ଆନ୍ତର୍ଜାତୀୟ

ଟଏଲେଟ ପେପର ଓ ପାକିସ୍ତାନ ଝଣ୍ଡା

ଶୁଭ୍ ଭାରତ ଟାଇମ୍ସ, ୧୭/୨(ବ୍ୟୁରୋ)- ବିଶ୍ୱର ପ୍ରତିଷ୍ଠିତ ସର୍ଚ୍ଚ ଇଞ୍ଜିନ ଗୁଗୁଲ ରେ ଆସୁଛି ଅଦ୍ଭୁତ ଚିତ୍ର। ଦୁନିଆର ସବୁଠାରୁ ଭଲ ଟଏଲେଟ୍ ପେପର ପାଇଁ ଗୁଗୁଲ ସର୍ଚ୍ଚ କଲେ ଦେଖିବାକୁ ମିଳୁଛି ପାକିସ୍ତାନ ଝଣ୍ଡା। ପୁଲଓାମା ଆତଙ୍କୀ ହମଲା ପରେ ସାରା ଦେଶ ରାଗରେ ଜର୍ଜରିତ। ଏହା ମଧ୍ୟରେ ମାଇକ୍ରୋ ବ୍ଳଗିଙ୍ଗ୍ ସାଇଟ ଟୁଇଟର ରେ #besttoiletpaperintheworld ହୋଷ୍ଟିଂ ଟ୍ରେଡ୍ ଚାଲିଛି। ଅସଲ କଥା ହେଲା ଗୁଗୁଲ ରେ ଦୁନିଆର ସବୁଠାରୁ ଭଲ ଟଏଲେଟ ପେପର ସର୍ଚ୍ଚ କରିବା ପରେ ପାକିସ୍ତାନ ଝଣ୍ଡା ରେଜଲ୍ଟରେ ସୋ କରୁଛି।

ମନେରଖିବା ଉଚିତ, ଜୈସ୍-ଏ-ମୋହମ୍ମଦ ଆତଙ୍କି ସଙ୍ଗଠନ ପୁଲଓାମା ଆତଙ୍କୀ ହମଲାର ଜିମ୍ମେଦାର ବୋଲି ଦାବି କରୁଛି। ଏହି ଆତଙ୍କି ସଙ୍ଗଠନ ମୁଖ୍ୟ ମସୁଦ୍ ଅଜହର ପାକିସ୍ତାନରେ ରୁହେ। ଲାହୋର ଓ କରାଚିରେ ହମଲାର ବ୍ଳୁ-ପ୍ରିଣ୍ଟ ପ୍ରସ୍ତୁତ ହୋଇଥିଲା। ଯେଉଁଥିରେ ୪୦ ଜଣ ସିଆରପିଏଫ ଯବାନ ପ୍ରାଣ ହରାଇଲେ। ହମଲା ପରେ ପୁରା ଦେଶରେ ପାକିସ୍ତାନ ପ୍ରତି ଘୃଣା ଆସିଯାଇଛି। ଚୀନ ସମେତ ଆମେରିକା, ଋଷ୍, ଇଜ୍ରାଏଲ ସମେତ ଅନେକ ରାଷ୍ଟ୍ର ଘଟଣାକୁ ତୀବ୍ର ନିନ୍ଦା କରିଛନ୍ତି।

ଏହା ମଧ୍ୟରେ ଗୁଗୁଲ ରେ କେହି best toilet paper in the world ସର୍ଚ୍ଚ କରିବା ପରେ ସର୍ଚ୍ଚ ରେଜଲ୍ଟରେ ପାକିସ୍ତାନ ଝଣ୍ଡା ଦେଖାଯାଇଥିଲା। ଏହାର କିଛି ସମୟ ମଧ୍ୟରେ ଟୁଇଟର ରେ ଖୁବ୍ ଭାଇରାଲ ହୋଇଛି।

Leave a Reply

Your email address will not be published. Required fields are marked *