ଧର୍ମ

ହୃଦୟପୀଠରେ ଶ୍ରୀବୈଦ୍ୟନାଥ

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ଭଗବାନ ମୃତ୍ୟୁଞ୍ଜୟ ଶ୍ରୀବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ନାମରେ ଝାଡଖଣ୍ଡ ଦେଓଘର ପୀଠରେ ବିରାଜମାନ। ଏହି କ୍ଷେତ୍ର ବୈଦ୍ୟନାଥ ଧାମ ବୋଲି ମଧ୍ୟ ପରିଚିତ। ହିନ୍ଦୁମାନଙ୍କ ବିଶ୍ୱାସ ଆଧାରରେ କୁହାଯିବ କି ଏହି ପୀଠରେ ମହାବଳୀ ଦଶାନନ ରାବଣ ମହାଦେବଙ୍କୁ ପ୍ରଶନ୍ନ କରିବା ଲାଗି କଠୋର ତପସ୍ୟା କରିବା ସହ ନିଜର ନଅଟି ମସ୍ତକ ଗଣ୍ଡିରୁ ଅଲଗା କରି ମହାଦେବଙ୍କ ଉଦ୍ଦେଶ୍ୟରେ ବଳି ଚଢାଇଥିଲେ। ଏଥିରେ ବ୍ୟଥିତ ମହାଦେବ ଜଣେ ଚିକିତ୍ସକ ଭାବେ ରାବଣଙ୍କୁ ଆରୋଗ୍ୟ କରିଥିଲେ। ଦେବାଧିଦେବ ମହାଦେବଙ୍କ ବୈଦ୍ୟରାଜ ସ୍ୱରୂପକୁ ନେଇ ପୀଠାଧିଶଙ୍କ ନାମ ଶ୍ରୀବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ ବୋଲି ଲୋକମାନେ ବିଶ୍ୱାସ କରନ୍ତି।

ବୈଦ୍ୟନାଥ ଧାମ ଏକ ଶକ୍ତିପୀଠ ଭାବେ ମଧ୍ୟ ପ୍ରସିଦ୍ଧ। ପୈାରାଣିକ ବର୍ଣ୍ଣନା ଅନୁସାରେ ମାତା ସତୀ ମହାଦେବଙ୍କ ଉଦ୍ଦେଶ୍ୟରେ ଦକ୍ଷ ପ୍ରଜାପତିଙ୍କ ଅପମାନଜନକ ଶବ୍ଦ ସହ୍ୟ ନକରି ଯଜ୍ଞକୁଣ୍ଡରେ ଧାସ ଦେଇଥିଲେ। ନାରଦ ମୁନିଙ୍କ ଠାରୁ ଏହି ଅଶୁଭ ସମାଚାର ମିଳିବା ପରେ ମହାଦେବଙ୍କ ପ୍ରଚଣ୍ଡ କ୍ରୋଧ ତାଙ୍କୁ ରୁଦ୍ର ଅବତାରରେ ଅବତୀର୍ଣ୍ଣ କରାଇଲେ। ଏହି ସ୍ୱରୂପ ଏତେ ଭୟଙ୍କର ଥିଲେ ଯେ, ଯାହା କଳ୍ପନା କରିବାକୁ ସପ୍ତର୍ଶୀ ଅସମର୍ଥ। ଶେଷରେ ମହାଦେବଙ୍କୁ କୋପ ରହିତ କରିବା ଲାଗି ଭଗବାନ ବିଷ୍ଣୁ ଉପାୟ ପାଂଚିଲେ ଏବଂ ଚକ୍ର ଦ୍ୱାରା ମାତା ସତୀଙ୍କ ଶରୀରକୁ ୫୨ ଖଣ୍ଡ କରିଦେଇଥିଲେ। ମାତାଙ୍କ ଶରୀରର ଛିନ୍ନାଂଶ ଯେଉଁସବୁ ସ୍ଥାନରେ ବିଛାଡି ହୋଇ ପଡିଥିଲା ସେମଧ୍ୟରୁ ଦେଓଘର ଅନ୍ୟତମ।

ଏଠାରେ ମାତା ସତୀଙ୍କର ହୃତପିଣ୍ଡ ପଡିଥିଲା ବୋଲି ବିଶ୍ୱାସ ରହିଥିବାରୁ ପୀଠର ଅନ୍ୟନାମ ହୃଦୟପୀଠ ଭାବେ ମଧ୍ୟ ପରିଚିତ। ପୁଣି କେତେକ ଭକ୍ତ ଦାବି କରୁଛନ୍ତି କି ମହାରାଷ୍ଟ୍ର ପାର୍ଲି ଠାରେ ଥିବା ମହାଲିଙ୍ଗ ହେଉଛନ୍ତି ଶ୍ରୀବୈଦ୍ୟନାଥ ଜ୍ୟୋତିର୍ଲିଙ୍ଗ। କଥାରେ ଅଛି ବିଶ୍ୱାସ ମୂଳେ ଭଗବାନ। ତେଣୁ ଯିଏ ତାଙ୍କୁ ଯେଉଁଠି ଖୋଜିବେ ସେହି ସ୍ଥାନ ପ୍ଳାବନ ଶୈବ କ୍ଷେତ୍ର ଭାବରେ ପରିଚୟ ବହନ କରିବ।

Leave a Reply

Your email address will not be published. Required fields are marked *