Entertainment

ଦାଦା ସାହେବ୍‌ ଫାଲ୍‌କେ ପୁରସ୍କାର ପାଇଁ ଅମିତାଭ ବଚ୍ଚନ ମନୋନୀତ

ଶୁଭ୍ ଭାରତ ଟାଇମ୍ସ(ବ୍ୟୁରୋ), ୨୪.o୯- ଫ୍ରେଞ୍ଚ ଡିରେକ୍ଟର୍ ଫ୍ରାଙ୍କୋଇସ ଟ୍ରୁଫୋର୍ଡ଼ଙ୍କ ବୟାନ ଅନୁସାରେ ‘’ୱାନ ମ୍ୟାନ ଇଣ୍ଡଷ୍ଟ୍ରି’’ ଭାବେ ପରିଚିତ ହିନ୍ଦୀ ସିନେ ଦୁନିଆର ଦିଗ୍ଗଜ ବିଗ୍‌ ବି ଅମିତାଭ ବଚ୍ଚନ ଭାରତର ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ଦାଦା ସାହେବ୍‌ ଫାଲ୍‌କେ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି। ଏହା ନିଶ୍ଚିତ ରୂପେ ଏକ ବଡ ଖବର। ଅମିତାଭଙ୍କର ଆଜୀବନ ସାଧନା ଓ ସିନେ ଜଗତ ପ୍ରତି ମହାର୍ଘ ଅବଦାନ ପାଇଁ ସେ ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି।

ମଙ୍ଗଳବାର କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରୀ ପ୍ରକାଶ ଜାଭଡେକର ଟ୍ୱିଟ୍‌ କରିଛନ୍ତି ଯେ, ‘ଗତ ୨ ପିଢ଼ି ଧରି ଆମକୁ ମନୋରଞ୍ଜନ ଯୋଗାଇ ଆସିଥିବା ଏବଂ ଆମକୁ ପ୍ରେରଣା ଯୋଗାଇ ଆସିଥିବା କିମ୍ବଦନ୍ତୀ ଅମିତାଭ ବଚ୍ଚନଙ୍କୁ ଦାଦା ସାହେବ୍‌ ଫାଲ୍‌କେ ପାଇଁ ମନୋନୀତ କରଯାଇଛି। ପୂରା ଦେଶ ଏବଂ ଅନ୍ତର୍ଜାତୀୟ ସ୍ତରରେ ଭାରତୀୟମାନେ ଏଥିରେ ଖୁସି ପ୍ରକାଶ କରିଛନ୍ତି। ମୁଁ ଅମିତାଭଙ୍କୁ ଅଭିନନ୍ଦନ ଜଣାଉଛି।’ କେନ୍ଦ୍ରମନ୍ତ୍ରୀଙ୍କର ଏହି ଟ୍ୱିଟ୍‌ ସୁପରଷ୍ଟାର ଅମିତାଭ୍ ବଚ୍ଚନଙ୍କ ଲକ୍ଷ ଲକ୍ଷ  ପ୍ରଶଂସକଙ୍କ ମନରେ ଖୁସିର ଲହରୀ ଖେଳାଇ ଦେଇଛି।

୧୯୬୯ ମସିହାରୁ ପ୍ରଚଳିତ ଦେଶର ଏହି ସର୍ବୋଚ୍ଚ ଚଳଚ୍ଚିତ୍ର ସମ୍ମାନ ପ୍ରସିଦ୍ଧ ସିନେ ନିର୍ଦ୍ଦେଶକ, ପ୍ରଯୋଜକ ଏବଂ ସଂଳାପ ଲେଖକ ତଥା ଭାରତୀୟ ଚଳଚ୍ଚିତ୍ର ଜଗତର ପିତାମହ ଧୁନ୍ଦିରାଜ ଗୋବିନ୍ଦ ଫାଲ୍‌କେ ବା ଦାଦା ସାହେବ୍‌ ଫାଲ୍‌କେଙ୍କ ସ୍ମୃତିରେ ନାମିତ। ଭାରତୀୟ ସିନେ ଦୁନିଆରେ ପାଦ ଦେଇଥିବା ପ୍ରଥମ ଅଭିନେତ୍ରୀ ଦେବିକା ରାଣୀ ଚୌଧୂରୀଙ୍କୁ ସେହି ବର୍ଷ ଦାଦା ସାହେବ୍‌ ଫାଲ୍‌କେ ପୁରସ୍କାରରେ ସମ୍ନାନୀତ କରାଯାଇଥିଲା।

Leave a Reply

Your email address will not be published. Required fields are marked *