ମହାନଗର

ଏରୋବିକ୍‌ ଶିଖାଇଲେ ଏସ୍‌ପି ସାରା ଶର୍ମା

ଗଜପତି(ବ୍ୟୁରୋ), ଶୁଭ୍ ଭାରତ ଟାଇମ୍ସ, ୧୯.୧୧- ଏରୋବିକ୍‌ ମ୍ୟୁଜିକ୍‌ରେ ଷ୍ଟେପ୍ସ୍ ରଖି ଏକ୍ସରସାଇଜ୍ କରିବାର ମଜା ନିଆରା। ବ୍ୟସ୍ତବହୁଳ ଜୀବନରେ ଆଜିକାଲି ଏକ୍ସରସାଇଜ୍ ମେଣ୍ଟେନ କରିବା କାଠିକର ପାଠ। ହେଲେ ଏକ୍ସରସାଇଜ୍ କରିବା ଆମ ଶରୀର ପକ୍ଷେ ଖୁବ୍ ଉପକାରୀ, ଏ ବିଷୟରେ ସମସ୍ତେ ଜାଣନ୍ତି; କିନ୍ତୁ ଦୃଢ଼ମନା ଗଜପତି ଜିଲ୍ଲାର ଲେଡି ଆଇପିଏସ୍ ସାରା ଶର୍ମା ନିଜେ ଏରୋବିକ୍‌ ମ୍ୟୁଜିକ୍‌ରେ ଷ୍ଟେପ୍ସ୍ କରି ଜିଲ୍ଲାର ଭାଗ୍ୟଶାଳୀଙ୍କୁ ଫିଟ୍ ରହିବାରେ ସହଯୋଗ କରିବା ନିଶ୍ଚିତଭାବରେ ଏକ ଭଲ ଖବର।

ଶିକ୍ଷିତ ବେକାରଙ୍କୁ ନିଯୁକ୍ତି ପାଇଁ ପ୍ରସ୍ତୁତ କରିବା ହେଉ କିମ୍ବା ନାରୀ ସୁରକ୍ଷା ପ୍ରସଙ୍ଗ ଅଥବା ଅକ୍ଷୟଦାନ ପାତ୍ର କାର୍ଯ୍ୟକ୍ରମ, ଏଭଳି ଅନେକ ସମାଜ କଲ୍ୟାଣ କାର୍ଯ୍ୟରେ ଯୋଗଦାନ ପାଇଁ ସବୁବେଳେ ଚର୍ଚ୍ଚାରେ ରହିଛନ୍ତି ଗଜପତି ଏସପି ସାରା ଶର୍ମା। ଏହି ଲେଡି ଆଇପିଏସ୍ ଆଜି ତାଙ୍କ ପବ୍ଲିସିଟି ଲିଷ୍ଟରେ ଆଉ ଏକ ଅଧ୍ୟାୟ ଯୋଡିଛନ୍ତି। ଲକ୍ଷ୍ୟ ଥିଲା ଜିଲ୍ଲା ପୁଲିସ୍ ଫିଟଫାଟ୍ ରୁହନ୍ତୁ, ସେଥିପାଇଁ ଉତ୍ସାହିତ କରିବା।

SUPERINTENDENT OF POLICE, GAJAPATI SARA SHARMA TURNS AEROBICS INSTRUCTOR FOR COPS IN FITNESS CAMP. VIDEO COURTESY- ODISHA REPORTER

ମଙ୍ଗଳବାର ପାରଳାଖେମୁଣ୍ଡି ସ୍ଥିତ ଗଜପତି ଷ୍ଟାଡିୟମରେ ସାରା ନିଜେ ପେଣ୍ଡାଲ୍ ଉପରେ ଏରୋବିକ୍‌ ମ୍ୟୁଜିକ୍‌ ଫଲୋ କରି ଷ୍ଟେପ୍ସ୍ ଶିଖାଇଥିଲେ। ଏହି କାର୍ଯ୍ୟକ୍ରମରେ ଶତାଧିକ ଅଂଶଗ୍ରହଣକାରୀ ସାରାଙ୍କୁ ଅନୁକରଣ କରିଥିଲେ। ଫିଟ୍ ରହିବା ପାଇଁ ଏକ୍ସରସାଇଜ୍ କେତେ ଜରୁରୀ, ଏହାକୁ ଫୋକସରେ ରଖିବା ଥିଲା ସାରାଙ୍କ ଲକ୍ଷ୍ୟ। ଏଥିପାଇଁ ସେ ଏରୋବିକ୍ସ୍ ମ୍ୟୁଜିକରେ ବିଭିନ୍ନ ଏକ୍ସରସାଇଜ୍ କରିଥିଲେ। ଏହି କାର୍ଯ୍ୟକ୍ରମରେ ଗଜପତି ପୁଲିସ୍ ଜିଲ୍ଲାର ଶତାଧିକ କର୍ମଚାରୀ ସାମିଲ ହୋଇଥିଲେ। ଜିଲ୍ଲାବାସୀ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବାକୁ ଏଭଳି ପଦକ୍ଷେପ ନିଆଯାଇଛି ଏବଂ ପ୍ରତି ସପ୍ତାହରେ ଏଭଳି କାର୍ଯ୍ୟକ୍ରମ କରିବାକୁ ଯୋଜନା ଚାଲିଛି ବୋଲି ସେ ସୂଚନା ଦେଇଥିଲେ। କିନ୍ତୁ ଲୋକସଂଖ୍ୟା ବୃଦ୍ଧି ପାଇଲେ ଏଥିରେ ଯୋଗ, ବ୍ୟାୟାମ, ଟ୍ରାକିଂକୁ ମଧ୍ୟ ସାମିଲ କରାଯିବ ବୋଲି ସାରା ସ୍ପଷ୍ଟ କରିଥିବା କୁହାଯାଉଛି।

Leave a Reply

Your email address will not be published. Required fields are marked *