ମହାନଗର

ଷଣ୍ଢ ଚିରୁଛି ପୋଷ୍ଟର

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ, ୧୩/୦୪- ଶେଷରେ ଗାଈଗୋରୁ ଜଣାଇଲେଣି କି ନେଳି ପୋଷ୍ଟର ଅସହ୍ୟ ହେଲାଣି। ବିଶ୍ୱର ପ୍ରଖ୍ୟାତ ସୋସିଆଲ ମିଡିଆ ଫେସବୁକରେ ପୋଷ୍ଟ ହୋଇଥିବା ୩୩ ସେକେଣ୍ଡର ଏକ ଭିଡିଓ କ୍ଳିପ୍ ଏଭଳି ଗୁଜବ ସୃଷ୍ଟି କରିଛି। ଖବର ସହ ଯୋଡି ହୋଇଥିବା ଭିଡିଓ କ୍ଲିପ୍ ପ୍ଳେ କରି ଟିକେ ଦେଖିନେବେ। ଏହି ଭିଡିଓ ଅସଲରେ ଗୋଟିଏ ସତ୍ୟ ଘଟଣାର ପର୍ଦ୍ଦାଫାସ୍ କରିଛି।

ରାଜ୍ୟ ବିଜୁ ଜନତା ଦଳ ସଂକ୍ରାନ୍ତରେ ଆପଣ ଅନେକ କିଛି ଜାଣିଛନ୍ତି। କିନ୍ତୁ ଏମିତି କିଛି ଦୃଶ୍ୟ ସାମ୍ନାକୁ ଆସୁଛି, ତାହାର ଗମ୍ଭୀରତା ଅନୁଭବ ନକଲେ ବାସ୍ତବରେ କେତେକଙ୍କ ପାଇଁ କିଛି ଅଧୂରା ରହିଗଲା ପରି ମନେ ହେବ। ଆପଣ ଦେଖୁଛନ୍ତି, ଓଡିଶାରେ ଲଗାତାର ୪ ଥର କ୍ଷମତାକୁ ଆସିଥିବା ବିଜେଡି ପଛରେ ବାସ୍ତବରେ ଏକ ଅଦୃଶ୍ୟ ଶକ୍ତି ଛପି ରହିଛି। ରାଜ୍ୟ କଂଗ୍ରେସ ଦଳ ଯାହା ଅଭିଯୋଗ କରୁଛି, ସେଥିରେ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ସ୍ୱର ମିଳାଉଛନ୍ତି। ମୁଖ୍ୟ ପ୍ରତିଦ୍ୱନ୍ଦୀ ଭାଜପା ଯାହା ଅଭିଯୋଗ କରୁଛି କିମ୍ବା କହିପାରନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କିମ୍ବା ଡଃ. ଲେଖାଶ୍ରୀ ସାମନ୍ତସିଂହାର କିମ୍ବା ବ୍ରହ୍ମପୁର ଲୋକସଭା ପ୍ରାର୍ଥୀ ଆଡଭୋକେଟ ପିତାମ୍ବର ଆଚାର୍ଯ୍ୟ ଯାହା ଅଭିଯୋଗ ଆଣୁଛନ୍ତି, ସେଥିରେ ମୋହର ମାରୁଛନ୍ତି ପିଏମ୍ ନରେନ୍ଦ୍ର ମୋଦି। ତଥାପି ନବୀନଙ୍କୁ ଗାଦିରୁ ହଟାଇବା ସହଜ ହେଉନି।

ନବୀନଙ୍କ ସହ ଶତ୍ରୁତା କରି ବିରୋଧିଙ୍କ ପାଟିରେ ଶିଉଳି ଚଢି ଗଲାଣି, ଫଳାଫଳ ନବୀନଙ୍କ ସପକ୍ଷରେ ଯାଉଛି। କହିଲେ ଦେଖି, କୌଣସି ଅଦୃଶ୍ୟ ଅଲୌକିକ ଶକ୍ତିର ପ୍ରଭାବ ବିନା କଣ୍ଠାଗତ କଳଙ୍କ ଧରି ୧୯ ବର୍ଷ ହେଲା ଗାଦିରେ ରହିବା କଣ ଏତେ ସହଜ ! କଥାରେ ଅଛି ଗୁଣି ଗାରେଡି କରି କିଛି ହାସଲ କଲେ ୧୨ ବର୍ଷ ଉପଭୋଗ କରିବା। ୧୩ ବର୍ଷ ଠାରୁ ତା’ର ପାଲଟା ପ୍ରତିକ୍ରିୟା ଗୁଣି କରିଥିବା ବ୍ୟକ୍ତିକୁ ଭୋଗ କାରିବାକୁ ପଡିବ। ଏହି ରହସ୍ୟମୟ ଶକ୍ତିର ପରାକାଷ୍ଠା କେତେ ଭୟାନକ, ହୁଏତ ଏହି ଭିଡିଓ କ୍ଳିପ୍ ଆପଣଙ୍କୁ ଉପଲବଧି ଦେଇପାରେ।

ବର୍ଷ ତମାମ୍ ବିରୋଧୀଙ୍କ ହୋହଲ୍ଲା ସତ୍ୱେ ବିଜୁ ଜନତା ଦଳ ସରକାର ଉପରେ କାଣିଚାଏ ବି ଅସର ପଡିନି। ୧୨ ଡେଇଁ ଦଳକୁ ୨୪ ପୁରିବାକୁ ମାତ୍ର ୫ଟି ବର୍ଷ ବାକିଅଛି। ଏଥର ବିଧାନସଭା ଦଖଲ କଲେ ଅବଧି ଶେଷରେ ବିଜେଡିକୁ ୨୪ ଛୁଇଁବ। ବିରୋଧୀ ଏହାର କୂଳକିନାରା ପାଇନଥିବା ବେଳେ ଏହାକୁ କିଭଳି ମାତ୍ ଦେଇହେବ, ସେ ସଂପର୍କରେଏହି ଭିଡିଓ କ୍ଳିପ୍ ହୁଏତ ଆପଣଙ୍କୁ ସାମାନ୍ୟ ଆଶ୍ୱସ୍ତି ଦେବ।

ଆମେ କିଛି ଆରମ୍ଭ କରିବା ପୂର୍ବରୁ ଭିଡିଓର ଦର୍ଶକ କମେଣ୍ଟ ବକ୍ସରେ ସେମାନଙ୍କ ମତାମତ ଲେଖି ସାରିଥିଲେ। ସେମାନେ କହୁଛନ୍ତି କି, ବିରୋଧୀଙ୍କୁ ଧର୍ମସଂକଟରୁ ମୁକ୍ତି ଦେବା ଲାଗି ଭଗବାନ ଭୋଳାଶଙ୍କର, ବାହାନ ନନ୍ଦିଙ୍କୁ ଓଡିଶା ପଠାଇଛନ୍ତି। ନନ୍ଦି ମହାଶୟ ଛକ ବଜାରରେ ବୁଲି ବିରୋଧୀଙ୍କୁ ସାହାସ ଦେଲା ଭଳି କାର୍ଯ୍ୟରେ ଲିପ୍ତ ରହୁଛନ୍ତି।

ଲୋକେ କହୁଛନ୍ତି, ଷଣ୍ଢ ମଧ୍ୟ ନବୀନ ସରକାରର ଦୁର୍ନୀତିକୁ ବିରୋଧ କରୁଛି। ଛକ ବଜାରରେ ଯେଉଁଠି ବିଜୁ ଯୁବ ବାହିନୀର ମାର୍ଗଦର୍ଶକ ଅରୁପ ପଟ୍ଟନାୟକଙ୍କ ପୋଷ୍ଟର ଦେଖୁଛି, ସେଗୁଡିକୁ କାନ୍ଥରୁ ଉଖାଡି ଚଳୁ କରୁଛି। କଥା କହି ପାରୁନଥିବା ଜୀବ’ ପରୋକ୍ଷରେ ସମାଜକୁ କଳୁଷିତ କରୁଥିବା ନେତାଙ୍କୁ ଅଭିଯୋଗ କରୁଛି କି, ଆରେ ବେବକୁଫ୍ ମଇଦା ଅଠା ପ୍ରସ୍ତୁତିରେ ବି ଦୁର୍ନୀତି କଲ !

Leave a Reply

Your email address will not be published. Required fields are marked *