
କଟକ(ବ୍ୟୁରୋ) ଶୁଭ୍ ଭାରତ ଟାଇମ୍ସ,୩୦/୧୨- ପରମପ୍ରେମମୟ ଠାକୁର ଅନୁକୂଳଚନ୍ଦ୍ରଙ୍କ ୧୩୨ତମ ଆର୍ବିଭାବ ମହୋତ୍ସବ ରେଲୱେ ଇନ୍ସଟିଚ୍ୟୁଟ, କଟକ ପରିସରରେ ଅନୁଷ୍ଠିତ ହୋଇଯାଇଛି। ମୁଖ୍ୟ ମୁଖ୍ୟଅତିଥି ତଥା ଶ୍ରୀ ଶ୍ରୀ ଠାକୁରଙ୍କ ପୌତ୍ର ପୂଜ୍ୟପାଦ ବିଦ୍ୟୁତ୍ ରଞ୍ଜନ ଚକ୍ରବର୍ତ୍ତୀ ଓ ପୂଜ୍ୟପାଦ ଡଃ ବୁଦ୍ଧଦେବ ଚକ୍ରବର୍ତ୍ତୀ ଉତ୍ସବର ଉଦଘାଟନ କରିଥିଲେ। ପ୍ରତ୍ୟୁଷରୁ ଉଷା କୀର୍ତ୍ତନ, ନଗର ପରିକ୍ରମା, ସମବେତ ପ୍ରାର୍ଥନା ଓ ଆର୍ଯ୍ୟକୃଷ୍ଟି ପତାକା ଉତ୍ତୋଳନ ହୋଇଥିଲା। ଏହାସହିତ ବୋଧବିକ୍ଷଣୀ ସଭାରେ “ଆଦର୍ଶକେନ୍ଦ୍ରିକ ଜୀବନ-ସମାଜର ତ୍ରାଣକର୍ତ୍ତା’ ଓ ମାତୃସମ୍ମିଳନୀରେ “ମାତୃଶକ୍ତି- ସମାଜର ରକ୍ଷା କବଚ’ ଶୀର୍ଷକ ପ୍ରସଙ୍ଗରେ ସତସଙ୍ଗ ଆଲୋଚନା ହୋଇଥିଲା । ନଗର କୀର୍ତ୍ତନ, ଆହ୍ୱାନୀ ସହ ସମବେତ ପ୍ରାର୍ଥନା ଓ ସାନ୍ଧ୍ୟ ଅଧିବେଶନରେ “ତ୍ୱମାଦିଦେବଃ ପୁରୁଷଃ ପୁରାଣଃ..’ ଶୀର୍ଷକ ଆଲୋଚ୍ୟ ପ୍ରସଙ୍ଗରେ ମାର୍ଗଦର୍ଶନ ପୂର୍ବକ ଆଶୀର୍ବାଦ ପ୍ରଦାନ କରିଥିଲେ ପୂଜ୍ୟପାଦ ଡଃ.ବୁଦ୍ଧଦେବ ଚକ୍ରବର୍ତ୍ତୀ > ଅଧିକ ଖବର ପାଇଁ ଲଗଅନ୍ କରନ୍ତୁ- http://www.suvbharattimes.in Follow us: http://twitter.com/@Suvbharat_Times

ପ୍ରଭୂ ଶ୍ରୀରାମ, ଶ୍ରୀକୃଷ୍ଣ, ବୁଦ୍ଧଦେବ, ଯୀଶୁଖ୍ରୀଷ୍ଟ, ମହମ୍ମଦ, ଶ୍ରୀଚୈତନ୍ୟ, ଶ୍ରୀରାମ-କୃଷ୍ଣ ଓ କଳିଯୁଗର ଶେଷ ଅବତାର ଶ୍ରୀଶ୍ରୀ ଠାକୁର ଅନୁକୂଳଚନ୍ଦ୍ରଙ୍କ ଉପରେ ବିଶେଷ ଆଲୋଚନାରେ ମତପ୍ରକାଶ ପାଇଥିଲା ଯେ, ସମସ୍ତ ଅବତାର ପୁରୁଷମାନେ ଏକ ଓ ମାନବଧର୍ମର ପ୍ରଚାରକ। ଏହି ଅବସରରେ ପ୍ରଫେସର ଡାକ୍ତର ଉମେଶ ଚନ୍ଦ୍ର ପାତ୍ର, ପ୍ରଫେସର ଡାକ୍ତର ମଞ୍ଜୁଶ୍ରୀ ନାୟକ, ଶିକ୍ଷାବିତ୍ ପରେଶ ଚନ୍ଦ୍ର ପାତ୍ର, ସହ-ପ୍ରତିଋତ୍ୱିକ ଶ୍ୟାମସୁନ୍ଦର ଦେ, ଅତନୁ ଜେନା, ସବ୍ୟସାଚୀ ଷଡ଼ଙ୍ଗୀ, ସାମ୍ବାଦିକ ସୁଶାନ୍ତ ଭୂୟାଁ, ଆଶୁତୋଷ କୁଣ୍ଡୁ, ନଗେନ୍ଦ୍ର ବେହେରା, ନିତ୍ୟାନନ୍ଦ ପ୍ରଧାନ, ଗୋପାଳ ମଣ୍ଡଳ, ମହେନ୍ଦ୍ର ନାୟକ, ନିତ୍ୟାନନ୍ଦ ପାତ୍ର, ମଧୁସୂଦନ ଦାସ, ବନବିହାରୀ ପ୍ରଧାନ, ବିଚିତ୍ରା ନନ୍ଦ ବାରିକ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ମହୋତ୍ସବରେ କଟକ, ବାଲେଶ୍ୱର, ଭଦ୍ରକ ସମେତ ଓଡ଼ିଶାର ବିଭିନ୍ନ ସ୍ଥାନରୁ ଏବଂ ରାଜ୍ୟ ବାହାରର ସହସ୍ରାଧିକ ଶ୍ରଦ୍ଧାଳୁ ଯୋଗ ଦେଇଥିବା ସୂଚନା ମିଳିଛି > Follow us: http://twitter.com/@Suvbharat_Times
