Suvbharat Times / http://www.suvbharattimes.in/ 27112020 ନରେନ୍ଦ୍ର ମୋଦୀ ସରକାର ଦ୍ୱାରା ପାରିତ ନୂତନ କୃଷି ଆଇନକୁ ବିରୋଧ କରୁଛନ୍ତି ଦେଶର କୃଷକ। ଏମାନେ ଦାବି କରୁଛନ୍ତି କୃଷି ଆଇନ ପ୍ରତ୍ୟାହାର ହେଉ। ଏମଏସପି ଗ୍ୟାରେଣ୍ଟି ଆଇନ ଏବଂ ପ୍ରସ୍ତାବିତ ବିଦ୍ୟୁତ ବିଲ୍- ୨୦୨୦କୁ ତୁରନ୍ତ ପ୍ରତ୍ୟାହାର କରାଯାଉ। ଏହାକୁ ଶାଣିତ କରିବାକୁ ହଜାର ହଜାର କୃଷକ ‘ଚଲୋ ଦିଲ୍ଲୀ’ ଅଭିଯାନକୁ ଦିଲ୍ଲୀରେ ପହଁଚି ସଫଳ କରିଛନ୍ତି। କୃଷକ ଆନ୍ଦୋଳନକୁ ଭଣ୍ଡୁର କରିବାକୁ ଚେଷ୍ଟା କରି ଶୀତରେ ଥରୁଥିବା ପ୍ରତିବାଦୀମାନଙ୍କ ଉପରକୁ ପାଣିମାଡ଼ କରିଛି ଦିଲ୍ଲୀ ପୋଲିସ୍। କେନ୍ଦ୍ର ନେତୃତ୍ୱ ଇଶାରା କ’ଣ ପ୍ରତିବାଦୀମାନଙ୍କ ସମସ୍ୟା ସମାଧାନ ଦିଶାରେ ନଥିଲା! https://twitter.com/suvbharat_times

http://www.suvbharattimes.in/ ଦିଲ୍ଲୀ ମେଟ୍ରୋ ବନ୍ଦ ଓ ସୀମା ସିଲ୍। ବିରୋଧୀ ଏବଂ ସରକାରଙ୍କ ମଧ୍ୟରେ ଶୋଭାଯାତ୍ରା ପାଇଁ ମଞ୍ଚ ସ୍ଥିର ହୋଇଛି। ‘ଚଲୋ ଦିଲ୍ଲୀ’ ଅଭିଯାନ ଦେଶର କୃଷକ ଅସନ୍ତୋଷର ଏକ ଅଂଶ। ନରେନ୍ଦ୍ର ମୋଦୀ ସରକାରର କୃଷିନୀତିକୁ କୃଷକ ମାରଣନୀତି କହୁଛନ୍ତି ପ୍ରତିବାଦୀ। କୃଷକର ଉନ୍ନତିକୁ ଅଣଦେଖା କରି ଇଛାନୁସାରେ ଆଇନ ପ୍ରଣୟନ କେତେଦୂର୍ ଯଥାର୍ଥ! କୃଷକଙ୍କ ଅବଶୋଷ କେବଳ ନରେନ୍ଦ୍ର ମୋଦୀ ସରକାର ବିରୋଧରେ ନୁହେଁ, ଏହା ଭାରତର ପ୍ରତ୍ୟେକ ରାଜନେତା ଏବଂ ରାଜନୈତିକ ଦଳ ପାଇଁ ଆଉ ଏକ ଚେତାବନୀ। https://twitter.com/suvbharat_times

http://www.suvbharattimes.in/ ଆନ୍ଦୋଳନକାରୀ କୃଷକ ଏନଡିଏ ସରକାରର ପଦକ୍ଷେପରେ ଅତିଷ୍ଠ। କୃଷିକୁ ଭଲପାଇବା ଅପେକ୍ଷା ଶିକ୍ଷା ଏବଂ ସରକାରୀ ଚାକିରି ପ୍ରତି ମନରେ ଲାଳସା ନଥିଲା। କିନ୍ତୁ ଅବହେଳା, ଅଭାବର ନିରାକରଣ ପାଇଁ ସେମାନେ ଦିଲ୍ଲୀରେ କେନ୍ଦ୍ର ସରକାରକୁ ଫେରାଦ ହେବାକୁ ଆସିଛନ୍ତି। ଅଭାବୀ କୃଷକଙ୍କ ଉପରକୁ ପାଣିମାଡ କରାଯିବା ଠିକ୍ ଥିଲା କି? ଶୀତକୁ ବେଖାତିର୍ କରି ପ୍ରଧାନମନ୍ତ୍ରୀଙ୍କୁ ଦେଖା କରିବାକୁ ଆସିଥିବା ପ୍ରତିବାଦୀ ମୋଦିଙ୍କ ଠାରୁ ଆଉ କ’ଣ ଆଶା ରଖିବେ! https://twitter.com/suvbharat_times
http://www.suvbharattimes.in/ ଦେଶର କୃଷକ ଓ ଶିକ୍ଷକ କେନ୍ଦ୍ର ସରକାରକୁ କାହିଁକି ଭଲ ନପାଇବେ! କଂଗ୍ରେସ ସରକାର ତୁଳନାରେ ଏନଡିଏ ସରକାର କ’ଣ ସହଯୋଗରେ ପଛରେ! ଦେଶର ପ୍ରତ୍ୟେକ ରାଜ୍ୟରେ କେନ୍ଦ୍ର ସରକାର ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିଛନ୍ତି କି? ଓଡିଶା ସରକାର ଶିକ୍ଷକମାନଙ୍କୁ ବର୍ଷତମାମ ପିଅନ ଏବଂ ବ୍ଲକ୍ କିରାଣୀ ଭଳି ସରକାରୀ କାମରେ ଲଗାଉଛନ୍ତି। ଅବସର ନେବାକୁ ବସିଥିବା ଶିକ୍ଷକଙ୍କୁ ମଧ୍ୟାହ୍ନ ଭୋଜନ ପ୍ରସ୍ତୁତ କରିବାକୁ ଦାୟିତ୍ବ ଦେଇଛନ୍ତି ନବୀନ ପଟ୍ଟନାୟକ ସରକାର। ଓଡିଶାର ବିକାଶ ଚିନ୍ତା କରୁଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଏ ବିଷୟରେ ଅବଗତ ନୁହଁନ୍ତି କି? ଚଲୋ ଦିଲ୍ଲୀ ଅଭିଯାନରେ ହଡବଡେଇ ଯାଇଥିବା ମୋଦୀ ସରକାର ଆତ୍ମବିଶ୍ଵାସ ହରାଇଛି। କୃଷକଙ୍କ ପ୍ରଶ୍ନ ଆମେ କାହିଁକି ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ବିଶ୍ୱାସ କରିବା ? https://twitter.com/suvbharat_times


Excellent Job, Outstanding thought. I love this website.