Metro

ରାଜ୍ୟ ମହିଳା କଂଗ୍ରେସ ନୂଆ ସଭାପତି ବନ୍ଦିତା ପରିଡ଼ା

Suvbharat Times | 23062021 | www.suvbharattimes.in/ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି ପରେ ରାଜ୍ୟ ମହିଳା କଂଗ୍ରେସ କାର୍ଯ୍ୟକାରୀ ସଭାପତି ବନ୍ଦିତା ପରିଡ଼ାଙ୍କୁ ସଭାପତି ଭାବେ ନିଯୁକ୍ତି ଦିଆଯାଇଛି। ଗତ ନିର୍ବାଚନ ସମୟରେ ପୁର୍ବତନ ସଭାପତି ସୁମିତ୍ରା ଜେନ୍ ଦଳୀୟ ଟିକେଟ୍ ବଣ୍ଟନରେ ଅସନ୍ତୁଷ୍ଟ ହୋଇ ସଭାପତି ପଦରୁ ଇସ୍ତଫା ଦେଇଥିଲେ, ଏବଂ ବନ୍ଦିତା କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ଵ ତୁଲାଇ ଆସୁଥିଲେ। ଅଭିଜ୍ଞତା ଦୃଷ୍ଟିରୁ ରାଜ୍ୟ ମହିଳା କଂଗ୍ରେସରେ ଏହି ନୂଆ ଦାୟିତ୍ୱ ବନ୍ଦିତା ପରିଡ଼ାଙ୍କ ପାଇଁ ସମସ୍ୟା ସୃଷ୍ଟି କରିବନି ବୋଲି ଦଳୀୟ ନେତା ଖୁବ୍ ଆଶାବାଦୀ।

Leave a Reply

Your email address will not be published. Required fields are marked *