ସମ୍ପାଦକୀୟ

ଭୂଲ୍ କାହାର !

ମନୋରଞ୍ଜନ ପଟ୍ଟନାୟକ (ଭୁବନେଶ୍ୱର,୨୮/୧୨/୨୦୧୯)- ଆଜି ରସୁଲଗଡସ୍ଥିତ ଏସପ୍ଲାନେଡ୍ ମଲ୍ କର୍ମଚାରୀମାନେ ମହିଳା ସାମ୍ବାଦିକ ସ୍ଵାତୀ ଜେନାଙ୍କ ଉପରେ ସଂଘବଦ୍ଧ ଆକ୍ରମଣ କରିଛନ୍ତି। ଅର୍ଗସ୍ ଟିଭି ନାମକ ଏକ ଘରୋଇ ନ୍ୟୁଜ୍ ଚାନାଲରେ କାର୍ଯ୍ୟ କରୁଥିବା ସ୍ଵାତୀ ଜେନା ମଲ୍ ଭିତରେ ଚାଲିଥିବା ବେଆଇନ ପାର୍କିଙ୍ଗ ଫି ଆଦାୟ ଉପରେ ଖବର ସଂଗ୍ରହ କରିବାକୁ ଯାଇଥିଲେ। ଏତିକିବେଳେ ଉତ୍ୟକ୍ତ ମଲ୍ ସଂଚାଳକ ନିଜର ପୋଷା କୁକୁରଙ୍କୁ ଲଗାଇ ସ୍ଵାତୀ ଜେନାଙ୍କୁ ବିଧା ଗୋଇଠା ମାରିବା ସହ ଆଶ୍ରାବ୍ୟ ଭାଷାରେ ଗାଳିଗୁଲଜ କରି ତାଙ୍କ ଠାରୁ କ୍ୟାମେରା ଛଡାଇ ନେବାକୁ ଉଦ୍ୟମ କରିଥିବା ସଂକ୍ରାନ୍ତରେ ସ୍ଵାତୀ ଏକ ଟିଭି ଚାନାଲରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ଯଦି ବେଆଇନ ପାର୍କିଙ୍ଗ ଫି ଆଦାୟ ସମ୍ପର୍କରେ ପ୍ରଶ୍ନ ଉଠେ ତେବେ ଆପଣମାନେ ନିଶ୍ଚୟ ଅନୁଭବ କରିବେ ଭୂଲ୍ କାହାର, କାର୍ଯ୍ୟରତ ସାମ୍ବାଦିକ ସ୍ଵାତୀ ଜେନାଙ୍କର ନା ପ୍ରଚଳିତ ବ୍ୟବସ୍ଥାର ! ଅଧିକ ଖବର ପାଇଁ ଲଗଅନ୍ କରନ୍ତୁ > http://www.suvbharattimes.in Follow us: http://twitter.com/@Suvbharat_Times 

ଦୀର୍ଘଦିନ ତଳେ ଖୋଦ୍ ରାଜ୍ୟ ସରକାର ବେଆଇନ ପାର୍କିଙ୍ଗ ଫି ଆଦାୟ ଉପରେ ରୋକ୍ ଲଗାଇଥିଲେ। ଏହାକୁ କଡାକଡି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ତଥାପି ମଲ୍ କର୍ତ୍ତୃପକ୍ଷ ଏତେଦିନ ଧରି ପାର୍କିଙ୍ଗ ଫି ଆଦାୟ କରୁଥିଲେ କିଭଳି ! ଏସପ୍ଲାନେଡ୍ ମଲ୍ ପାର୍କିଂରେ ଏଭଳି ରୀତିମତ ଚାଲିଛି। ପୂର୍ବରୁ ଅନେକବାର ଏ ସମ୍ପର୍କିତ ଖବର ପ୍ରସାରଣ ହେଇଛି। ବିଜେଡି ସହ ହାତ ମିଳାଇଥିବା ରାଜ୍ୟର ନାମି ଗଣମାଧ୍ୟମ ସଂସ୍ଥାର ସମ୍ପାଦକମାନେ ମଧ୍ୟ ନିଜ ଖବରକାଗଜ ଓ ଟିଭିରେ ଏହି ଖବର ପ୍ରସାରଣ କରିଥିବା ଦେଖାଯାଇଛି। ଏହାସତ୍ୱେ ସରକାର ବେଆଇନ ପାର୍କିଙ୍ଗ ଫି ଆଦାୟ ଉପରେ ଅବଗତ ନୁହଁନ୍ତି କିପରି ! ଆଜି ସ୍ଵାତୀ ଜେନା ଉପରେ ସଂଘବଦ୍ଧ ଆକ୍ରମଣ କରାଗଲା। କାଲି ସେମାନେ ଆମ ଠିକଣା ଖୋଜି ଆମକୁ ଗେଲ କରିବେ। ଏଭଳି ପରିସ୍ଥିତିରେ ସରକାରୀ କର୍ମକର୍ତ୍ତାଙ୍କ ଭୁମିକା କ’ଣ ସରକାର ସ୍ପଷ୍ଟ କରନ୍ତୁ। ବିଭିନ୍ନ ସଭାସମିତିରେ ନିର୍ଭିକ ସାମ୍ବାଦିକତାର ଟିକାଟିପଣୀ ଦେଉଥିବା ନେତାମାନେ ସ୍ଵାତୀଙ୍କ ଉପରେ ହୋଇଥିବା ଆକ୍ରମଣ ଉପରେ ନିଜ ମତ ରଖନ୍ତୁ, ସ୍ଵାତୀଙ୍କୁ ମାଡମାରିଥିବା ଦୋଷୀମାନଙ୍କୁ ତୁରନ୍ତ ଗିରଫ କରିବାରେ ସହଯୋଗ କରନ୍ତୁ > ସମ୍ପାଦକ, ଶୁଭ୍ ଭାରତ ଟାଇମ୍ସ >Follow us: http://twitter.com/@Suvbharat_Times

Leave a Reply

Your email address will not be published. Required fields are marked *