶଦ୍ରୋହୀ କିମ୍ବା ସମ୍ପାଦକ ଅର୍ଜିଥିବା କଳାଧନର ପୃଷ୍ଠପୋଷକ।

ବର୍ତ୍ତମାନ ସୁଦ୍ଧା ଯେତିକି ତଥ୍ୟ ଆମ ପାଖରେ ମହଜୁଦ୍ ଥିଲା ଆମେ ଆପଣଙ୍କୁ ଜଣାଇଦେଲୁ। ଆପଣମାନଙ୍କ ମାଧ୍ୟମରେ ମାନ୍ୟବର ପୂର୍ବତନ ବିଧାୟକ ରଘୁନାଥ ସାହୁଙ୍କୁ ଅନୁରୋଧ କରୁଛୁ କି ଜଣେ ଦେଶଦ୍ରୋହୀକୁ ଆଶ୍ରୟ ଦେଇ ନିଜର ଭାବମୁର୍ତ୍ତୀ ନଷ୍ଟ କରିବା କେତେଦୁର ଠିକ୍ ତାହା ଆପଣ ନିର୍ଣ୍ଣୟ କରନ୍ତୁ।

Leave a Reply

Your email address will not be published. Required fields are marked *