ମହାନଗର

ଟାଙ୍ଗରାଣୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

ଟାଙ୍ଗରାଣୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ > କେନ୍ଦୁଝର (ବ୍ୟୁରୋ), ଶୁଭ୍ ଭାରତ ଟାଇମ୍ସ, ୧୦/୦୧- ସାମାଜିକ ବ୍ୟବସ୍ଥାରେ ଛାତ୍ରଛାତ୍ରୀଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ଶିକ୍ଷାଲାଭ ପରେ ସମାଜରେ ବିଭିନ୍ନ କ୍ଷେତ୍ରରେ ପ୍ରତିଷ୍ଠା ଲାଭକରି ଉଦାହରଣ ସୃଷ୍ଟି କରନ୍ତି। ସାମଗ୍ରିକ ବିକାଶକୁ ଦୃଷ୍ଟିରେ ରଖି ଶିଶୁଶିକ୍ଷା ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଉଥିଲେ ମଧ୍ୟ ସମଗ୍ର ବ୍ୟବସ୍ଥା ଲକ୍ଷପଥ ଛୁଇଁପାରିନି। ଏ ଦୃଷ୍ଟିରୁ ଶିଶୁର ମାନସିକ ଓ ବୌଦ୍ଧିକ ବିକାଶ ଜରୁରୀ ବୋଲି କହିଛନ୍ତି ଏବିଡିଓ ଭାଗବତ ନାୟକ। କେନ୍ଦୁଝର ସଦର ବ୍ଲକ୍ ରାଇକଳା ପଞ୍ଚାୟତ ଅନ୍ତର୍ଗତ ଟାଙ୍ଗରାଣୀ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟର ବାର୍ଷିକ ଉତ୍ସବରେ ମୁଖ୍ୟଅତିଥି ଭାବେ ଯୋଗଦେଇ ଶ୍ରୀ ନାୟକ ବିବୃତ୍ତି ରଖିଥିଲେ ଅଧିକ ଖବର ପାଇଁ ଲଗଅନ୍ କରନ୍ତୁ > www.suvbharattimes.in FollowUs: twitter.com/@Suvbharat_Times

୨୦୧୯-୨୦ ଶିକ୍ଷାବର୍ଷରେ କୁମାରୀ ମୋନାଲିସା ଦାସଙ୍କୁ ବିଦ୍ୟାଳୟର ସର୍ବଗୁଣ ସମ୍ପର୍ଣ୍ଣା ଛାତ୍ରୀ (ବେଷ୍ଟ ଷ୍ଟୁଡେଣ୍ଟ) ଭାବେ ପୁରସ୍କୃତ କରାଯାଇଥିଲା। ଟାଙ୍ଗରାଣୀ ଉନ୍ନୀତ ଉଚ୍ଚପ୍ରାଥମିକ ବିଦ୍ୟାଳୟ ପ୍ରଧାନଶିକ୍ଷକ ହିରଣ୍ୟ ଚନ୍ଦ୍ର ସିଂହଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ବାର୍ଷିକ ଉତ୍ସବରେ ଯୋଗ ଦେଇଥିବା ଅତିଥି ଗହଣରେ କବି ଦେବାଶିଷ ଚକ୍ରବର୍ତ୍ତୀଙ୍କ ସମେତ ଆଡଭୋକେଟ୍ ସନ୍ତୋଷ ବ୍ରହ୍ମ, ଶ୍ରୀନିବାସ ବ୍ରହ୍ମ, ସମାଜସେବୀ ହାଫିଜ୍ ରହମାନ୍‌, କାଫିଲ୍ ଅନସାରୀ ହେଲାଲ୍ ଅହମ୍ମଦ ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତି ମଣିକର ପାତ୍ର ପ୍ରମୁଖ ବିଶିଷ୍ଟ ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ।

କାର୍ଯ୍ୟକ୍ରମ ପରିପ୍ରେକ୍ଷୀରେ ଶିକ୍ଷକ ମହେନ୍ଦ୍ର ଗୁଇଁ, ବିଦ୍ୟାଧର ସାହୁ, ଶୋଭନ୍ ପ୍ରଦୀପ ଦାସ, ଶିକ୍ଷୟତ୍ରୀ ମମତା କୁମାରୀ ଦେଇ, ଶୁଭଲକ୍ଷ୍ମୀ ସାହୁ, ଶରତଚନ୍ଦ୍ର ଦେହୁରୀ, ପ୍ରଦୀପ ପାତ୍ର, ବାସନ୍ତୀ ନାୟକ ପ୍ରମୁଖ ୫ ଘଣ୍ଟା ଧରି ଚାଲିଥିବା ଉତ୍ସବକୁ ସୂଚାରୁରୂପେ ପରିଚାଳନା କରିଥିଲେ। ଏତଦବ୍ୟତୀତ ଜର୍ମାନ ଦେଉଗାମଙ୍କ ସମେତ ବିଦ୍ୟାଳୟ ପରିଚାଳନା କମିଟି ସଦସ୍ୟ ଲକ୍ଷ୍ମଣ ପାତ୍ର, ସୁଲୋଚନା ପାତ୍ର, ଲକ୍ଷ୍ମୀପ୍ରିୟା ନାୟକ, ଗୀତାଞ୍ଜଳୀ ପାତ୍ର ସହଯୋଗ କରିଥିଲେ। ଏହି ଅବସରରେ ଶିକ୍ଷକ ବିଦ୍ୟାଧର ସାହୁଙ୍କ ରଚିତ “ଭାଗ୍ୟରେ ଲେଖା ମୋ’ କପାଳ ରେଖା” ଶୀର୍ଷକ ନାଟକ ମାଧ୍ୟମରେ ଛାତ୍ରଛାତ୍ରୀମାନେ ପ୍ରତିଭା ପ୍ରଦର୍ଶନ କରିଥିବା ସୂଚନା ଦିଆଯାଇଥିଲା > FollowUs: twitter.com/@Suvbharat_Times

One Reply to “ଟାଙ୍ଗରାଣୀ ବିଦ୍ୟାଳୟରେ ବାର୍ଷିକ ଉତ୍ସବ

Leave a Reply

Your email address will not be published. Required fields are marked *