ବିଜ୍ଞାନ

ଟାଇଟାନ୍ ଓ ଏନସାଲାଡସ୍

ଆଦିତ୍ୟ ବିକ୍ରମ ପଟ୍ଟନାୟକ, ମିଡିଆ ସପୋର୍ଟ୍- ଶୁଭ୍ ଭାରତ ଟାଇମ୍ସ- କଶିନିରେ ଲାଗିଥିବା ୟୁରୋପିଆନ୍ ହାଇଗେନ୍ସକୁ ୨୫ ଡିସେମ୍ବର ୨୦୦୪ରେ କଶିନିରୁ ଛଡାଯାଇଥିଲା। ଏହାର ୧ ବର୍ଷ ୨୦ ମାସ ପରେ ଅର୍ଥାତ ଜାନୁଆରୀ ୧୪, ୨୦୦୫ରେ କଶିନିର ୟୁରୋପିଆନ୍ ହାଇଗେନ୍ସ ଟାଇଟାନର ସ୍ଥଳରେ ପହଂଚିଥିଲା। ବୈଜ୍ଞାନିକମାନେ ଚିନ୍ତାରେ ଥିଲେକି ଏହି ୟୁରୋପିଆନ୍ ହାଇଗେନ୍ସ ଟାଇଟାନ୍ କେଉଁ ସ୍ଥାନରେ ଅବତରଣ କରିବ। କାରଣ ସେମାନେ କେବେ ବି ଟାଇଟାନ’ର ସ୍ଥଳକୁ ଦେଖିନଥିଲେ।

ୟୁରୋପିଆନ୍ ହାଇଗେନ୍ସ ଟାଇଟାନର ଆଟମୋସପିଅରେ ପହଂଚିବା ବେଳକୁ ଜଣାପଡିଲା ଯେ ଟାଇଟାନ୍ ଆଟମୋସପିଅରେ ଅମ୍ଳଜାନ ନାହିଁ। ସେଠାରେ କେବଳ ନାଇଟ୍ରୋଜେନ୍ ଅଛି। ଟାଇଟାନର ଫଟୋ ଉଠାଇବା ବେଳକୁ ସେଥିରେ କିଛ ଜଳ ଭଳି ପଦାର୍ଥ ଥିବା ଭଳି ବାରି ହେଉଥିଲା।

କିନ୍ତୁ ହାଇଗେନ୍ସ ଦ୍ୱାରା ଛଡା ଯାଇଥିବା ସୂଚନା ଦ୍ୱାରା ଜଣାପଡିଥିଲା ଯେ ସେସବୁ ଗୁଡିକ ଟାଇଟାନର ଥଣ୍ଡା ତାପମାତ୍ରା ଯୋଗୁଁ ଜମି ଯାଇଥିବା ଲୁଣା ସାଗର। ଯାହାର ତାପମାତ୍ରା ବଦଳାଇ ପାଣିରେ ପରିଣତ କରିବା ଅସମ୍ଭବ ଥିଲା।

ବୈଜ୍ଞାନିକମାନେ ଭାବିଥିଲେ କି ହାଇଗେନ୍ସ କେବଳ ୩ ମିନିଟ ପାଇଁ ତଥ୍ୟ ଛାଡିପାରିବ। କିନ୍ତୁ ଈଶ୍ୱରଙ୍କ ଦୟାରୁ ୭୪ ମିନିଟ ପର୍ଯ୍ୟନ୍ତ ସେଥିରୁ ତଥ୍ୟ ଆସୁଥିଲା। ତାପରେ କଶିନି ଷଷ୍ଠ ବୃହାତାକାର ଚନ୍ଦ୍ର ଅର୍ଥାତ ଏନସାଲାଡସ୍ ପାଖକୁ ଯାଇଥିଲା।

କଶିନି ସୂଚନା ଦେଲା ଯେ ଏନସାଲାଡସର ସାଉଥ୍ ପୋଲ୍’ରୁ କିଛି ଆଲୋକ ବାହାରୁଥିଲା। ତାହା ଉପରେ ଆହୁରି ଅଧିକ ଗବେଷଣା କରିବାରୁ ଜଣାପଡିଥିଲା ଯେ ସେଗୁଡିକ ଜଳ, ଯାହା ଗ୍ୟାସ ରୂପରେ ବାହାରୁଛି। ସେଥିପାଇଁ ତାହା ନାମ ଆକ୍ଟିଭ୍ ଜେଟ୍ସ ଦିଆଗଲା।

ଏଥିରୁ ଜଣାପଡିଲା ଯେ ଏନସାଲାଡସ୍’ର ଜଳ ବରଫ ଥିଲେ ବି ଟାଇଟାନର ଜଳ ପରି ଲୁଣିଆ ନଥିଲା ଓ ଏନସାଲାଡସ୍’ର ତାପମାତ୍ରା ବଦଳାଇ ତାହାକୁ ଜଳ କରିହେବ। ହେଲେ ଏନସାଲାଡସ୍ ହିଁ ସମ୍ପୁର୍ଣ୍ଣ ବରଫାବୃତ ଥିଲା। ଯଦି ବୈଜ୍ଞାନିକ ବୃନ୍ଦ ତାହାର ତାପମାତ୍ରା ବଦଳାଇ ସଲିଡ୍ ଫର୍ମ ଜଳକୁ ଲିକ୍ୟୁଇଡ୍ ଫର୍ମରେ ବଦଳାଇବେ ତାହାଲେ ଏନସାଲାଡସ୍ ସମ୍ପୁର୍ଣ୍ଣ ଜଳମଗ୍ନ ହୋଇଯିବ। ତେଣୁ ଏଠାରେ ବି ଜୀବନ ସମ୍ଭବ ନୁହେଁ।
ଷ୍ଟାଣ୍ଡାର୍ଡ- ୮, ବି.ଜେ.ଇ.ଏମ୍ ସ୍କୁଲ୍-୨, ଭୁବନେଶ୍ୱର

Leave a Reply

Your email address will not be published. Required fields are marked *