ମହାନଗର

ବୃନ୍ଦାବନ କଳସଙ୍କୁ ଅଟଳ ସମ୍ନାନ

ଭୁବନେଶ୍ୱର, ଶୁଭ୍ ଭାରତ ଟାଇମ୍ସ ବ୍ୟୁରୋ- ଭାଜପାର ପୂର୍ବତନ ରାଜ୍ୟ ଉପ-ସଭାପତି, ରାଜ୍ୟ ପ୍ରଭାରୀ ତଥା ଦଳୀୟ ସଙ୍ଗଠନର ଅନ୍ୟତମ ପୁରୋଧା ଏବଂ ବିଶିଷ୍ଟ ଶିଳ୍ପପତି ଇଞ୍ଜିନିୟର ବୃନ୍ଦାବନ କଳସଙ୍କୁ ଅଟଳ ସମ୍ନାନ- ୨୦୧୮ରେ ସମ୍ନାନିତ କରାଯାଇଛି। ଡିସେମ୍ବର ୨୫ ପୂର୍ବତନ ପ୍ରଧାନମନ୍ତ୍ରୀ ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କ ପୂଣ୍ୟ ଜନ୍ମ ଜୟନ୍ତୀ ଅବସରରେ ମାନ୍ୟବର କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରୀଯୁକ୍ତ କଳସଙ୍କୁ ପୁଷ୍ପଗୁଚ୍ଛ, ଉପଢୌକନ ସହ ଏକ ମାନପତ୍ର ପ୍ରଦାନ ପୂର୍ବକ ସମ୍ବର୍ଦ୍ଧିତ କରିଛନ୍ତି।

ଖୋର୍ଦ୍ଧା ଜିଲ୍ଲା ଗୋଳବାଇରେ ଜନ୍ମିତ ଶ୍ରୀଯୁକ୍ତ କଳସ ବିଗତ ୩ ଦଶନ୍ଧି ଧରି ରାଜ୍ୟରେ ଭାରତୀୟ ଜନତା ପାର୍ଟିର ଜଣେ ନିଷ୍ଠାପର କର୍ମୀ ଭାବେ ସାଙ୍ଗଠନିକ କାର୍ଯ୍ୟରେ ସକ୍ରିୟ ଭୂମିକା ତୁଲାଇ ଆସିଛନ୍ତି। ଜଣେ ସଚ୍ଚା ସେବକ ଭାବେ ଦଳକୁ ଅଧିକରୁ ଅଧିକ ମଜବୁତ କରିବା କ୍ଷେତ୍ରରେ ତାଙ୍କର ତ୍ୟାଗ ଓ ଅବଦାନ ଆଗାମୀ ପିଢିକୁ ନିଶ୍ଚିତ ରୁପେ ପ୍ରେରଣା ଯୋଗାଇବ।

ଏହି ପରିପ୍ରେକ୍ଷୀରେ ରାଜ୍ୟ ନେତୃବର୍ଗ ଶ୍ରୀଯୁକ୍ତ କଳସଙ୍କୁ ଅଟଳ ସମ୍ନାନ- ୨୦୧୮ରେ ସମ୍ବର୍ଦ୍ଧିତ କରି ତାଙ୍କ ପ୍ରତି ସମ୍ନାନ ଜଣାଇଛନ୍ତି। ଏହାସହିତ ବିପିନ ରାଉତଙ୍କୁ ଅଟଳ କବି ସମ୍ନାନ ଓ ରମେଶ ଗାନ୍ଧୀଙ୍କୁ ଅଟଳ ସମାଜସେବୀ ସମ୍ନାନରେ ମଧ୍ୟ ସମ୍ବର୍ଦ୍ଧିତ କରାଯାଇଛି।

୨୫ ତାରିଖର ବର୍ଣ୍ଣ୍ୟାଢ୍ୟ ସଂଧ୍ୟାରେ ରାଜଧାନୀ ସ୍ଥିତ ରାଜ୍ୟ କାର୍ଯ୍ୟାଳୟର ସାଂସ୍କୃତିକ ପ୍ରକୋଷ୍ଠରେ ଏହି ଉତ୍ସବ ଆୟୋଜନ କରାଯାଇଥିଲା।

ଏଥିରେ ଭାଜପା ରାଜ୍ୟ ସଭାପତି ବସନ୍ତ ପଣ୍ଡା, ପୂର୍ବତନ ସଭାପତି କନକ ବର୍ଦ୍ଧନ ସିଂଦେଓଙ୍କ ସମେତ ବରିଷ୍ଠ ନେତା ସମୀର୍ ମହାନ୍ତି, ଭୃଗୁ ବକ୍ସିପାତ୍ର, ମଧ୍ୟ-ଭୁବନେଶ୍ୱର ମୁଖ୍ୟ ସଙ୍ଗଠକ ଜଗନ୍ନାଥ ପ୍ରଧାନ, ବରିଷ୍ଠ ପ୍ରଶାସକ ଅପରାଜିତା ଷଢଙ୍ଗୀ, ଆଇନଜୀବୀ ପ୍ରଫୁଲ ମିଶ୍ର, ଅଭିନେତା ଅଶୃମୋଚନ ମହାନ୍ତି, ସଙ୍ଗିତଜ୍ଞ ମନ୍ମଥ ମିଶ୍ର, ଶିଳ୍ପପତି ଶ୍ରୀକାନ୍ତ କଳସ, ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ଦିଲ୍ଲୀପ୍ ମହାନ୍ତି, ଅମୀୟ ଦାସ, ହରେକୃଷ୍ଣ ଖଣ୍ଟିଆ, ମିଲନ୍ ପାଇକରାୟ, ସୁଧାଂଶୁ ମହନ୍ତ, ରଶ୍ମିରଞ୍ଜନ ମହାପାତ୍ର, ଅଭିନେତ୍ରୀ ପିଂକୀ ପ୍ରଧାନ, ନିରଞ୍ଜନ ମିଶ୍ର ଏବଂ ଦଳର ବରିଷ୍ଠ କର୍ମକର୍ତ୍ତା, ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଓ ଶତାଧିକ ଶୁଭେଚ୍ଛୁ ଯୋଗଦେଇଥିଲେ।

Leave a Reply

Your email address will not be published. Required fields are marked *