
Suvbharat Times http://www.suvbharattimes.in/ #Bhubaneswar 02122020- ଫାଷ୍ଟଫୁଡ୍ ବଜାର ପ୍ରବେଶ କରିଛି “ରୁଚି”। ମସଲା କାରବାରରେ ଶୀର୍ଷ ଛୁଇଁଥିବା “ରୁଚି” ଭୁବନେଶ୍ୱରର ପଟିଆ ଏବଂ ଶହିଦନଗର ଅଂଚଳରେ ଦୁଇଟି ଫ୍ରଜିଟ୍ ଆଉଟଲେଟ୍ ଖୋଲି ଆଜିଠାରୁ କାରବାର ଆରମ୍ଭ କରିଛି। ଫ୍ରଜେନ ଫୁଡସ, ରେଡି ଟୁ ଇଟ୍ ଫୁଡସ୍, ବେକରି, ମୃଦ୍ୟୁ ପାନୀୟ ଉତ୍ପାଦନ ବୃଦ୍ଧି ଲକ୍ଷରେ “ରୁଚି” ଯୁବପିଢିର ଚାହିଦାକୁ ଗୁରୁତ୍ୱ ଦେଇଛି। ଯାହା ପିଜା, ବର୍ଗର, ରୋଲ୍, ସାଣ୍ଡୱିଚ୍, ପାସ୍ତା, କେକ୍, ନୁଡୁଲସ, ବିରିୟାନୀ, ପୋଡପିଠା, ଖିରି ଆଦି ସୁସ୍ୱାଦୁ ସାମଗ୍ରୀରେ ରୁଚି ରଖୁଥିବା ଗରାଖ ନିକଟରେ ପହଞ୍ଚିବା ସହଜ ହେବ। https://twitter.com/suvbharat_times

http://www.suvbharattimes.in/ ଶହିଦନଗର “ରୁଚି” ଫ୍ରଜିଟ୍ ଆଉଟଲେଟ୍ ଉଦଘାଟନ କରିଥିଲେ ମଧ୍ୟ-ଭୁବନେଶ୍ୱର ବିଧାୟକ ଅନନ୍ତ ନାରାୟଣ ଜେନା। “ରୁଚି” ନିର୍ଦ୍ଦେଶକ ଅରବିନ୍ଦ ସାହୁଙ୍କ ସମେତ କ୍ୟାପିଟାଲର ସଂଖ୍ୟାଧିକ ଫୁଡ୍ ଲଭର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ସେପାଖେ ପଟିଆ ଇନ୍ଦ୍ର ପ୍ୟାଲେସ ପରିସରରେ ଫ୍ରଜିଟ୍’ର ନୂତନ ଆଉଟଲେଟ୍ ଉଦଘାଟନ କରିଥିଲେ ଗୋବର୍ଦ୍ଧନ ମଠ, ପୁରୀ ସଞ୍ଚାଳିତ ଆଦିତ୍ୟ ବାହିନୀ ରାଷ୍ଟ୍ରୀୟ ସାଧାରଣ ସମ୍ପାଦକ ମାତୃପ୍ରସାଦ ମିଶ୍ର। କମ୍ପାନୀର ପରିଚାଳନା ନିର୍ଦ୍ଦେଶକ ଡ଼.ଶରତ ସାହୁ ଏବଂ ନିର୍ଦ୍ଦେଶକ ରଶ୍ମି ସାହୁ ଉପସ୍ଥିତ ରହି ଫ୍ରଜିଟ୍ ଆଉଟଲେଟ୍ ଓପନିଂ ସେରିମୋନି ଠାରୁ କାରବାର ବୃଦ୍ଧି ଉପରେ ଫୋକସ୍ କରିଥିଲେ। https://twitter.com/suvbharat_times

http://www.suvbharattimes.in/ ଏହି ଦୁଇଟି ଆଉଟଲେଟରେ ବିଭିନ୍ନ ପ୍ରକାର ସୁସ୍ୱାଦୁ ଖାଦ୍ୟ ଉପଲବ୍ଧ ହେବ। ଯେଉଁଥିରେ ଗ୍ରାହକଙ୍କ ପାଇଁ ୧୦ ପ୍ରତିଶତ ବାଲିଯାତ୍ରା ରିହାତି ଅଫର ଧାର୍ଯ୍ୟ ରହିଛି। କିନ୍ତୁ, ଅଫର କେବଳ ଡିସେମ୍ବର ୩୧ ପର୍ଯ୍ୟନ୍ତ ଲାଗୁ ହେବ ବୋଲି ଜଣାଇଛନ୍ତି ଫ୍ରଜିଟ୍ ଅର୍ଥ ବିଭାଗ ମୁଖ୍ୟ ଶ୍ରୀକାନ୍ତ ମହାପାତ୍ର। ଉଦଘାଟନୀ ଉତ୍ସବରେ ସହଯୋଗ କରିଥିଲେ ଫ୍ରଜିଟ୍ ଲୋକସମ୍ପର୍କ ବିଭାଗ ଅଧିକାରୀ ରୋମିତ ମହାନ୍ତି ଏବଂ ଆଉଟଲେଟ୍ ମ୍ୟାନେଜର ଅବିନାଶ ସିଂ। https://twitter.com/suvbharat_times

