ପେଜ୍-ଥ୍ରୀ

ଟ୍ରାଡିସନାଲ୍ ମେଥଡ୍

ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ସେକ୍ସର ସମୀକରଣ କରିବା ମୁସ୍କିଲ୍ ବ୍ୟାପାର। ମନ୍ଦିର ଗାତ୍ରରେ ଖୋଦିତ ଶୀଳା ହେଉ କିମ୍ବା ସାମ୍ପ୍ରତିକ ନ୍ୟୁଜ୍ ମ୍ୟାଗାଜନରେ ଦେଖିବାକୁ ମିଳୁଥିବା ପ୍ରେମୀ ଯୁଗଳବନ୍ଦୀଙ୍କ ନିବିଡତାର ଛବି। ସେସବୁ କେବଳ ସେକ୍ସ ଓ ସମ୍ମୋହନକୁ ପ୍ରମାଣିତ କରୁଛି। ଆପଣଙ୍କର କିମ୍ବା ଆମ୍ଭର ଯୁକ୍ତି ସେସବୁକୁ ସେକ୍ସ ଏଲିମେଂଟସ୍ ବୋଲି ପ୍ରମାଣିତ କରିପାରୁନେ। ଇକନୋମିକ୍ସରେ ପଢା ଯାଉଥିଲା, ହ୍ୟୁମ୍ୟାନ୍ ଓାଣ୍ଟସ୍ ଆର୍ ଅନଲିମିଟେଡ୍। ସେହିଭଳି ପ୍ରତ୍ୟୟ ହୋଇଛି ବର୍ତ୍ତମାନ ପ୍ରଚଳିତ ସେକ୍ସର ଭାବାର୍ଥ।

ସେକ୍ସକୁ ଖୋଲା ବଜାର କରିଥିବା ବିଦେଶୀ କାଢିଲେଣି ସେକ୍ସର ନୂଆ ଫଣ୍ଡା। ତାହା ନୁହେଁ ଯେ, ସେମାନେ ସାରା ବିଶ୍ୱବାସୀଙ୍କୁ ଦେବେ ନୂଆ ଉପହାର। ଭାରତର ‘କାମଶାସ୍ତ୍ର’ରୁ ନିଗାଡି ସେମାନେ ସେକ୍ସର କିଭଳି ସ୍ୱାଦ ଚଖାଇଛନ୍ତି ତାହା ଉପରେ ଥରେ ନଜର ଦିଅନ୍ତୁ। ସେମାନେ କହୁଛନ୍ତି ଭକ୍ତି ମାର୍ଗରେ ଚାଲୁଥିବା ଶ୍ରଦ୍ଧାଳୁଙ୍କ ମନରେ ଏହି ଧାରଣା ଥାଏ ସେକ୍ସ ଆଧ୍ୟାତ୍ମିକ ଜୀବନ ପାଇଁ ନୁହେଁ, ବରଂ କେବଳ ପ୍ରଜନନ ଉଦ୍ଦେଶ୍ୟରେ କରାଯିବା ଉଚିତ।

ଏକ ଚର୍ଚ୍ଚ ପକ୍ଷରୁ ସଂଚାଳିତ ଗୋଟିଏ ପତ୍ରିକାର ଖ୍ରୀଷ୍ଟମାସ ସଂସ୍କରଣରେ ପ୍ରକାଶିତ ଏକ ସଂନ୍ଦର୍ଭ ମାଧ୍ୟମରେ କୁହାଯାଇଛି ଜୀବନସାଥୀଙ୍କ ମଧ୍ୟରେ ସେକ୍ସ ଓ କାମୁକତା ଅପରିହାର୍ଯ୍ୟ। ରେଥିୟୁବମ ଆୟୁର୍ବେଦମ (ସେକ୍ସ ଓ ଆୟୁର୍ବେଦ) ଶୀର୍ଷକର ଏକ ଚାରି ପୃଷ୍ଠାର ସଂନ୍ଦର୍ଭ ଦର୍ଶାଇଛି ସେକ୍ସ ଶରୀର ଓ ମସ୍ତିଷ୍କକୁ ସୁସ୍ଥ ରଖେ।


ଏଭଳି ଦାବି କରୁଛନ୍ତି ପୁସ୍ତକର ରଚୟିତା ଡଃ ସନ୍ତୋଷ ଥାମସ।ବିନା ଶାରୀରିକ ସମ୍ବନ୍ଧରେ ପ୍ରେମ ବେସୁରା, ବିନା ବାଣରେ ଉତ୍ସବ ପାଳନ କରିବା ପରି ସମାନ। ଦୁଇଟି ଶରୀର ଯୋଡ଼ିବାକୁ ଚାହୁଁଛନ୍ତି ତ ପ୍ରଥମେ ଦୁଇଟି ମନ ଯୋଡ଼ି ହେବା ଉଚିତ। ଏହି ଲେଖା ଆଲପୁଝା ବିଶପଙ୍କ ମାସିକ ପତ୍ରିକାର ମୁଖ ରେଖାରେ ପ୍ରକାଶ ପାଇଛି।

ମାଗାଜିନର ସମ୍ପାଦକ ଫାଦର ଜେଭିୟର କୁଡାମଶ୍ରେ କହିଛନ୍ତି ଏଭଳି ପ୍ରଥମ ଥର ଘଟିଛି, ଯେଉଁଠି ଆମେ ପତ୍ରିକାରେ କାମଶାସ୍ତ୍ର ସହିତ ଜଡ଼ିତ ଲେଖାକୁ ଛାପିଛୁ। ଏହି ଲେଖା ସୁସ୍ଥ ଜୀବନ ସହିତ ଜଡ଼ିତ ଏବଂ ଏହାକୁ ଲେଖିଥିବା ଡଃ. ଥାମସ୍ ପୂର୍ବରୁ ମଧ୍ୟ ଏହି ମାଗାଜିନ ପାଇଁ ଅନେକ ସଂନ୍ଦର୍ଭ ଲେଖିଛନ୍ତି।

ଡଃ. ଥାମସଙ୍କ ଏହି ଲେଖା ଆଦର୍ଶ ମହିଳାଙ୍କ ବର୍ଣ୍ଣନା କରିଥାଏ।ଆୟୁର୍ବେଦ ଲେଖା ଅଷ୍ଟାଙ୍ଗ ହୃଦୟମ ଆଧାରରେ କୁହାଯାଏ ଯେ, ସ୍ତନ ଆକାରର ଆଧାରରେ ମହିଳାଙ୍କୁ ଚାରି ଭାଗରେ ବିଭକ୍ତ କରାଯାଇଥାଏ। ଏହା ହେଉଛି ପଦ୍ମିନୀ, ଚିତ୍ରିଣୀ, ସଙ୍ଖିନୀ ଓ ହସ୍ତିନୀ।

ଏଭଳି ବର୍ଣ୍ଣନାକୁ ପୁରୁଷ କୈନ୍ଦ୍ରୀକ ଦର୍ଶାଇ ଏହି ଲେଖାକୁ ଅନେକ ନାରୀବାଦି ବିରୋଧ କରିଥିଲେ। ମାତ୍ର ଲେଖାରେ ଜାଣିବା ଏବଂ ଶିଖିବା ଲାଗି ଅନେକ କିଛି ଦିଆଯାଇଛି ଏବଂ ଏଥିରେ କୌଣସି ଭୁଲ ନାହିଁ। ସେକ୍ସ ଜୀବନର ଅଭିନ୍ନ ଅଶଂ ଏବଂ ସୁସ୍ଥ ଜୀବନକୁ ପ୍ରେରିତ କରିଥାଏ। ବିଦେଶୀ ଶାସ୍ତ୍ରକୁ ଅନୁକରଣ କରି କେତେ ଲାଭ ମିଳୁଛି ଥରେ ଥରେ ପରୀକ୍ଷା କରି ନିଅନ୍ତୁ।

Leave a Reply

Your email address will not be published. Required fields are marked *