ଆନ୍ତର୍ଜାତୀୟ

ଆମେରିକା ରାଷ୍ଟ୍ରପତି ନିର୍ବାଚନ: ରେସ୍‌’ରେ ଆଗୁଆ ଜୋ ବାଇଡେନ୍

ଶୁଭ୍ ଭାରତ ଟାଇମ୍ସ, ୦୫/୧୧- ୨୦୨୦ ଆମେରିକୀୟ ନିର୍ବାଚନରେ ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପଛରେ ପକାଇଛନ୍ତି ଡେମୋକ୍ରାଟ ପାର୍ଟି ନେତା ଜୋ ବାଇଡେନ୍। ବୁଧବାର ମିଚିଗାନ୍ ଏବଂ ୱିସ୍କୋନସିନ୍ ବିଜୟ ସମେତ ଆବଶ୍ୟକୀୟ ୨୭୦ଟି ନିର୍ବାଚନୀ କଲେଜ ଭୋଟ୍ ମଧ୍ୟରୁ ୨୬୪ଟି ଅକ୍ତିଆର କରି ବିଜୟ ସମ୍ଭାବନା ସୁଦୃଢ କରିଛନ୍ତି ବାଇଡେନ୍। ପ୍ରତିଦ୍ୱନ୍ଦି ଡୋନାଲ୍ଡ ଟ୍ରମ୍ପ୍ ମୈନେ ବିଜୟ ସହ ବୁଧବାର ଫଳାଫଳ ସୁଦ୍ଧା୨୧୪ କଲେଜ୍ ଭୋଟ୍ ମଧ୍ୟରେ ସୀମିତ ଅଛନ୍ତି। କିନ୍ତୁ ଫଳାଫଳକୁ ଚ୍ୟାଲେଞ୍ଜ କରି ଡୋନାଲ୍ଡ ଟ୍ରମ୍ପ୍ ପୁନଃ ନିର୍ବାଚନ ପାଇଁ ଆବେଦନ କରିବାର ଧମକ ଦେଇଛନ୍ତି http://www.suvbharattimes.in/ https://twitter.com/suvbharat_times

ବୁଧବାର ବିଳମ୍ବିତ ରାତିରେ ଜର୍ଜିଆରେ ଟ୍ରମ୍ପଙ୍କ ନେତୃତ୍ୱ ସଂକୀର୍ଣ୍ଣ ହେବାରେ ଲାଗିଲା। ପୋଷ୍ଟାଲ୍ ଭୋଟ୍ ଗଣତି ପରେ ଅନୁମାନ କରାଗଲା ଜୋ ବାଇଡେନ୍ ରାଜ୍ୟକୁ ଫ୍ଲିପ୍ କରି ଏହାର ୧୬ଟି ନିର୍ବାଚନୀ କଲେଜ୍ ଭୋଟ୍ ଜିତିପାରନ୍ତି। ୨୦୧୬ ନିର୍ବାଚନରେ ଜର୍ଜାଆନମାନେ ମୋଟ ଭୋଟ୍ ଅପେକ୍ଷା ମେଲ୍‌-ଇନ୍‌-ଭୋଟ୍ ଦ୍ୱାରା ଅଧିକ ଭୋଟ୍ ଦେଇଥିଲେ। ଗୁରୁବାର ପୂର୍ବାହ୍ନ ୨ଟା ସୁଦ୍ଧା ଡୋନାଲ୍ଡ ଟ୍ରମ୍ପ ରାଜ୍ୟରେ ୨୨ହଜାର ଭୋଟ୍ ନେତୃତ୍ୱ ନେଇଛନ୍ତି ଏବଂ ଆହୁରି ଏକ ଲକ୍ଷ ଭୋଟ୍ ଗଣତି ବାକି ରହିଛି। କିନ୍ତୁ ଜୋ ବାଇଡେନ୍ ନେଭାଦାର ୬ଟି ନିର୍ବାଚନୀ କଲେଜ ମଧ୍ୟରୁ ଗୋଟିକରେ ଅଗ୍ରଣୀ ହୋଇଛନ୍ତି, ଯାହା ତାଙ୍କ ବିଜୟପଥ ପରିଷ୍କାର କରିଛି। http://www.suvbharattimes.in/ https://twitter.com/suvbharat_times

ଜୋ ବାଇଡେନ୍ ପେନସିଲଭାନିୟାକୁ ମଧ୍ୟ ନେଟ୍ କରିପାରନ୍ତି। ଏଠାରେ ଗଣନା ବଳବତ୍ତର ଥିଲା। ତଥାପି ଆମେରିକା ରାଜନୀତଜ୍ଞ ଅନୁମାନ କରୁଛନ୍ତି, ଜୋ ବାଇଡେନ୍ ପେନସିଲଭାନିୟାର ୨୦ଟି ନିର୍ବାଚନୀ କଲେଜ୍ ଭୋଟ୍ ହାସଲ କରିପାରନ୍ତି। ଡେଲାୱେର ୱିଲମିଙ୍ଗଟନ୍ ଚେଜ୍ ସେଣ୍ଟର ଠାରେ ସମର୍ଥକଙ୍କୁ ସମ୍ବୋଧିତ କରି ବାଇଡେନ୍ କହିଛନ୍ତି ରାଷ୍ଟ୍ରପତି ଜିତିବା ପାଇଁ ଆବଶ୍ୟକୀୟ ୨୭୦ଟି ଭୋଟ୍ ସେ ହାସଲ କରିବେ। http://www.suvbharattimes.in/ https://twitter.com/suvbharat_times

ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଧ୍ୟ ପୁନର୍ବାର କ୍ଷମତାକୁ ଫେରିବାକୁ ଆଶାବାଦୀ। ଟ୍ରମ୍ପ ୨୧୪ଟି ନିର୍ବାଚନୀ କଲେଜ୍ ଭୋଟ୍ ହାସଲ କରିଥିବା ସହ ଆଲାସ୍କାର ୩ଟି ଏବଂ ନାଭେଦାର ୬ଟି, ନର୍ଥ କାରୋଲିନାର ୧୫ଟି, ଜର୍ଜିଆର୧୬ଟି ଏବଂ ପେନସିଲଭାନିୟାର୨୦ଟିରେ ଭୋଟ୍ ଗଣତି ପରେ ଆବଶ୍ୟକ ୨୭୦ଟି ନିର୍ବାଚନୀ କଲେଜ୍ ଭୋଟ୍ ହାସଲ କରି ବିଜୟୀ ହେବେ ବୋଲି ଦାବି କରିଛନ୍ତି। http://www.suvbharattimes.in/ https://twitter.com/suvbharat_times

Leave a Reply

Your email address will not be published. Required fields are marked *