ମହାନଗର

ସଦଭାବ, ସମନ୍ୱୟର ବାର୍ତ୍ତା ଦେଇଛି ଗଣତନ୍ତ୍ର ଦିବସ

ସଦଭାବ, ସମନ୍ୱୟର ବାର୍ତ୍ତା ଦେଇଛି ଗଣତନ୍ତ୍ର ଦିବସ > ଚିଲିକା /ଶୁଭ୍ ଭାରତ ଟାଇମ୍ସ ୨୭/୧- ରବିବାର ଅନୁଷ୍ଠିତ ୭୧ତମ ଗଣତନ୍ତ୍ର ଦିବସକୁ ଭିନ୍ନ ଢଙ୍ଗରେ ପାଳନ କରିଛନ୍ତି ଦେଶବାସୀ। କେଉଁଠୁ ଦେଶାତ୍ମବୋଧକ ସଂଗୀତର ମୁର୍ଚ୍ଛନା ଶୁଣିବାକୁ ମିଳୁଛି ତ କେଉଁଠି ବଣଭୋଜିର ଆସର। ଏହି ଛୁଟି ଦିବସଟି ସମାଜରେ ସଦଭାବ ଓ ସମନ୍ୱୟ ରକ୍ଷା କରିବାର ବାର୍ତ୍ତା ବାଣ୍ଟିବା ସହ ଆନନ୍ଦ ଉଲ୍ଲାସର ପର୍ବ ଭାବେ ପ୍ରତିପାଦିତ ହୋଇଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ଚିଲିକା ବ୍ଲକ୍ ଅନ୍ତର୍ଗତ ଚଣ୍ଡେଶ୍ୱର ଗ୍ରାମବାସୀ ଏକ ଦୃଷ୍ଟାନ୍ତ ସୃଷ୍ଟି କରିଛନ୍ତି। ପାରସ୍ପରିକ ସମ୍ପର୍କକୁ ମଜବୁତ୍ ରଖିବା ଲକ୍ଷରେ ଛାତ୍ରଛାତ୍ରୀ, ଶିକ୍ଷକ, ଯୁବକ ସଂଘ ସଦସ୍ୟ, ବରିଷ୍ଠ ନାଗରିକ, ଅବସରପ୍ରାପ୍ତ କର୍ମଚାରୀ, ବିଭିନ୍ନ ରାଜନୈତିକ ଦଳର କର୍ମୀ, ସ୍ୱାସ୍ଥ୍ୟ ଓ ଅଙ୍ଗନବାଡି କର୍ମୀ ମିଳିତ ହୋଇ ଭରପୂର ମଜା ନେଇଛନ୍ତି। For details: www.suvbharattimes.in FollowUs: twitter.com/@Suvbharat_Times

୭୧ତମ ଗଣତନ୍ତ୍ର ଦିବସ ପରିପ୍ରେକ୍ଷୀରେ ଚଣ୍ଡେଶ୍ୱର ପଞ୍ଚାୟତ କାର୍ଯ୍ୟାଳୟ ସମେତ ପାରିଓରଡ ହାଇସ୍କୁଲ, ଚଣ୍ଡେଶ୍ୱର ୟୁଜିଏମଇ ସ୍କୁଲ୍‌, ଚଣ୍ଡେଶ୍ୱର ପ୍ରାଥମିକ ବିଦ୍ୟାଳୟ ହତାରେ ଏବଂ ରାମଲୀଳା ପଡ଼ିଆରେ ତ୍ରିରଙ୍ଗା ତଳେ ଠିଆ ହୋଇ ଏହି ମହାନ ଗଣତନ୍ତ୍ର ରାଷ୍ଟ୍ର ପ୍ରତି ସମସ୍ତେ ମଥାନତ ପ୍ରଣାମ ଜଣାଇଛନ୍ତି।

ଏହି ସାମଗ୍ରିକ ଆୟୋଜନର ମୁଖ୍ୟ ପୁରୋଧା ସାଜିଥିଲେ ଚଣ୍ଡେଶ୍ୱର ସରପଞ୍ଚ ସୁଧାକର ମହାପାତ୍ର। ଶ୍ରୀ ମହାପାତ୍ର ସମସ୍ତ ଶିକ୍ଷାନୁଷ୍ଠାନ ଓ ପଞ୍ଚାୟତ କାର୍ଯ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିଥିବା ବେଳେ ଓଡ଼ିଆ ପାକ୍ଷିକ ଖବରକାଗଜ “ଶୁଭ୍ ଭାରତ ଟାଇମ୍ସ”ର ଖୋର୍ଦ୍ଧା ଜିଲ୍ଲା ସଂଯୋଜକ ହରିହର ରଣା ସ୍ଥାନୀୟ ରାମଲୀଳା ପଡ଼ିଆରେ ପତାକା ଉତ୍ତୋଳନ କରିଥିବା ଜଣାପଡିଛି। ତେବେ ଆଜିର ଏହି ପବିତ୍ର ପର୍ବରେ ଅଧିକାଂଶ ଶିକ୍ଷାନୁଷ୍ଠାନ ପକ୍ଷରୁ କାଗଜ ଦନାରେ ମୁଠାଏ ବୁନ୍ଦୀ ଧରାଇଦେଇ ଛାତ୍ରଛାତ୍ରୀଙ୍କୁ  ସନ୍ତୁଷ୍ଟ କରାଯାଉଥିବା ବେଳେ ଚଣ୍ଡେଶ୍ୱରର ଛାତ୍ରଛାତ୍ରୀ ଭୋଜିଖାଇ ଖୁସି ମନରେ ଫେରିବା ଘଟଣା ଚର୍ଚ୍ଚାରେ ରହିଛି > ରିପୋର୍ଟ- ହରିହର ରଣା, ଖୋର୍ଦ୍ଧା ଜିଲ୍ଲା ସଂଯୋଜକ, ଶୁଭ୍ ଭାରତ ଟାଇମ୍ସ   FollowUs: twitter.com/@Suvbharat_Times

Leave a Reply

Your email address will not be published. Required fields are marked *