Religion

ହନୁମାନ ଜୟନ୍ତୀରେ ୧୦୮ ହନୁମାନ ଚାଳିଶା ପାଠ ଲାଭପ୍ରଦ

Suvbharat Times | 31032021 | www.suvbharattimes.in/ ହିନ୍ଦୁ କ୍ୟାଲେଣ୍ଡର ଅନୁଯାୟୀ, ପ୍ରତିବର୍ଷ ଶୁକ୍ଲପକ୍ଷ ପୂର୍ଣ୍ଣିମା ତିଥିରେ ପାଳନ କରାଯାଏ ହନୁମାନ ଜୟନ୍ତୀ। ୨୦୨୧ ପାଇଁ ନିର୍ଦ୍ଧାରିତ ପାଞ୍ଜି ଗଣନା ଅନୁସାରେ ଏପ୍ରିଲ ମାସ ୨୭ ତାରିଖ, ମଙ୍ଗଳବାର ଦିନ ହନୁମାନ ଜୟନ୍ତୀ ପାଳନ ହେବ। ଏହି ତିଥି ବିଶେଷ ତାତ୍ପର୍ଯ୍ୟ ବହନ କରୁଛି ବୋଲି ଜ୍ୟୋତିଷବୃନ୍ଦ ଆସ୍ଥାବାଦୀ। ଏହି ତାରିଖ ବ୍ୟତୀତ, ଅନେକ ସ୍ଥାନରେ କାର୍ତ୍ତିକ ମାସ କୃଷ୍ଣପକ୍ଷ ଚତୁର୍ଦଶୀ ତିଥିରେ ମଧ୍ୟ ହନୁମାନ ଜୟନ୍ତୀ ପର୍ବ ପାଳନ କରାଯାଏ।

ଶାସ୍ତ୍ର ଅନୁଯାୟୀ, ହନୁମାନଜୀ ଚିରଞ୍ଜୀବୀ ଆଶୀର୍ବାଦ ପ୍ରାପ୍ତ ହୋଇଛନ୍ତି। ମହାବୀରଙ୍କ ପ୍ରତି ଭକ୍ତି ରଖିଥିବା ଶ୍ରଦ୍ଧାଳୁଙ୍କ ବିଶ୍ୱାସ ମହାବୀର ଆଜି ମଧ୍ୟ ପୃଥିବୀରେ ବାସ କରନ୍ତି। ହନୁମାନଜୀ ସୂର୍ଯ୍ୟପୁତ୍ର ଏବଂ ଭଗବାନ ଶିବଙ୍କର ଅଂଶ ବୋଲି ବିବେଚନା କରାଯାଏ। ହିନ୍ଦୁ ଧର୍ମରେ ହନୁମାନ ଜୟନ୍ତୀ ତିଥି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଏକ୍ଷେତ୍ରରେ ତମାମ୍ ବର୍ଷ ଯାକର ମଙ୍ଗଳବାର ଦିନଟି ଅଧିକ ଗୁରୁତ୍ୱପୂର୍ଣ୍ଣ ଭାବରେ ଗ୍ରହଣ କରାଯାଏ। ହନୁମାନ ଜୟନ୍ତୀରେ ହନୁମାନ ଜୀଙ୍କ ପୂଜା, ପ୍ରାର୍ଥନା କରାଗଲେ ଜୀବନର ସମସ୍ତ ସମସ୍ୟା ଏବଂ ଦୁଃଖରୁ ମୁକ୍ତି ମିଳିଥାଏ।

ଯଦି କୌଣସି ବ୍ୟକ୍ତି ଶନିଗ୍ରହ ପ୍ରଭାବରେ ସଂକଟରେ ପଡିଥାନ୍ତି, ସେହି ବ୍ୟକ୍ତି ପ୍ରଭୁ ହନୁମାନଙ୍କ ଆରାଧନା କରିବା ଉଚିତ। ହନୁମାନଙ୍କ ପ୍ରତି ଭକ୍ତିଭାବ ରଖିଲେ ଶନିଦେବଙ୍କ ପ୍ରଭାବରୁ ଘଟୁଥିବା ସମସ୍ୟା ଅପସରି ଯାଏ। ତା’ସହ ନକାରାତ୍ମକ ଶକ୍ତି ତଥା ଭୂତପ୍ରେତ ଭଳି ସମସ୍ୟା ମଧ୍ୟ ଦୂର ହୁଏ। କୁହାଯାଏ, ହନୁମାନ ଜୟନ୍ତୀରେ ୧୦୮ ହନୁମାନ ଚାଳିଶା ପାଠ କରିବା ଜରୁରୀ। ଏହା ପ୍ରଭାବରେ ଭକ୍ତଗଣଙ୍କ ଉପରେ ହନୁମାନଙ୍କ କୃପାଦୃଷ୍ଟି ପଡିଥାଏ।

Leave a Reply

Your email address will not be published. Required fields are marked *