ଜାତୀୟ

ଟ୍ରାଫିକ ପୁଲିସ୍ ଦୁର୍ବ୍ୟବହାରରେ ଇଞ୍ଜିନିୟର ମୃତ

ଗାଜିଆବାଦ, ୧o.o୯- ଟ୍ରାଫିକ୍ ପୁଲିସ୍ ଦୁର୍ବ୍ୟବହାରରେ ସଫ୍ଟଓ୍ୱୟାର ଇଞ୍ଜିନିୟରଙ୍କ ହୃଦଘାତରେ ମୃତ୍ୟୁ ଘଟିଥିବା ଶୁଣିବାକୁ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ। ନୋଏଡ ସ୍ଥିତ ସେକ୍ଟର ୫୮ ପୁଲିସ ଷ୍ଟେସନରେ ଏଭଳି ଅଭିଯୋଗ କରିଛନ୍ତି ମୃତ ଇଞ୍ଜିନିୟରଙ୍କ ପିତା। ନୋଏଡ଼ା ପୁଲିସ ପ୍ରତିକ୍ରିୟାରେ କହିଛି ଯେ ମୃତକ ଜଣଙ୍କ ହୃଦଘାତର ଶିକାର ହୋଇଥିଲେ ମଧ୍ୟ ପୂର୍ବରୁ ମଧୁମେହ ରୋଗରେ ଆକ୍ରାନ୍ତ ଥିଲେ।

ଗାଜିଆବାଦ ଜିଲ୍ଲା ସିଆଇଏସଏଫ ନିକଟରେ ଟ୍ରାଫିକ୍ ପୁଲିସ ମୃତକଙ୍କ କାର୍‌କୁ ଅଟକାଇଥିଲା। ଗୌତମ ବୁଦ୍ଧ ନଗର ଏସଆଇ ବୈଭବ କୃଷ୍ଣ ଏକଥା  ସ୍ୱୀକାର କରିବା ସହ ଘଟଣାର ତଦନ୍ତ ପାଇଁ ଗାଜିଆବାଦ ପୁଲିସକୁ ସୂଚନା ଦିଆଯାଇଥିବା ସେ ଜଣାଇଛନ୍ତି।

ମୃତକଙ୍କ ୬୫ ବର୍ଷୀୟ ପିତା ଅଭିଯୋଗ କରିଛନ୍ତି ଯେ ରବିବାର ତାଙ୍କ ପୁଅ ଓ ସ୍ତ୍ରୀଙ୍କ ସହ ସେ କାର୍‌ରେ ଯାଉଥିଲେ। ଗାଜିଆବାଦ ସିଆଇଏସଏଫ ନିକଟରେ ଟ୍ରାଫିକ୍ ପୁଲିସ ତାଙ୍କ ପୁଅଙ୍କୁ ଅଟକାଇ ପଚରା ଉଚରା କରିବା ପାଇଁ ନେଇଥିଲା। ଏହି ସମୟରେ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ଏପରିକି ଟ୍ରାଫିକ ପୁଲିସ ତାଙ୍କ ପୁଅକୁ ଅଟକାଇବା ବେଳେ ଦୁର୍ବ୍ୟବହାର ଦେଖାଇଥିଲା ବୋଲି ସେ କହିଛନ୍ତି। ଏହାପରେ ତାଙ୍କ ପୁଅ ହୃଦଘାତର ଶିକାର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି ବୋଲି ମୃତ ଇଞ୍ଜିନିୟରଙ୍କ ପିତା ଦାବି କରୁଛନ୍ତି।

File Photo

ଏହାକୁ ନେଇ ସେ ନୋଏଡର ସେକ୍ଟର ୫୮ ପୁଲିସ ଷ୍ଟେସନରେ ମୃତକଙ୍କ ବାପା କହିଛନ୍ତି ଯେ ଟ୍ରାଫିକ ପୁଲିସ ଟ୍ରାଫିକ୍ ପୁଲିସର ଉଗ୍ର ବ୍ୟବହାରରେ ଅତିଷ୍ଠ ହୋଇ ତାଙ୍କ ପୁଅ ହୃଦଘାତର ଶିକାର ହୋଇଥିଲେ। ତେବେ ସେ ମଧୁମେହ ରୋଗରେ ପୀଡ଼ିତ ଥିଲେ ସୁଦ୍ଧା ଖୁବ୍ ସତର୍କତା ଅବଲମ୍ବନ କରୁଥିଲେ। ଏଭଳି ଘଟଣା ପରେ ଏବେ ୫ ବର୍ଷୀୟ ନାତିଙ୍କ ଭବିଷ୍ୟତ ନେଇ ସେ ଖୁବ୍ ଚିନ୍ତିତ ବୋଲି ନୋଏଡା ପୁଲିସ ଷ୍ଟେସନରେ ପ୍ରତିକ୍ରିୟା ରଖିଥିଲେ ବୋଲି ସୂତ୍ରରୁ ପ୍ରକାଶ। (ସୋର୍ସ୍)

One Reply to “ଟ୍ରାଫିକ ପୁଲିସ୍ ଦୁର୍ବ୍ୟବହାରରେ ଇଞ୍ଜିନିୟର ମୃତ

  1. Thanx for the effort, keep up the good work Great work, I am going to start a small Blog Engine course work using your site I hope you enjoy blogging with the popular BlogEngine.net.Thethoughts you express are really awesome. Hope you will right some more posts.

Leave a Reply

Your email address will not be published. Required fields are marked *