ପେଜ୍-ଥ୍ରୀ

ସେଲିବ୍ରିଟିଙ୍କ ଭାଲେଣ୍ଟାଇନ୍ସ

ଶୁଭ୍ ଭାରତ ଟାଇମ୍ସ (ବ୍ୟୁରୋ),୧୪/୨- ବଲିଉଡ ସେଲିବ୍ରିଟି ଖୁବ୍ ଯୋରଦାର ମନେଇଛନ୍ତି ଭାଲେଣ୍ଟାଇନ୍ସ ଡେ’। ପ୍ରେମର ଇଜହାର କରିବାରେ ସେମାନେ କେବେ ପଛାଇନଥାନ୍ତି। କେତେକ ସେଲିବ୍ରିଟି ବିଭିନ୍ନ ସୋସିଆଲ ମିଡିଆରେ ନିଜ ପ୍ରେମିକା ନାମରେ ଲଭ୍ ନୋଟ ଲେଖି ସେୟାର କରିଛନ୍ତି ତ ଆଉ କେତେକ ପ୍ରେମିକାକୁ ମନେଇବା ଲାଗି ମତୁଆଲା ଭଂଗୀରେ ପ୍ରେମର ପରିଭାଷା ଜାହିର୍ କରି ଭିଡିଓ ସେୟାର୍ କରିଛନ୍ତି।

ଅନିଲ ତନୟା ସୋନମ କପୁର ତାଙ୍କ ହଜବ୍ୟାଣ୍ଡ୍ ଙ୍କ ସହ ରୋମାଣ୍ଟିକ୍ ପୋଜ୍ ଦେଇ ଫଟୋ ସେୟାର କରିଛନ୍ତି। ଫଟୋ କ୍ୟାପସନରେ ଲେଖିଛନ୍ତି,’ହାପି ଭାଲେଣ୍ଟାଇନ୍ସ ଡେ ମାଇଁ ଲଭ୍.. ଆଇ ମିସ୍ ୟୁ ଆଣ୍ଡ୍ ଆଇ ଓିଲ୍ ସି ୟୁ ସୁନ୍..।’

ଆକଟ୍ରେସ୍ ବିପାଶା ବସୁଙ୍କୁ ତାଙ୍କ ହଜବ୍ୟାଣ୍ଡ୍ ଦେଇଛନ୍ତି ଫୁଲ ଓ ପ୍ରେମ ପତ୍ର। ବିପାଶା ଏକ ଭିଡିଓ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କ ଦୁହିଁଙ୍କର ଯବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳୁଛି।

ଶିଳ୍ପା ସେଟ୍ଟି ପତି ରାଜ କୁନ୍ଦ୍ରାଙ୍କ ସହ ଏକ ସୁନ୍ଦର ଭିଡିଓ ସେୟାର କରିଛନ୍ତି। ସେ କ୍ୟାପସନରେ ଲେଖିଛନ୍ତି କି‘ମାଇଁ ଭାଲେଣ୍ଟାଇନ୍ ଅଲେଓଜ୍ ଆଣ୍ଡ୍ ଫରଏଭର୍.. ମିସ୍ ୟୁ.. ଆଓାର୍ ଫାଷ୍ଟ୍ ଭାଲେଣ୍ଟାଇନ୍ ଆପାର୍ଟ. କ୍ୟାଣ୍ଟ୍ ଓଏଟ୍ ଟୁ ସେଲିବ୍ରେଟ୍.. ଏଭ୍ରି ଡେ ଉଇଥ୍ ୟୁ।’

ଐଶ୍ୱର୍ଯ୍ୟା ରଏ ବଚ୍ଚନ ଫାମିଲି ମେମ୍ବରଙ୍କ ସହ ଭାଲେଣ୍ଟାଇନ୍ ମନାଇଛନ୍ତି। ସୋସିଆଲ ମିଡିଆରେ ସେ ପୋଷ୍ଟ କରିଥିବା ଫଟୋ ଗୁଡିକ ବାର୍ତ୍ତା ଦେଉଛି କି ଭାଲେଣ୍ଟାଇନ୍ କେବଳ ପ୍ରେମି ଯୁଗଳଙ୍କ ମଧ୍ୟରେ ସୀମିତ ନୁହେଁ ବରଂ ପରିବାର ସଦସ୍ୟଙ୍କ ସହ ସେଲିବ୍ରେଟ କରିହେବ।

ଅନିଲ କପୁରଙ୍କ ଭାଲେଣ୍ଟାଇନ୍ ଡେ’ କଟିଥିଲା ପ୍ଳେନ୍ ଭିତରେ। ଏୟାର ହୋଷ୍ଟେସ ମାନେ ମିଳିତ ଭାବେ ଅନିଲଙ୍କ ନକଟକୁ ଯାଇ ତାଙ୍କୁ ଓିସ୍ କରିଥିଲେ। ଅନିଲ ଏନେଇ ଟୁଇଟ୍ କରିଛନ୍ତି କି‘ଆକାଶମାର୍ଗରେ ପ୍ରେମ ଦିବସ। ଧନ୍ୟବାଦ ଜେଟ୍ ଏୟାରଓଏଜ୍, ମୋ’ ଭାଲେଣ୍ଟାଇନ୍ ଡେ’ କୁ ବହୁତ ସ୍ପେଶାଲ କରିଥିବାରୁ। ଏହା ଖୁବ ମଧୁର ଥିଲା। ସମସ୍ତଙ୍କୁ ଭାଲେଣ୍ଟାଇନ୍ ଡେ’ ର ଶୁଭକାମନା।’

ମାତ୍ର ଖୁବ ମଜାଦାର ଥିଲା କରନ ଜୋହରଙ୍କ ଟୁଇଟ୍। ସେ କହିଥିଲେ କି,‘ମୁଁ ଗତ ୪୬ ବର୍ଷ ଧରି ପ୍ରେମର ସନ୍ଧାନ କରୁଛି। ଏବେ ତ ପ୍ରେମର ଫେରିଯିବାର ସମୟ। ପ୍ରେମ ମୋତେ ଖୋଜିବା କଥା।’


Leave a Reply

Your email address will not be published. Required fields are marked *