ମହାନଗର

ମୁସଲମାନଙ୍କ ପକ୍ଷରୁ ଗଭୀର ଶ୍ରଦ୍ଧାଞ୍ଜଳୀ

ଶୁଭ୍ ଭାରତ ଟାଇମ୍ସ, ୧୯/୨(ବ୍ୟୁରୋ)- ଅନ୍ୟାନ୍ୟ ଦେଶଗୁଡିକରେ ଆମ ଦେଶର ମୁସଲମାନଙ୍କ ପରିଚୟ କେବଳ ଭାରତୀୟ। ଦେଶର କେଉଁଠି ନା କେଉଁଠି ଆତଙ୍କବାଦୀ ଆକ୍ରମଣ ଘଟଣା ଘଟୁଛି। ତାହାକୁ ନେଇ ସାଧାରଣ ମୁସଲୀମ୍ ଭୟରେ ଥରି ଉଠନ୍ତି। କାଶ୍ମୀରରେ ପାକିସ୍ତାନ ପଟରୁ ମୋର୍ଟାର ମାଡ କରାଯାଉଛି। ମୋର୍ଟାର ମାଡରେ କ୍ଷତି ସହୁଥିବା ଅଧିକାଂଶ ନାଗରିକ ହେଲେ ଭାରତୀୟ ମୁସଲୀମ୍। ତଥାପି ଭାରତର ସଂଖ୍ୟାଗରିଷ୍ଠଙ୍କ ଭିଡରେ ସେମାନେ ନିଜକୁ ଅସୁରକ୍ଷିତ ମନେ କରନ୍ତିନାହିଁ, ବରଂ ଭାବବିହ୍ୱଳ ହୋଇ କୁହନ୍ତି ଯେ ଏଥିପାଇଁ କେବେହେଲେ ପାକିସ୍ତାନ କିମ୍ବା ବାଙ୍ଗଲାଦେଶକୁ ପସନ୍ଦ କରିନଥାନ୍ତେ। ଅନ୍ୟାନ୍ୟ ସମ୍ପ୍ରଦାୟ ଏସବୁରେ କିଭଳି ପ୍ରତିକ୍ରିୟା ବ୍ୟକ୍ତ କରୁଛନ୍ତି ସେସବୁ ପ୍ରତି ଭୃକ୍ଷେପ ନାହିଁ, ବରଂ ଦେଶବାସୀଙ୍କୁ ସୂଚାଇ ଦେଇଛନ୍ତି, ‘ଆମେ ଭାରତୀୟ’।

ଏହାର ଲକ୍ଷ ଲକ୍ଷ ନମୁନା ଦେଶବାସୀଙ୍କ ଆଖି ସାମ୍ନାରେ ଘୁରିବୁଲୁଛି। ଆଜି ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ୟୁନିଟ ୪ ରୁ ସତ୍ୟ ନଗର ପର୍ଯ୍ୟନ୍ତ ଚାଲିଥିବା ଏକ କ୍ୟାଣ୍ଡେଲ ରାଲିରେ। ଯେଉଁଥିରେ ‘ଏହେସାସ୍ ମୁସଲିମ୍ ଫୋରମ’ ପକ୍ଷରୁ ଶତାଧିକ ମୁସଲମାନ ବୀର ଅମର ଶହୀଦଙ୍କ ପ୍ରତି ସମବେଦନା ଜଣାଇ ନିଜର ଆତ୍ମିୟତା ବ୍ୟକ୍ତ କରିଛନ୍ତି। ସେମାନେ ଆତଙ୍କି ଘଟଣାରେ ଖୁବ ମର୍ମାହତ। ଭାରତ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରୟାସ ଚଳାଇଥିବା ବେଳେ ପାକିସ୍ତାନ ଆତଙ୍କ ଖେଳାଇ ଚାଲିଛି। ଯାହାର ଦୃଢ ପ୍ରତିବାଦ କରିଛନ୍ତି ‘ଏହେସାସ୍ ମୁସଲିମ୍ ଫୋରମ’। ଘଟଣାର ତୀବ୍ର ନିନ୍ଦା କରିବା ସହ ଜ୍ୱଳନ୍ତ ମହମବତୀ ଧରି ପ୍ରତିବାଦ ରାଲି କରିଛନ୍ତି।

ଏଭଳି ଅନୁରୂପ ଘଟଣାକୁ ଆମେ କଏଦ କରିଥିଲୁ କଟକ ଜିଲ୍ଲା ତିଲଦା ଗ୍ରାମରୁ। ଗତ ୧୭ ତାରିଖ ସଂଧ୍ୟା ୬ରେ ୟୁଥ୍ ୟୁନିୟନ୍ ତିଲଦା କ୍ଲବ ପକ୍ଷରୁ ପ୍ରାୟ ଅଢେଇ ଶହ ମୁସଲମାନ ଯୁବକ ହାତରେ ମହମବତୀ ଧରି ମୃତ ଶହୀଦଙ୍କ ଅମର ଆତ୍ମାର ସଦଗତି କାମନା କରିଥିଲେ। ଯୁବ ବ୍ୟବସାୟୀ ତଥା ସାମ୍ବାଦିକ ସେକ ଅରସଦ୍ ଅଲ୍ଲୀଙ୍କ ଦ୍ୱାରା ଆୟୋଜିତ ଉକ୍ତ ଶୋଭାଯାତ୍ରା ତିଲଦାରୁ ଜପକୁଦ ପର୍ଯ୍ୟନ୍ତ ଦୀର୍ଘ ଅଢେଇ କିଲୋମିଟର ଧରି ଚାଲିଥିଲା। ପୁଲଓାମା ଆତଙ୍କି ହମଲାକୁ ପୋଷକ ଯୋଗାଉଥିବା ପାକିସ୍ତାନ ବିରୋଧରେ ସ୍ଳୋଗାନ ଦେବା ସହ ଜୟ ହିନ୍ଦ୍ ଧ୍ୱନୀ ଦେଇ ପାକ୍ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଫଟୋ ପୋଡିଥିଲେ। କୌଣସି ଅପ୍ରିତିକର ଘଟଣାକୁ ଏଡାଇବା ଲାଗି ସ୍ଥାନୀୟ ପୋଲିସ ପକ୍ଷରୁ ସୁରକ୍ଷା ଦିଆଯାଇଥିଲା।

ପୁଲଓାମାରେ ପାକିସ୍ତାନ ଆତଙ୍କବାଦୀ ଆକ୍ରମଣ ପରେ ଅସ୍ଥିରତା ମଧ୍ୟରେ ଗତି କରୁଥିବା ଏହି ସମ୍ପ୍ରଦାୟ ପଡୋଶୀଙ୍କୁ ବାର୍ତ୍ତା ଦେଇଛନ୍ତି କି ଆମେ ବି ଭାରତୀୟ।

Leave a Reply

Your email address will not be published. Required fields are marked *