ଆନ୍ତର୍ଜାତୀୟ

ମସୁଦ୍ ଆଝାରର ଭାଗ୍ୟ ନିର୍ଦ୍ଧାରଣ ଆଜି

ଶୁଭ୍ ଭାରତ ଟାଇମ୍ସ, ୧୩/୩- ୟୁଏନଏସସି ବୈଠକ ଆଜି ମସୁଦ୍ ଆଝାର ଭବିଷ୍ୟତ ନିର୍ଦ୍ଧାରଣ କରିବ। ମସୁଦ୍ ଆଝାରକୁ ଗ୍ଳୋବାଲ୍ ଆତଙ୍କୀ ଘୋଷିତ କରାଯିବାକୁ କେତେକ ଦେଶ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବ ଉପରେ ନିଷ୍ପତ୍ତି ନିଆଯିବ।

ପୁଲଓାମା ଆତଙ୍କୀ ହମଲାର ଦୋଷୀ ‘ଜୈସ-ଏ-ମୋହମ୍ମଦ’ର ସର୍ଦ୍ଦାର ମସୁଦ ଆଝାରକୁ ଘେରିବା ଲାଗି ଭାରତ ପ୍ରୟାସ ଚଳାଇଛି। ଆଜି ସଂଯୁକ୍ତ ରାଷ୍ଟ୍ର ସୁରକ୍ଷା ସମିତି ବୈଠକରେ ସ୍ଥିର ହୋଇଯିବ କି ମସୁଦ ଆଝାର ଗ୍ଳୋବାଲ ଆତଙ୍କୀ ବୋଲି ଘୋଷଣା କରାଯିବ ନା ନାହିଁ। ଭାରତର ଏହି କଠିନ କାର୍ଯ୍ୟରେ ଆମେରିକାର ମଧ୍ୟ ସହଯୋଗ ରହିଛି। ୟୁଏସ୍ ପକ୍ଷରୁ କୁହାଯାଇଛି କି ମସୁଦ୍ ଆଝାରକୁ ଗ୍ଳୋବାଲ ଆତଙ୍କୀ ବୋଲି ଘୋଷଣା କରାଯିବା କଥା।
ଆମେରିକା ତରଫରୁ ବୟାନରେ କୁହାଯାଇଛି କି ଭାରତ- ଆମେରିକା ମିଳିତ ଭାବେ କାର୍ଯ୍ୟ କରୁଛନ୍ତି। ‘ଜୈସ-ଏ-ମୋହମ୍ମଦ’ର ଆନ୍ତର୍ଜାତୀୟ ସଙ୍ଗଠନ ଅଛି, ମସୁଦ ଆଝାର ଏହାର ସର୍ଦ୍ଦାର। ଏହି ଦୃଷ୍ଟିରୁ ତାକୁ ଗ୍ଳୋବାଲ ଆତଙ୍କୀ ବୋଲି ଘୋଷଣା କରାଯିବା କଥା।

ଆମେରିକା ବୈଦେଶିକ ପ୍ରବକ୍ତା ରର୍ବଟ ତାଙ୍କ ବୟାନରେ କହିଛନ୍ତି କି ଆମେରିକା ସହ ଚୀନ୍ ମଧ୍ୟ ଏକମତ ଯେ ସେହି କ୍ଷେତ୍ରରେ ଶାନ୍ତି ପ୍ରତିଷ୍ଠା ହେବା ଆବଶ୍ୟକ। କିନ୍ତୁ ‘ଜୈସ-ଏ-ମୋହମ୍ମଦ’ର ସର୍ଦ୍ଦାର ମସୁଦ ଆଝାରକୁ ବ୍ୟାନ୍ ନକରାଗଲେ ଶାନ୍ତିର ମିଶନ ଫେଲ୍ ମାରିବ। ସୂଚନା ରହିଛି କି ଭାରତୀୟ ବୈଦେଶିକ ସଚିବ ବିଜୟ ଗୋଖଲେ ଏବେ ଆମେରିକାରେ ଅଛନ୍ତି, ଏବଂ ଗୋଖଲେ ୟୁଏସ୍ ବୈଦେଶିକ ମନ୍ତ୍ରୀ ମାଇକ୍ ପାମ୍ପିୟୋଙ୍କୁ ଭେଟିଛନ୍ତି। କୁହାଯାଉଛି କି ମସୁଦ ଆଝାର ମାମଲାକୁ ନେଇ ଭାରତ ପ୍ରଚୁର ପ୍ରମାଣ ସଂଗ୍ରହ କରିଛି, ଯେହେତୁ ଏହି ସମୟରେ ଆମେରିକା ସହ ମିଳିତ ହୋଇ ୟୁଏନଏସସି ମସୁଦ୍ ଆଝାରକୁ ଗ୍ଳୋବାଲ ଆତଙ୍କୀ ବୋଲି ଘୋଷଣା କରାଯିବାର ଚେଷ୍ଟା ଚାଲିଛି। ତାହାସହିତ ବିଜୟ ଗୋଖଲେ ମଙ୍ଗଳବାର ଆମେରିକାର ରାଜନୈତିକ ବ୍ୟାପାର ସଚିବ ଡେବିଡ୍ ହେଲଙ୍କ ସହ ବୈଠକର ବିଭିନ୍ନ ମୁଦ୍ଦା ଗୁଡିକ ଉପରେ ଆଲୋଚନା ଚଳାଇଛନ୍ତି।

ବିଚାରଯୋଗ୍ୟ କି ମସୁଦ୍ ଆଝାରକୁ ଗ୍ଳୋବାଲ ଆତଙ୍କୀ ଘୋଷଣା କରାଯିବା ନେଇ ପୂର୍ବରୁ ପ୍ରସ୍ତାବ ଗ୍ରହଣ କରାଯାଇଛି। ମାତ୍ର ପ୍ରତ୍ୟେକ ଥର ଚୀନ୍ ତାହାର ଭିଟୋ ପାଓାର ପ୍ରୟୋଗ କରି ଏଥିରେ ରୋକ ଲଗାଇ ଆସୁଛି। ଏବେ ପୁଲଓାମା ଆତଙ୍କୀ ହମଲା ପରେ ଘଟଣାକୁ ନେଇ ମାହୋଲ ରହିଛି ଏବଂ ଆମେରିକା, ବ୍ରିଟେନ୍ ଓ ଫ୍ରାନ୍ସ ମଧ୍ୟ ପ୍ରସ୍ତାବ ଦେଇଛନ୍ତି।

୧୪ ଫେବୃୟାରୀରେ ସଙ୍ଗଠିତ ଆତଙ୍କୀ ଆକ୍ରମଣରେ ୪୦ ଜଣ ଯବାନ ଶହୀଦ୍ ହୋଇଥିଲେ। ତାହାପରଠୁଁ ଭାରତ ପକ୍ଷରୁ ପାକିସ୍ତାନ ସମର୍ଥୀତ ଆତଙ୍କବାଦୀଙ୍କ ଆଡ୍ଡାରେ ପ୍ରତି ଆକ୍ରମଣ ଜାରି ରହିଛି। ଏହା ମଧ୍ୟରେ ୨୬ ଫେବୃୟାରୀରେ ଭାରତୀୟ ବାୟୁସେନା ଦ୍ୱାରା ବାଲାକୋଟରେ ଏୟାର ଷ୍ଟ୍ରାଇକ କରାଯାଇଥିଲା। ୫୦ ବର୍ଷୀୟ ମସୁଦ୍ ଆଝାର ଭାରତରେ ଅନେକ ଆତଙ୍କୀ ହମଲା କରିଛି। ପାର୍ଲ୍ୟାମେଣ୍ଟ ଆକ୍ରମଣ, ପଠାନକୋଟ୍ ବାୟୁସେନା ଷ୍ଟେସନ୍ ଆକ୍ରମଣ, ଉରୀ ଆର୍ମି କ୍ୟାମ୍ପ୍ ଆକ୍ରମଣ ସମେତ ଜମ୍ମୁ- କଶ୍ମୀରର ସେନା ଶିବିର ଉପରେ ଅନେକବାର ଆକ୍ରମଣ ଘଟଣାରେ ସାମିଲ ଅଛି।
ସୋର୍ସ ନିୟୁଜ୍, ନୂଆଦିଲ୍ଲୀ

2 Replies to “ମସୁଦ୍ ଆଝାରର ଭାଗ୍ୟ ନିର୍ଦ୍ଧାରଣ ଆଜି

Leave a Reply

Your email address will not be published. Required fields are marked *